ଦିନ ବେଳା ମେକଅପ ନେବା ସମୟରେ ଛୋଟ ଛୋଟ କଥା ଉପରେ ନିଶ୍ଚୟ ଦିଅନ୍ତୁ ଗୁରୁତ୍ୱ । ହେବାକୁ ପଡିବନି ଲଜ୍ଜିତ
ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ ଆଉ ଏହି ଦୌଡରେ ସବୁଠାରୁ ଆଗରେ ଥାଆନ୍ତି ମହିଳା । କାହିଁକି ନା ପୁରୁଷମାନଙ୍କ ତୁଳନାରେ ମହିଳାମାନେ ବେଶି ମେକଅପ ନେବାକୁ ପସନ୍ଦ କରିଥାନ୍ତି । ସେହିପରି ଅଧିକାଂଶ ମହିଳାଙ୍କ ଗୋଟିଏ ଖରାପ ପ୍ରକୃତି ରହିଥାଏ କି, ସେମାନେ ସୁନ୍ଦର ଦେଖାଯାଉଥିବା ମହିଳାଙ୍କୁ ବେଶି କପି କରିଥାନ୍ତି । ଯେଉଁ କାରଣରୁ ସେମାନେ ପ୍ରତିଦିନ ମେକଅପ ନେବା ଆରମ୍ଭ କରିଦେଇଥାନ୍ତି । ହେଲେ ଅଧିକାଂଶ ସମୟରେ ଜ୍ଞାନର ଘୋର ଅଭାବ କାରଣରୁ ମହିଳାମାନେ ମେକଅପ ନେବା ସମୟରେ ଅନେକ ଭୁଲ କରିବସନ୍ତି, ଯାହାଦ୍ୱାରା ସେମାନଙ୍କ ଚେହେରାକୁ କ୍ଷତି ତ ପହଂଚିଥାଏ, ଏଥିସହିତ ହିଁ ଲୋକଙ୍କ ଆଗରେ ତାଙ୍କୁ ଲଜ୍ଜିତ ହେବାକୁ ପଡିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏସବୁ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଅଧିକ ଜରୁରୀ କି, ମେକଅପ ନେବା ସମୟରେ ଆମକୁ ଧ୍ୟାନ ରଖିବାକୁ ହେବ କି, ଆପଣ କେଉଁ ଅବସରରେ ମେକଅପ ନେଉଛନ୍ତି । ଏଥିସହିତ ହିଁ ଛୋଟ ଛୋଟ କଥାକୁ ଧ୍ୟାନ ରଖିବା ବହୁତ ଜରୁରୀ ।
• ଯଦି ଆପଣ ଦିନ ବେଳା କିମ୍ବା ଅଫିସ ଯିବା ପାଇଁ ମେକଅପ ନେଉଛନ୍ତି ତେବେ ଧ୍ୟାନ ରଖିବେ କି ମେକଅପ ଅଧିକ ଡାର୍କ କିମ୍ବା ଚମକିଲା ଭଳି ନହୋଇଥାଉ ।
• ସେହିପରି ଦିନ ବେଳା ମେକଅପ ନେବା ପାଇଁ ଆପଣ କାଜଲର ବ୍ୟବହାର ନିଶ୍ଚୟ କରନ୍ତୁ । ଯଦି ଆପଣ ଆପଣଙ୍କ ଆଖିରେ ଆଇ ସ୍ୟାଡୋ ଲଗାଉଛନ୍ତି ତେବେ ଗାଢା ରଙ୍ଗ ପରିବର୍ତ୍ତେ ନାଚୁରାଲ କଲର ବ୍ୟବହାର କରନ୍ତୁ ।
• ମେକଅପ ନେବା ପୂର୍ବରୁ ମୁହଁକୁ ଭଲ ଭାବରେ ଧୋଇ ସଫା କରନ୍ତୁ । ଏହାଦ୍ୱାରା ମେକଅପ ଅଧିକ ସମୟ ଧରି ସତେଜ ରହିଥାଏ । ଏବଂ ଚେହେରାକୁ ବେଶି କ୍ଷତି ପହଂଚିନଥାଏ । ଏହାଛଡା ଆପଣଙ୍କ ମେକଅପ ବି ସ୍ପେଡ ହେବନାହିଁ ।
• ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ କି,ସେମାନେ ମେକଅପକୁ ହାଇଲାଇଟ୍ କରିବା ପାଇଁ ଗ୍ଲିଟର ବ୍ୟବହାର କରନ୍ତି । ତେବେ ଦିନ ବେଳା ମେକଅପ ପାଇଁ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ପାଇଁ ଭାରି ପଡିପାରେ । ତେଣୁ ଭୁଲରେ ବି ଦିନ ବେଳା ମେକଅପରେ ଗ୍ଲିଟର ବ୍ୟବହାର କରନ୍ତୁ ନାହିଁ ।
• ଦିନ ବେଳା ସାଧାରଣତଃ ଖରା ଏବଂ ଗରମ କାରଣରୁ ମେକଅପ ଶୀଘ୍ର ଖରାପ ହୋଇଯାଇଥାଏ । ଯାହାଦ୍ୱାରା ଉଭୟ ଚର୍ମ ଏବଂ ମୁହଁ ଖରାପ ଦେଖାଯାଇଥାଏ । ଏଥିପାଇଁ ଜରୁରୀ କି ଆପଣ ସବୁବେଳେ ୱାଟର ପ୍ରୁଫ୍ ବ୍ୟୁଟି ପ୍ରଡକ୍ଟର ବ୍ୟବହାର କରନ୍ତୁ । ଏଥିସହିତ ହିଁ ମେକଅପ ନେବାର ୨୦ ମିନିଟ୍ ପୂର୍ବରୁ ସନସକ୍ରିନ ଲୋସନ ନିଶ୍ଚୟ ଲଗାନ୍ତୁ ।