ଏମିତି ଏକ ମନ୍ଦିର : ଯେଉଁଠି ପ୍ରସାଦ ଭାବେ ଭକ୍ତଙ୍କୁ ମିଳେ ସୁନା ଅଳଙ୍କାର

50

5ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକମାନେ ଅନେକ ପ୍ରକାର ଜିନିଷ ଉପହାର ସ୍ୱରୂପ ନେଇ ମନ୍ଦିରକୁ ଯାଇଥା’ନ୍ତି । କିନ୍ତୁ ଏମିତି ଏକ ମନ୍ଦିର ଅଛି ଯେଉଁଠିି ଟଙ୍କା ଓ ସୁନାର ଅଳଙ୍କାର ପ୍ରସାଦ ରୂପେ ମିଳେ । ଏ କଥା ବିଶ୍ୱାସ ନହେଲେ ବି ସତ ।

ମଧ୍ୟପ୍ରଦେଶ ସ୍ଥିତ ରତଲାମରେ ଏକ ସୁପ୍ରସିଦ୍ଧ ମହାଲକ୍ଷ୍ମୀ ମନ୍ଦିର ଅଛି । ବର୍ଷସାରା ଭକ୍ତଙ୍କ ସମାଗମ ହୋଇଥାଏ ଏଇ ମନ୍ଦିରରେ । କିନ୍ତୁ ବର୍ଷର କିଛି ଦିନ ପାଇଁ ହିଁ ମନ୍ଦିରର କୁବେର ଦରବାର ଖୋଲେ ଓ ଭକ୍ତଙ୍କୁ ସୁନା ଓ ଟଙ୍କା ପ୍ରସାଦ ଭାବେ ମିଳିଥାଏ ।

6ବର୍ଷସାରା ଭକ୍ତମାନେ ଏଇ ମନ୍ଦିରକୁ ଆସି କୋଟି କୋଟି ଟଙ୍କା ଓ ବହୁମୂଲ୍ୟ ସୁନା ଅଳଙ୍କାର ଚଢାଇଥାନ୍ତି । ଖାସ୍ କରି ଧନତେରସ ଓ ଦୀପାବଳି ଅବସରରେ ମାଙ୍କ ମନ୍ଦିର ସୁନା, ରୂପା ଓ ଟଙ୍କାରେ ସଜାଇ ହୋଇଥାଏ । ଏହି ସମୟରେ ଆସୁଥିବା ଭକ୍ତମାନେ କେବେ ଖାଲି ହାତରେ ମନ୍ଦିରରୁ ଫେରନ୍ତି ନାହଁ ।

ମନ୍ଦିରରେ ଦୀପାବଳିରେ ଭକ୍ତମାନଙ୍କୁ ପ୍ରସାଦ ରୂପରେ ଅଳଙ୍କାର ଓ ଟଙ୍କା ବାଂଟି ଦିଆଯାଏ । ପ୍ରସାଦ ପାଇବା ପାଇଁ ଲୋକମାନେ ଦୂର ଦୂରାନ୍ତରରୁ ଏହି ମନ୍ଦିରରେ ପହଂଚିଥାନ୍ତି । କିନ୍ତୁ ମନ୍ଦିରରୁ ପାଇଥିବା ଏଇ ବିଶେଷ ପ୍ରସାଦକୁ ଭକ୍ତମାନେ ଶୁଭ ମାନି ଏହାକୁ ଖର୍ଚ୍ଚ ନକରି ପାଖରେ ସାଇତି ରଖିଥା’ନ୍ତି ।

ଦେଖନ୍ତୁ ଏହି ଭିଡିଓ –

ଏହାସହ ଦେଖନ୍ତୁ –ମଣିଷ ସାଜିଲା ଗଛ