ମୋଦିଙ୍କ ରାଲିରେ ବିଭ୍ରାଟ ସୃଷ୍ଟି କରିପାରନ୍ତି ମମତା । ସର୍ତକ କରାଇଲା ଏସପିଜି, ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ନିର୍ଦ୍ଦେଶ ।

531

ମୋଦିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି କୋଲକାତା ପୋଲିସକୁ ସର୍ତକ କରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭଣ୍ଡୁର କରିପାରନ୍ତିୁ ବୋଲି ଆଲର୍ଟ କରିଛି ଏସପିଜି । ମଥୁରାପୁରରେ ହେବାକୁ ଥିବା ରାଲିରେ ହିଂସା ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି ଏସପିଜି ।

ଏସପିଜି ଇନସପେକ୍ଟର ପଶ୍ଚିମବଙ୍ଗ ପୋଲିସ ଡିଜିଙ୍କୁ ଚିଠି ମାଧ୍ୟମରେ ସର୍ତକ କରାଇଛନ୍ତି । ମଥୁରାପୁର ଓ ଦମଦମରେ ହେବାକୁ ଥିବା ମୋଦିଙ୍କ ନିର୍ବାଚନ ସଭାରେ ଜରୁରୀକାଳୀନ ପରିସ୍ଥିତି ଦେଖାଦେଇପାରେ ଏସପିଜି ଆଶଙ୍କା କରୁଛି । ତେଣୁ ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଥୁରାପୁରରେ ହେବାକୁ ଥିବା ସଭା ପାଇଁ ଏଭଳି ବିଶେଷ ସର୍ତକ ସୂଚନା ଜାରି କରିଛି ଏସପିଜି । କାରଣ ଉଭୟ ମମତା ଓ ମୋଦିଙ୍କ ରାଲି ପାଖାପାଖି ଗୋଟିଏ ସ୍ଥାନରେ ହେଉଛି ।

ମଥୁରାପୁରାରେ ମୋଦିଙ୍କ ରାଲି ପୂର୍ବରୁ ମମତାଙ୍କ ନିର୍ବାଚନ ରାଲି ହେବ । ତେଣୁ ମୋଦିଙ୍କ ରାଲିରେ କୌଣସି ହିଂସାକୁ ଆଶଙ୍କା କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛି ଏସପିଜି । ଏହାପୂର୍ବରୁ ମଙ୍ଗଳବାର ଅମିତ ଶାହଙ୍କ ରାଲିରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା । ଏପରିକି ଶାହାଙ୍କ ଗାଡି ଉପରକୁ ଲାଠି ମାଡ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ପଶ୍ଚିମବଙ୍ଗ ସମେତ ରାଜନୀତି ଉଷ୍ମ ହୋଇଛି । ବିଜେପି ନେତା ମମତାଙ୍କୁ ଟାର୍ଗେଟ କରୁଥିବା ବେଳେ ମାୟାବତୀ, ଅଖିଳେଶ ଓ କଂଗ୍ରେସ ମମତାଙ୍କ ସପକ୍ଷରେ ବାହାରିଛନ୍ତି । ତେଣୁ ଏବେ ସମସ୍ତଙ୍କର ଫୋକସରେ ରହିଛି ପଶ୍ଚିମବଙ୍ଗ ।