କପିଳାସ ନିକଟ ତପୋବନ ମେଳା : ମହିମା ଗୋସାଇଁଙ୍କ ପ୍ରଥମ ସାଧନା ପୀଠ

133

screen-shot-2016-11-11-at-5-08-55-pmଢେଙ୍କାନାଳ : ଗୁରୁ-ଶିଷ୍ୟଙ୍କ ଭିତରେ ଥିବା ସମ୍ପର୍କ ଐଶ୍ୱରୀୟ ଏବଂ ପବିତ୍ର । ଯାହାକୁ ଉଦଜୀବିତ ରଖିବା ଲାଗି ପାଳିତ ହେଉଛି ତପୋବନ ମେଳା । ଢେଙ୍କାନାଳ କପିଳାସ ନିକଟ ଚାଲିଛି ତପୋବନ ମେଳା । ଏକାଠି ହୋଇଛନ୍ତି ହଜାର ହଜାର ମହିମା ଧର୍ମାବଲମ୍ବୀ ଗୁରୁ ଏବଂ ଶିଷ୍ୟ ।

screen-shot-2016-11-11-at-5-08-17-pmଢେଙ୍କାନାଳ କପିଳାସ ନିକଟ ତପୋବନ ପୀଠ । ଯାହାକୁ ଗୁରୁ-ଶିଷ୍ୟ ସଂପର୍କର ମଠ ବୋଲି କୁହାଯାଏ । ଯେଉଁଠି କାର୍ତ୍ତିକ ଶୁକ୍ଳପକ୍ଷ ଦଶମୀରୁ ପାଳିତ ହେଉଛି ତପୋବନ ମେଳା । କପିଳାସ ଜଙ୍ଗଲ ଭିତରେ ଥିବା ଏହି ପୀଠର ଶୋଭାକୁ ଦ୍ୱିଗୁଣିତ କରୁଛି ସ୍ନିଗ୍ଧ ଝରଣା ପାଣି । ଏଠାରେ ରହିଛି ମହିମା ଗୁରୁ ଅଲେଖ ଗୋସାଇଁଙ୍କ ତପସ୍ୟା ପୀଠ । କୁହାଯାଏ ପ୍ରଥମେ ମହିମାଗୁରୁ ଢେଙ୍କାନାଳର ଏହି ତପୋବନରେ ପାଦ ଦେଇଥିଲେ । ଏଠାରେ ବିଶ୍ୱର କଲ୍ୟାଣ ପାଇଁ ୨୪ ବର୍ଷ ଧରି କଠୋର ତପସ୍ୟା କରିଥିଲେ ।

screen-shot-2016-11-11-at-5-08-45-pmତପୋବନ ମେଳା ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ମହିମା ଭକ୍ତ ଭିଡ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ ,ପାର୍କିଂ ବ୍ୟବସ୍ଥା,ଭିଡ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ପୁଲିସ ବ୍ୟବସ୍ଥା କରାଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –