ଚରମ ସୀମାରେ ପାକିସ୍ତାନର ବର୍ବରତା : ପାକ ସେନାର ଗୁଳିରେ ଗୁରୁତର ୧୪ ମାସର ଶିଶୁ କନ୍ୟା

47

7କନକ ବ୍ୟୁରୋ : ପାକିସ୍ତାନର ବର୍ବରତା ଚରମ ସୀମାରେ ପହଂଚିଛି । ଜମ୍ମୁ-କଶ୍ମୀର ସାମ୍ବା ସେକ୍ଟରରେ ପାକ୍ ସୈନ୍ୟଙ୍କ ଗୁଳିରେ ଆହତ ହୋଇ ଜୀବନ ସହ ଲଢୁୁଛି ପରୀ । ଦେଶ କଣ, ଶତ୍ରୁ ଦେଶ ପାକିସ୍ତାନ ଓ ନିଜର ଦେଶର ସୀମା କଣ, ତାହା ତାକୁ ଜଣାନାହିଁ । ଶତ୍ରୁପକ୍ଷର ଗୁଳି ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି ୧୪ ମାସର କୁନି ଝିଅ ପରୀ ।

Firing in Jammuଗତ ୧ ତାରିଖ ଦିନ ସାମ୍ବା ଜିଲ୍ଲାର ରନଗୁର କ୍ୟାମ୍ପ ନିକଟ ଶୀର୍ ବାର୍ବରିଜିମରେ ପାକିସ୍ତାନ ପଟୁ ଆଖିବୁଜା ଗୁଳିମାଡ ହୋଇଥିଲେ । ଏଥିରେ ରନଗୁର ଗାଁର ୨ ଶିଶୁ ୩ ମହିଳାଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରୀ ଗୁରୁତର ହୋଇଛି । ତାର ବେକ, ତଳିପେଟ ଓ ମେରୁଦଣ୍ଡରେ ଗଭୀର  ଆଘାତ ଲାଗିଛି । ସେ ଏବେ ସଂକଟାପନ୍ନ ଅବସ୍ଥାରେ ଜମ୍ମୁ ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଛି । ପରୀର ଅନ୍ତଃନଳୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

vlcsnap-2016-11-05-11h29m45s081କେତେକ ଅସ୍ତ୍ରୋପଚାର କରାଯାଇଥିଲେ ସୁଦ୍ଧା ସ୍ଥିତି ସ୍ଥିର ରହିଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ପରୀର ସମ୍ପର୍କୀୟ ମଧ୍ୟ ପାକ୍ ଗୁଳିର ଶୀକାର ହୋଇଛନ୍ତି । ତାର ଜେଜ ବାପା, ମାଉସୀ ପାକିସ୍ତାନ ରେଂଜର୍ସଙ୍କ ଗୁଳରେ ପ୍ରାଣ ହରାଇଥିବା ବେଳେ ବାପା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବାପା ରାକେଶ କୁମାରଙ୍କର ମଧ୍ୟ ଜମ୍ମୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।

ତେବେ ପରିସ୍ଥିତ ଏତେ ଗମ୍ଭୀର ଯେ, ରାକେଶ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରିଲେ ନାହିଁ, ଗୋଟିଏ ମେଡିକାଲରେ ଚିକିତ୍ସିତ ହେଉଥିଲେ ସୁଦ୍ଧା ପରୀକୁ ଦେଖି ନଥିବା ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –