ମାତ୍ର ଗୋଟିଏ ହିଁ ଫର୍ମ ଭରି ଆପଣ ଉଠାଇ ପାରିବେ ପିଏଫ ଆକାଉଂଟରୁ ଟଙ୍କା । ଜାଣନ୍ତୁ ପୂରା ପ୍ରକ୍ରିୟା..

3,665

ଆଜିର ଦିନରେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ପିଏଫ ଆକାଉଂଟରୁ ଟଙ୍କା ଉଠାଇବାର ପ୍ରକ୍ରିୟା ପୂର୍ବପେକ୍ଷା ବେଶ୍ ସରଳ ହୋଇଗଲାଣି । ପୂର୍ବରୁ ଯେଉଁଠି ଟଙ୍କା ଉଠାଇବା ପାଇଁ ବିଭିନ୍ନ ପ୍ରକାରର ଫର୍ମ ଭରିବାକୁ ପଡୁଥିଲା ଏବେ କିନ୍ତୁ ଗୋଟିଏ ହିଁ ଫର୍ମରେ ଆପଣ ପିଏଫ ଆକାଉଂଟରୁ ଟଙ୍କା ଓି୍ୱଡ୍ରାଲ କରିପାରିବେ । ତେବେ ଏହି ସୁବିଧା କେବଳ ସେହି ଲୋକମାନଙ୍କୁ ମିଳିବ, ଯେଉଁମାନଙ୍କର ୟୁନିଭର୍ସାଲ ଆକାଉଂଟ ନମ୍ବର ତଥା ୟୁଏଏନ ନମ୍ବର ଆଧାର ସହ ଲିଙ୍କ ଥିବ ।

ଇପିଏଫଓ ପକ୍ଷରୁ ଟଙ୍କା ଉଠାଣ ନେଇ ତିନୋଟି ଫର୍ମକୁ ମିଶାଇ ଗୋଟିଏ ହିଁ ଫର୍ମ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ପିଏଫ ସେଟଲମେଂଟ ପାଇଁ ଫର୍ମ ୧୯, ପେନସନ ପାଇଁ ଫର୍ମ ୧୦ସି ଏବଂ ନନ ରିଫଣ୍ଡେବୁଲ ପିଏଫ ଆଡଭାନ୍ସ ପାଇଁ ଫର୍ମ ୩୧ ଭରିବାକୁ ପଡୁଥିଲା । କିନ୍ତୁ ଏବେ ଏସବୁକୁ ମିଶାଇ ଦିଆଯାଇ ଗୋଟିଏ ହିଁ ଫର୍ମ ପ୍ରସ୍ତୁତ କରିଛି ଇପିଏଫଓ । ତେବେ ଭଲ କଥା ହେଲା କି ଏଥିରେ ନିଯୋକ୍ତାଙ୍କ କୌଣସି ପ୍ରମାଣ ପତ୍ରର ଆବଶ୍ୟକତା ପଡିବ ନାହିଁ । କେବଳ ଆଧାର, ବ୍ୟାଙ୍କ ଆକାଉଂଟ ଏବଂ ପାନ କାର୍ଡ ନମ୍ବର ଜରିଆରେ ହିଁ ଆପଣ ଆପଣଙ୍କର ପିଏଫ ଟଙ୍କା ଉଠାଇପାରିବେ ।

କେଉଁ ପରିସ୍ଥିତିରେ ଉଠାଇପାରିବେ ପିଏଫ ଟଙ୍କା

• ଘର କିମ୍ବା ଜାଗା କିଣିବା ଉପରେ

• ହୋମ୍ ଲୋନ ପରିଶୋଧ କରିବାକୁ ଥିଲେ

• ସ୍ୱାସ୍ଥ୍ୟା କିମ୍ବା ବାହାଘର ସହ ଜଡିତ ମାମଲା ରହିଥିଲେ

• ପିଲାଙ୍କ ପାଠପଢା ପାଇଁ

• ଚାକିରିରୁ ଅବସର ନେବାର ଗୋଟିଏ ବର୍ଷ ପୂର୍ବରୁ ବି ପିଏଫ ରାଶି ଉଠାଇପାରିବେ