୮ ବର୍ଷୀୟ ଝିଅର କମାଲ : କିକ୍ ବକ୍ସିଂ ବିଶ୍ୱ ଚମ୍ପିୟନସିପରେ ଜିତିଲେ ସ୍ୱର୍ଣ୍ଣ

27

ବୟସ ମାତ୍ର ୮ ବର୍ଷ । ହେଲେ ଏହି କଅଁଳ ବୟସରେ ଅନେକ ବାଟ ଆଗେଇଯାଇଛନ୍ତି ଜମ୍ମୁ-କଶ୍ମୀରର ଏ ଛୋଟ ଝିଅ ଜଣକ । ନାଁ  ତଜାମୁଲ ଇସ୍ଲାମ । ଇଟାଲୀରେ ହୋଇଥିବା ବିଶ୍ୱ କିକ୍ ବକ୍ସିଂ ଚମ୍ପିୟନସିପରେ ଜିତିଛନ୍ତି ସ୍ୱର୍ଣ୍ଣପଦକ ।

ଏହି ଚମ୍ପିୟନସିପରେ ୯୦ଟି ଦେଶରୁ ପ୍ରତିଯୋଗୀ ଭାଗ ଦେଇଥିଲେ । ତଜାମୁଲ ୫ ଦିନରେ ଦେଖାଇଛନ୍ତି ନିଜର କମାଲ । ଏହି ୫ ଦିନରେ ୬ଟି ମୁକାବିଲା ଜିତି ଏହି ସଫଳତା ହାସଲ କରିଛନ୍ତି ।

ଏହାଛଡା ତଜାମୁଲ ୨୦୧୫ରେ ନ୍ୟାସନାଲ କିକ୍ ବକ୍ସିଂ ଚମ୍ପିୟନସିପରେ ସବ୍-ଜୁନିୟର କ୍ୟାଟାଗୋରୀରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।