୭୨ ଘଂଟାର ଲୁଚକାଳି : ଶେଷରେ ଆତ୍ମସମର୍ପଣ କଲେ ସମର ପ୍ରତିଷ୍ଠାତା ମନୋଜ ନାୟକ

26

vlcsnap-2016-10-20-09h15m29s347କନକ ବ୍ୟୁରୋ : ହସପିଟାଲ ମାଲିକଙ୍କ ହାତରେ ହାତକଡି । ମାମୁଁଘରେ ମନୋଜ ନାୟକ । ମହଙ୍ଗା ପଡିଲା ଗଣମୃତ୍ୟୁ ମାମଲା । ଭୋର ପ୍ରାୟ ୩.୩୦ । ଖଣ୍ଡଗିରି ଥାନାରେ ପହଂଚିଲେ ସମ ହସପିଟାଲର ପ୍ରାଣ ପ୍ରତିଷ୍ଠାତା ମନୋଜ ନାୟକ । ରାତି ସାରା ସର୍ଚ୍ଚ ଅପରେସନ ଜାରି ରଖିଥିବା କମିସନରେଟ ପୁଲିସ ଥାନା ଭିତରେ ଘେରିଗଲା ଅଭିଯୁକ୍ତ ମନୋଜଙ୍କୁ । ସକାଳ ପାହିଲା ବେଳକୁ ସାରା ରାଜ୍ୟରେ ଖେଳିଗଲା ଗିରଫଦାରୀ ଖବର । ଆଉ ଏହି ବହୁ ପ୍ରତୀକ୍ଷିତ ଖବରକୁ ଘୋଷଣା କଲେ ଖୋଦ ପୁଲିସ ମହାନିର୍ଦ୍ଦେଶକ ।

ଅଗ୍ନିଶମ ଓ ଡିଏମ୍ଇଟିର ଏତଲାକୁ ଭିତ୍ତି କରି ପୋଲିସ ଗିରଫ କରିଛି ଏହି ଶିକ୍ଷାର ବ୍ୟବସାୟୀଙ୍କୁ । ଗଣମୃତ୍ୟୁ ମାମଲାରେ ଦାୟୀ କରି ମନୋଜଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଆଇପିସିର ଦଫା ୩୦୪ ,୩୦୮ , ୨୮୫ ଓ ୩୪ ରେ ରୁଜ୍ଜୁ ହୋଇଛି ମାମଲା । ଏହା ସହ ସର୍ଚ୍ଚ ଅପରେସନ ବେଳେ ପୋଲିସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ।

ନିଆଁ ପାଇଁ ଦାୟୀ କିଏ । ଏ ପ୍ରଶ୍ନର ଉତର ଖୋଜୁଥିବା କମିଶନରେଟ୍ ପୋଲିସର ଟାର୍ଗେଟ ରହିଛନ୍ତି ବୋର୍ଡର ଅନ୍ୟ ସମସ୍ତ ଟ୍ରଷ୍ଟି । ଯାହାଙ୍କ ସଂଖ୍ୟା ଓ ଠିକଣା ଖୋଜା ଆରମ୍ଭ ହୋଇଛି । ଆଉ ଏମାନଙ୍କ ମଧ୍ୟରେ ମନୋଜଙ୍କ ପତ୍ନୀ ଥିବା ଜଣାପଡିଛି । ଏ ସମସ୍ତ ସଦସ୍ୟଙ୍କ ଜେରା ପାଇଁ ପୋଲିସ୍ ସଜବାଜ ହେଉଛି ।

ସେପଟେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଲାଗିଛି କି କଳାଧନ । ସନ୍ଦେହ କରିଛି ଏସଆଇଟି । କାରଣ ସୋଆ ଡିମଡ୍ ୟୁନିଭର୍ସିଟି ଅଧିନରେ ଅଛି ୧୦ଟି ଶିକ୍ଷାନୁଷ୍ଠାନ । ତେଣୁ ରାଜ୍ୟ ପୋଲିସ୍ ମହାନିର୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି କଳାଧନର ଖୋଳତାଡ କରୁଥିବା ଏସଆଇଟି । ଆଉ ନିର୍ଦେଶ ପାଇବା ପରେ ଖୋଳତାଡ ଆରମ୍ଭ କରିଛି ପ୍ରବର୍ତନ ନିର୍ଦେଶାଳୟ । ତେଣୁ ଯଦି କଳାଧନର ପ୍ରମାଣ ମିଳେ ,ମନୋଜ ନାୟକଙ୍କ ପାଇଁ ବଢିଯିବ ଅଡୁଆ ।

ଶିକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ବିଶାଳ ସାମ୍ରାଜ୍ୟ । ଆଉ ଏ ସାମ୍ରାଜ୍ୟର ମାଲିକ ମନୋଜ ନାୟକ ଗିରଫ ହେବା ପରେ ସମର୍ଥକ ଅସନ୍ତୋଷ କୁହୁଳି ଥିଲା । ସେପଟେ ଦିନ ତମାମ୍ ଚାଲିଥିଲା ଅଜ୍ଞାତ ସ୍ଥାନରେ ଜେରା । ଏପଟେ ଶହଶହ ସମର୍ଥକ ଖଣ୍ଡଗିରି ଥାନାରେ କରିଥିଲେ ହଙ୍ଗାମା ।

ଏହାସହ ଦେଖନ୍ତୁ ଏହି ଭିଡିଓ –