ସିନ୍ଧୁଙ୍କୁ ସଜେଇବେ ପ୍ରିୟ ସାଥି ଶ୍ରାଭ୍ୟା

48

PV-Sindhus-Fashionable-Move_1472188998ରିଓ ଖେଳାଳୀ ସିନ୍ଧୁ ସାଜିବେ ଆକର୍ଷଣୀୟ। ରିଓ ଅଲିମ୍ପିକ୍ସରୁ ଫେରିବା ପରେ ରୈାପ୍ୟ ବିଜେତା ପି.ଭି ସିନ୍ଧୁ ଏବେ ଦେଶର ସୁନା ଝିଅ। ଘରେ ଘରେ ପରିଚିତା। ରିଓରେ ରୈାପ୍ୟ ପଦକ ହାସଲ କରି ଭାରତକୁ କରିଛନ୍ତି ଗର୍ବିତ ଏବଂ ନିଜେ ପାଲଟିଯାଇଛନ୍ତି ଜଣେ ବଡ ସେଲିବ୍ରେଟି। ସାଧାରଣ ଲୋକଙ୍କଠୁ ମିଡିଆ ଲୋକ ଯାଏ ସମସ୍ତେ ତାଙ୍କୁ ଦେଖିବାକୁ ଓ ସାକ୍ଷାତ କରିବାକୁ ପାଗଳ ଯେମିତି। ଏହାକୁ ଗୁରୁତ୍ୱ ଦେଇ ସିନ୍ଧୁ ଏବେ ଷ୍ଟାଇଲିଷ୍ଟ ହେବାକୁ ଲାଗିପଡିଛନ୍ତି। ଏକ ଆଟ୍ରାକ୍ଟିଭ ୱେରେ ନିଜକୁ ପ୍ରେଜେଂଟ କରିବେ ସିନ୍ଧୁ। ଏଣୁ ସିନ୍ଧୁ ଏବେ ଫ୍ୟାଶନକୁ ଆପଣେଇଛନ୍ତି।

shravyaନିଜକୁ ଆକର୍ଷଣୀୟ କରିବା ପାଇଁ ସିନ୍ଧୁ ଜଣେ ଭଲ ଫ୍ୟାଶନ ଡିଜାଇନରର ତଲାସରେ ଥିଲେ। ଏଥିପାଇଁ ତାଙ୍କୁ ମିଳିଯାଇଛନ୍ତି ତାଙ୍କ ପ୍ରିୟସାଙ୍ଗ ଶ୍ରାଭ୍ୟା ବର୍ମା। ଜଣେ ନାମକରା ଫ୍ୟାଶନ ଡିଜାଇନର। ଫ୍ୟାଶନ ଇଣ୍ଡଷ୍ଟ୍ରିର ବଡ ବଡ ବଡ ଷ୍ଟାଇଲିଷ୍ଟ ତ୍ରିଶା ,ରାଣା ,ନାଗାର୍ଜୁନା ,ଲାବଣ୍ୟ ତ୍ରିପାଠୀ,ଲକ୍ଷ୍ମୀ ମଂଚୁ ଆଦି ଫ୍ୟାଶନ ଡିଜାଇନରଙ୍କ ମଧ୍ୟରୁ ଜଣେ।

2ଶ୍ରାଭ୍ୟାଙ୍କୁ ପାଇ ସିନ୍ଧୁ ଖୁବ୍ ଖୁସି। ଶ୍ରାଭ୍ୟା ସିନ୍ଧୁଙ୍କୁ ଶିଖେଇବେ ଫ୍ୟାଶନ ପାଠ। ସିନ୍ଧୁଙ୍କ ରୂପରେ ଆଣିବେ ନୂଆ ଚମକ। ଏବେ ସମସ୍ତେ ଅପେକ୍ଷା କରିଛନ୍ତି ସିନ୍ଧୁଙ୍କ ନୂଆ ଫ୍ୟାଶନ ଅବତାରକୁ ଦେଖିବାକୁ। ସିନ୍ଧୁଙ୍କୁ ଷ୍ଟାଇଲିଷ୍ଟରେ ସଜାଉଥିବା ଶ୍ରାଭ୍ୟା ଏହି ସିଲିଭର କୁଇନଙ୍କ ଫାଷ୍ଟ ଡିଜାଇନ ଲୁକକୁ ନିଜ ଟ୍ୱୁଇଟରରେ ସେୟାର କରିଛନ୍ତି। ସିନ୍ଧୁଙ୍କ ରିଓ ଅଲିମ୍ପିକ୍ସ ସହ ଏହି ଫ୍ୟାଶନ ଫଟୋ ଏକ ବଡ ନିଉଜ ପାଲଟିଛି ଦେଶରେ। ୱାରଲି ଡଟ କମ୍ ନିଉଜ ୱେବ ସାଇଟରେ ପ୍ରକାଶିତ ଏ ଖବର ଭାଇରାଲ ସାଜିଛି। ପି.ଭି ସିନ୍ଧୁଙ୍କ ଫ୍ୟାଶନ ଚର୍ଚ୍ଚା ଏବେ ଚାରିଆଡେ।