୨ଟି ସିମ୍ ବ୍ୟବହାର କରୁଛନ୍ତି କି? ତେବେ ପ୍ରତିମାସ ସର୍ବନିମ୍ନ ରିଚାର୍ଜରୁ ମିଳିପାରେ ମୁକ୍ତି ,ଜାଣନ୍ତୁ କିଭଳି

936

ଗତକିଛି ମାସ ପୂର୍ବେ ଟେଲିକମ୍ କଂପାନୀଗୁଡିକ ପକ୍ଷରୁ ନିଆଯାଇଥିବା ନିଷ୍ପତି କ୍ରମେ ମୋବାଇଲ ଗ୍ରାହକଙ୍କୁ ନିଜର ଇନକମିଂ ସର୍ଭିସ ଜାରି ରଖିବା ପାଇଁ ଏକ ସର୍ବନିମ୍ନ ରାଶି ରିଚାର୍ଜ ପ୍ରତିମାସ କରିବାକୁ ପଡୁଛି । ଯାହାକି ଜିଓ ବ୍ୟତୀତ ବାକି ସମସ୍ତ ଟେଲିକମ କଂପାନୀମାନଙ୍କର ତରଫରୁ ଲାଗୁ କରିଦିଆଯାଇଛି ।  ହେଲେ ଏହାଦ୍ୱାରା କଂପାନୀମାନଙ୍କୁ ବି କ୍ଷତି ସହିବାକୁ ପଡିଛି ।

ଲୋକେ ଏବେ ଡୁଆଲ ସିମ୍ ବାଲା ସ୍ମାର୍ଟଫୋନ ବ୍ୟବହାର ବେଶି କରୁଛନ୍ତି । ଯେଉଁଥିରେ ସେମାନେ ୨ଟି ଭିନ୍ନ ଭିନ୍ନ କଂପାନୀର ସିମ୍ ମଧ୍ୟ ବ୍ୟବହାର କରୁଛନ୍ତି । ଯାହାକୁ ୟୁଜର ଗୋଟାକୁ ପ୍ରାଇମେରୀ ଭାବେ ବ୍ୟବହାର କରୁଥିବା ବେଳେ ଅନ୍ୟ ସିମକୁ ସେକେଣ୍ଡାରୀ ଭାବେ ବ୍ୟବହାର କରୁଛନ୍ତି । ତେବେ ପ୍ରାଇମେରୀ ସିମର ହେଉଛି, ଯାହାର ବ୍ୟବହାର ଫୋନର ସମସ୍ତ କାର୍ଯ୍ୟ ତଥା କଲ କରିବା, ଇଂଟରନେଟ୍ ଚଲାଇବା ଏବଂ ମେସେଜ ଇତ୍ୟାଦି ପାଇଁ କରାଯାଇଥାଏ ଏବଂ ସେକେଣ୍ଡାରୀ ସିମକୁ କେବଳ ଇନକମିଂ କଲ ପାଇଁ ମୋବାଇଲରେ ପକାଇ ରଖାଯାଇଥାଏ ।

ଏଭଳି ପରିସ୍ଥିତିରେ ୨ଟି ସିମ ବ୍ୟବହାର କରୁଥିବା ଲୋକେ କେବଳ ଗୋଟିଏ ସିମ ଉପରେ ଅଧିକ  ରିଚାର୍ଜ କରୁଛନ୍ତି । ଯେଉଁ କାରଣରୁ କଂପାନୀକୁ ଏଭଳି ଫୋନ ୟୁଜରଙ୍କଠାରୁ କୌଣସି ମୁନାଫା ତଥା ଆରପିୟୁ ମିଳୁନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ଟେଲିକମ କଂପାନୀମାନେ ଗ୍ରାହକଙ୍କଠାରୁ ପ୍ରତିମାସ ୩୫,୬୫ ଏବଂ ୯୫ ଟଙ୍କିଆ ରିଚାର୍ଜ ପ୍ଲାନ ଜରିଆରେ ଶୁଳ୍କ ଆଦାୟ କରୁଛନ୍ତି , ଯାହାଦ୍ୱାରା କି ସେମାନେ ସହୁଥିବା କ୍ଷତିକୁ ଭରଣ କରିପାରିବେ ।

କରିବାକୁ ପଡିବନା ୩୫ ଟଙ୍କା ରିଚାର୍ଜ

 ଏଭଳି ପରିସ୍ଥିତିରେ ଜିଓକୁ ଛାଡିଦେଲା ପରେ ବାକି ସମସ୍ତ ଟେଲିକମ କଂପାନୀଗୁଡିକ ଗ୍ରାହକଙ୍କୁ ପ୍ରତିମାସ ଏକି ମିନିମମ ପ୍ଲାନ ରିଚାର୍ଜ କରିବାକୁ ବାଧ୍ୟ କରୁଛନ୍ତି । ଯଦି କେହି କଂପାନୀର ନିୟମକୁ ପାଳନ ନକରନ୍ତି ତେବେ ସେ ବ୍ୟବହାର କରୁଥିବା ସିମକାର୍ଡକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଉଛି । ତେଣୁ ବାଧ୍ୟ ହୋଇ  ଲୋକେ ଆବଶ୍ୟକତା ନଥିଲେ ବି ସିମକୁ ଜାରି ରଖିବା ପାଇଁ ପ୍ରତିମାସ ରିଚାର୍ଜ କରିବାକୁ ବାଧ୍ୟ ହେଉଛନ୍ତି । ହେଲେ ଯଦି ଆପଣ ଏହି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଗୋଟିଏ ଉପାୟ ଅବଲମ୍ବନ କରିପାରିବେ । ଯଦି ଆପଣ ପୃଥକ ପୃଥକ କଂପାନୀର ସିମକାର୍ଡ ବ୍ୟବହାର ନକରି ଗୋଟିଏ କଂପାନୀରେ ରିଚାର୍ଜ କରାନ୍ତି ତେବେ ଆପଣଙ୍କୁ ଆଉ ପ୍ରତିମାସ ଖର୍ଚ୍ଚାନ୍ତ ହେବାକୁ ପଡିନପାରେ ।

ଟ୍ରାଇର ନିୟମ

ଖୁବ୍ ଶୀଘ୍ର ଟ୍ରାଇ ନୂଆ ନିୟମ ଜାରି କରିବାକୁ ଯାଉଛି ।  ଯାହା ଜରିଆରେ ଗ୍ରାହକ ଯଦି ଗୋଟିଏ ହିଁ କଂପାନୀର ୨ଟି ସିମ କାର୍ଡ ବ୍ୟବହାର କରନ୍ତି ତେବେ ତାଙ୍କୁ ଗୋଟିଏ ସିମରେ ରିଚାର୍ଜ କରିବା ମାତ୍ରକେ ଦୁଇଟି ନମ୍ବରରେ ହିଁ ଭ୍ୟାଲିଡିଟି ମିଳିଯିବ । ଯଦିଓ ଏହି ନିୟମକୁ ନେଇ ଟ୍ରାଇ ପକ୍ଷରୁ ସେଭଳି କୌଣସି ସନ୍ତୋଷଜନକ ସୂଚନା ମିଳିପାରିନାହିଁ ତେବେ ଆଶା କରାଯାଉଛି କି, ଖୁବ୍ ଶୀଘ୍ର ହିଁ ଟ୍ରାଇ ଗ୍ରାହକଙ୍କୁ ଏଭଳି ସର୍ବନିମ୍ନ ବାଲା ରିଚାର୍ଜ ପ୍ଲାନରୁ ଆଶ୍ୱସ୍ତି ଦେବାକୁ ନିୟମ ଜାରି କରିପାରେ ।