ନୂତନ ବର୍ଷରେ ଲୋକେ ନୂଆ ସଂକଳ୍ପ ନିଅନ୍ତି କାହିଁକି ? ଆସନ୍ତୁ ଜାଣିବା

131

ନୂଆବର୍ଷରେ ଅଧିକାଂଶ ଲୋକ କିଛି ନା କିଛି ସଂକଳ୍ପ ନେଇଥାଆନ୍ତି । ବର୍ଷ ଆରମ୍ଭରେ ତ ସଂକଳ୍ପ ଖୁସି ଖୁସିରେ ନେଇ ଯାଆନ୍ତି ମାତ୍ର ତାହାର ପୂରଣ କରିପାରିନଥାନ୍ତି । କାହିଁକି ନା ସଂକଳ୍ପକୁ ଭାଙ୍ଗିବାକୁ ଆମେ କିଛି ନା କିଛି ବିକଳ୍ପର ବନ୍ଦୋବସ୍ତ କରିଦେଇଥାଉ ।

ହୃଦୟରେ ଭଲ ସଂକଳ୍ପ ସୃଷ୍ଟି ହେବାର ଅର୍ଥ ହେଲା ଆପଣ ବିକାଶ ପଥରେ ଅଗ୍ରସର ହେବାକୁ ଚାହୁଁଛନ୍ତି । କିନ୍ତୁ ବିକାଶର ଶ୍ରେଷ୍ଠ ବିଚାର ଉପରେ ହୃଦୟର ନିମ୍ନ ଇଚ୍ଛାଗୁଡିକ ସଂପୂର୍ଣ୍ଣ ଭାବରେ ଭାରି ହୋଇପଡିଥାଏ । ଆଉ ଯେଉଁଥି ପାଇଁ କି ଆମେ ଆମ ହୃଦୟକୁ କିଛି ନା କିଛି ବିକଳ୍ପର ଲାଳସା ଦେଖାଇ ବଶୀଭୂତ କରିଦେଇଥାଉ ।

ଜାଣନ୍ତୁ ସଂକଳ୍ପରେ କେତେ ବାଧା ସୃଷ୍ଟି କରେ ବିକଳ୍ପ

‘ମନୁଶ୍ରୁତି’ର ପ୍ରଥମ ଅଧ୍ୟୟରେ ମହର୍ଷି ମନୁ ସୃଷ୍ଟିର ରଚନା ସଂପର୍କରେ ବାଖ୍ୟା କରିଛନ୍ତି । ସେ କହିଛନ୍ତି ଯେ, ବ୍ରହ୍ମା ଯେତେବେଳେ ମନୁଷ୍ୟର ସୃଷ୍ଟି କରିଥିଲେ ସେତେବେଳେ ସେ ମନୁଷ୍ୟ ମଧ୍ୟରେ ସଂକଳ୍ପ ଓ ବିକଳ୍ପ ନାମକ ହୃଦୟ ସ୍ଥାପନ କରିଥିଲେ । ଯାହାକୁ ନେଇ ହୃଦୟର ଚଂଚଳତାର ଚରିତ୍ର ସଂପର୍କରେ ବୋଧ ହୋଇଯାଇଥାଏ । କୁହାଯାଏ, ହୃଦୟର ଗୋଟିଏ କୋଣରେ ସଂକଳ୍ପ ଥିବାବେଳେ ଏହାର ଅନ୍ୟ ଏକ କୋଣରେ ବିକଳ୍ପ ଅବସ୍ଥାପିତ । ଆଉ ଯାହାକୁ କେନ୍ଦ୍ରକରି ହୃଦୟ ବିଚଳିତ ହେବା ସହ ପଥଭ୍ରଷ୍ଟ ମଧ୍ୟ ହୋଇଥାଏ । ଏହାକୁ ହୃଦୟର ସ୍ୱଭାବ କୁହାଯାଏ । ହୃଦୟର ସ୍ୱଭାବକୁ ବୁଝି ତାହାକୁ ଠିକ୍ ଭାବରେ ସଂଯତ ନ କରିପାରିବା ସମସ୍ତ ଦୁଃଖ ଓ ସମସ୍ୟାର ମୂଳ କାରଣ ଅଟେ । ସଂକଳ୍ପ ହେଉଛି ତାହା ଯାହା ହୃଦୟକୁ ଦୃଢିଭୂତ କରେ ଆଉ ବିକଳ୍ପ ହେଉଛି ତାହା ଯାହା ହୃଦୟକୁ ଦୁର୍ବଳ କରିଥାଏ ।

ଏଠି ଆମେ ଦୁଇଟି ଭିନ୍ନ ଭିନ୍ନ ସ୍ୱଭାବ ବିଶିଷ୍ଠ ମନୁଷ୍ୟ ବିଷୟରେ କହିବୁ ଯାହା ଆପଣଙ୍କୁ ବୁଝିବାକୁ ସହଜ ହେବ ପ୍ରଥମଟି ହେଲା କର୍ମବାଦୀ ସ୍ୱଭାବର ମନୁଷ୍ୟ, କର୍ମବାଦୀ ମନୁଷ୍ୟ ଥରେ ଯାହା ନିଷ୍ପତ୍ତି ନେଇଥାଏ ତାହାଠାରୁ ପଛଘୁଂଚା ଦେଇ ନଥାଏ । ଆଉ ଶେଷ ନିଶ୍ୱାସ ଥିବା ଯାଏଁ ତାହାଠୁ ନିବୃତ୍ତ ହୋଇ ନଥାଏ । ତାହାର ହୃଦୟ ସମସ୍ତ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଚିନ୍ତାଧାରା ଉପରେ କେନ୍ଦ୍ରୀଭୂତ ହୋଇ ତାକୁ ଶକ୍ରିମାନ କରିଥାଏ । ସଂକ୍ଷେପରେ କହିବାକୁ ଗଲେ ଏଭଳି ବ୍ୟକ୍ତିତ୍ୱ ଜୀବନରେ କେବେ ବିଫଳ ହୁଅନ୍ତି ନାହିଁ ଓ ସଫଳତାର ଶୀର୍ଷରେ ଅବସ୍ଥାନ କରନ୍ତି ।

ଦ୍ୱିତୀୟଟି ହେଲା ଭାଗ୍ୟବାଦୀ ସ୍ୱଭାବର ମନୁଷ୍ୟ, ଭାଗ୍ୟବାଦୀ ସ୍ୱଭାବର ଲୋକମାନେ ସାଧାରଣତଃ ବିକଳ୍ପକୁ ଆପଣାଇଥାଆନ୍ତି । ଜୋସରେ ସଂକଳ୍ପ ନିଅନ୍ତି ଆଉ କିଛି ଦିନପରେ କୌଣସି ନା କୌଣସି ବାହାନା ଅର୍ଥାତ୍ ବିକଳ୍ପ ବାହାର କରି ସେଥିରୁ ନିବୃତ୍ତ ହୋଇଯାଆନ୍ତି । ଏଭଳି ସ୍ୱଭାବର ଲୋକଙ୍କ ହୃଦୟ ବିଶେଷ କରି ଦୁର୍ବଳ ହୋଇଥାଏ । ଏଭଳି ଲୋକ ଜୀବନରେ କେବେହେଲା ସଫଳତାର ସିଡି ଚଢିବାରେ ସର୍ବଦା ବିଫଳ ହୁଅନ୍ତି ।