ଉଡନ୍ତା ବିମାନରେ ପାଇଲଟଙ୍କ ଅଶ୍ଳୀଳ କାରନାମା : ବିପଦରେ ଯାତ୍ରୀଙ୍କ ଜୀବନ

27

s-1ବିମାନରେ ଅଶ୍ଳୀଳ କାରନାମା । ପୁଣି ବିମାନର କକପିଟରେ ଥିବା ପାଇଲଟଙ୍କର ଏଭଳି କାଣ୍ଡ । ଏହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟକର ସେତିକି ଅଶୋଭନୀୟ ମନେହୁଏ । ଯେଉଁଠି ଦୂର ଆକାଶରେ ପ୍ରତିକ୍ଷଣେ ଯାତ୍ରୀଙ୍କ ଚାରିପାଖେ ବିପଦ ଘେରିରହିଛି । ପାଇଲଟଙ୍କର ଟିକିଏ ଭୁଲରେ ଅନେକ ଜୀବନ ବନ୍ଧା ପଡିଯାଏ ମୃତ୍ୟୁ ପାଖରେ । ସେ’ଠି ପାଇଲଟଙ୍କର ଏପରି କାମୁକ କାଣ୍ଡ ।

s-3ଇଂଟରନ୍ୟାସନାଲ ବିଜିନେସ୍ ଟାଇମ୍ସରେ ପ୍ରକାଶିତ ଏମିତି ଏକ ଘଟଣା ଏବେ ଚର୍ଚ୍ଚାରେ । ବ୍ରିଟିଶ୍ ଏୟାରୱେଜର ଅନୁଭବୀ ପାଇଲଟ କରିଛନ୍ତି ବିମାନର କକପିଟରେ ଏଭଳି ଅଶ୍ଳୀଳ କାରନାମା । ଉଡନ୍ତା ବିମାନର କକପିଟରେ ବିମାନର କ୍ୟାପଟେନ ନିଜର ଯୈାନସୁଖ ମେଂଟାଇବା ପାଇଁ ମାନିନାହାଁନ୍ତି ନୀତି ନିୟମ ଓ କର୍ତବ୍ୟ । ଏହି ଫଟୋ ଏବେ ସାମ୍ନାକୁ ଆସିଛି । ଏଥିପାଇଁ ବିମାନ କଂପାନୀ ସଂପୃକ୍ତ ପାଇଲଟଙ୍କୁ ବହିଷ୍କାର କରିଦେଇଛନ୍ତି ।

s-2ସାମ୍ନାକୁ ଆସିଥିବା ଏହି ଫଟୋଗୁଡିକ ,ବ୍ରିଟିଶ ଏୟାରୱେଜର ଦୁଇଟି ଅଲଗା ଅଲଗା ବିମାନର ବୋଲି ଏହାର ପ୍ୟାନେଲରେ ଥିବା ସିରିୟଲ ନମ୍ବରରୁ ଜଣାପଡିଛି । ଫଟୋରେ ଦେଖିବାକୁ ମିଳିଛି ଷ୍ଟକିଂ ପିନ୍ଧିଥିବା ୫୧ ବର୍ଷିୟ କ୍ୟାପଟେନ କୋଲିନ ଗ୍ଲୋବରଙ୍କ ଗୋଟେ ପାଦ ବିମାନର ଡ୍ୟାସ୍ ବୋର୍ଡରେ ଏବଂ ବିମାନଟି ସ୍ୱତଃ ଚାଳିତ ଭାବରେ ଥିଲା । ସହଯୋଗୀ ସିଟଟି ଖାଲି ମଧ୍ୟ ରହିଛି । ଅନ୍ୟ ଏକ ଫଟୋରେ ବିମାନ କେବିନରେ ଥିବା ଶୈାଚାଳୟରେ ପାଇଲଟ ଅଶ୍ଳୀଳ କାମ କରୁଥବାର ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ପାଇଲଟ ସିଟ ସାମ୍ନାରେ ପର୍ଣ୍ଣୋଗ୍ରାଫି ପତ୍ରିକା ରଖାଯାଇଛି ।
ସୂଚନାନୁସାରେ ବିମାନ କଂପାନୀ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଜାଂଚ ଚଳାଇଛି ।