ଉଡାଣ ଭରିବା ସମୟରେ ଫାଟିଗଲା ବିମାନର ଟାୟାର ! ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ ।

43

ଅହମ୍ମଦାବାଦରୁ ବ୍ୟାଂକକ୍ ଯାଉଥିବା ସ୍ପାଇସ ଜେଟ୍ ବିମାନ ଏସଇଜେ ୦୮୫ର ଟାୟାର ରନୱେରେ ଉଡାଣ ଭରିବା ସମୟରେ ଜଳିଯାଇ ଫାଟି ଯାଇଥିଲା । ଅଚାନକ ହୋଇଥିବା ଏହି ଘଟଣାରେ ପାଇଲଟ, କ୍ରୁ ମେମ୍ବର ଏବଂ ୧୮୮ ଜଣ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଯିବା ସହ ପାଇଲଟଙ୍କ କାରଣରୁ ଏକ ବଡଧରଣର ଦୁର୍ଘଟଣା ଟଳି ଯାଇଥିଲା ।

ଏହି ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ । ତେବେ ସ୍ପାଇସ ଜେଟର ଏହି ବିମାନଟି ଶୁକ୍ରବାର ସନ୍ଧ୍ୟା ୭.୩୦ ମିନିଟରେ ଆହମ୍ମଦାବାଦରୁ ବ୍ୟାଂକକ୍ ଅଭିମୁଖେ ଉଡାଣ ଭରୁଥିଲା । ହଠାତ ରନୱେରେ ଟାୟାର ଫାଟି ଯିବାରୁ ସେଠାରେ ତୁରନ୍ତ ଫାୟାର ଫାଇଟର ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ କରିଥିଲେ । ଏହାପରେ ଯାତ୍ରାମାନଙ୍କୁ ସୁରକ୍ଷିତ ଭାବରେ ବିମାନରୁ ବାହାରକୁ ଅଣାଯାଇଥିଲା ଏବଂ ଆଉ ଏକ ବିମାନରେ ସେମାନଙ୍କୁ ପଠାଇବା ନେଇ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ବିମାନବନ୍ଦର ଡାଇରେକ୍ଟର ମନୋଜ ଗେଙ୍ଗଲ କହିଛନ୍ତି ଯେ, ଏହି ଘଟଣାରେ କୌଣସି ଯାତ୍ରୀଙ୍କର କିଛି ମଧ୍ୟ କ୍ଷତି ହୋଇନାହିଁ । ବିମାନରେ ଥିବା ଯାତ୍ରୀମାନଙ୍କ ସମେତ କ୍ରୁ ମେମ୍ବର ଏବଂ ପାଇଲଟ ସମସ୍ତେ ସୁରକ୍ଷିତ ଅଛନ୍ତି । ଏହି ଘଟଣା କାରଣରୁ ରନୱେରେ ପାଣି ଜମିଯାଇଥିଲା ଏବଂ ଏଥି ପାଇଁ ଅନ୍ୟ ବିମାନ ଗୁଡିକ ପ୍ରଭାବିତ ହୋଇଥିଲା ।