ଗୋଟିଏ ସ୍ଥାନରେ ୯୦୮ ଜଣ ନବବିବାହିତା : କଲେ ବିଶ୍ୱ ରେକର୍ଡ

24

10ଚୀନର ହୁକିୟୁ ୱେଡିଙ୍ଗ ଡ୍ରେସ ସିଟିରେ ୯୦୮ ଜଣ ନବବିବାହିତା ଏକାଠି ହୋଇ କରିଛନ୍ତି ବିଶ୍ୱ ରେକର୍ଡ । ଗୋଟିଏ ସ୍ଥାନରେ ସବୁଠାରୁ ଅଧିକ ନବବିବାହିତ ଏକାଠି ହୋଇଥିବାରୁ ଏହା ଗିନିଜ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି ।
ହୁକିୟୁ ୱେଡିଙ୍ଗ ଡ୍ରେସ ସିଟିର ଉଦଘାଟନ ଅବସରରେ ଏପରି ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚୀନର ବିଭିନ୍ନ ଅଂଚଳର ନବବିବାହିତା ବଧୂମାନେ ପହଂଚିଥିଲେ ।

ଚୀନରେ ଏପରି ପୂର୍ବରୁ ଗୋଟିଏ ଜାଗାରେ ୮୪୩ ଜଣ ନବବିବାହିତା ଏକାଠି ହୋଇ ରେକର୍ଡ ସୃଷ୍ଟି କରିଥଲେ । ଆଉ ଏବେ ଏହି ରେକର୍ଡକୁ ଭାଂଗିଛନ୍ତି ୯୦୮ ଜଣ ବଧୂ ମିଳିତ ହୋଇ ।