ମାତ୍ର ୫୯୯ ଟଙ୍କାରେ ଜିଓ ଲାପଟପ, ୫୪୯ରେ ଟାବଲେଟ୍ ଓ ୧୯୯ଟଙ୍କାରେ ମିଳୁଛି ସ୍ମାର୍ଟୱାଚ ! ଜାଣନ୍ତୁ କେଉଁଠି…

163

ଶସ୍ତା ଇଂଟରନେଟ ଦେଇ ଟେଲିକମ ଜଗତରେ ହଇଚଇ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ନିକଟରେ ଜିଓ ଫୋନ, ଜିଓ ଗୀଗା ଫାଇବର ସର୍ଭିସ ଆରମ୍ଭ କରିଛି । ଯାହା ଦ୍ୱାରା ବାକି କଂପାନୀମାନଙ୍କର ସମସ୍ୟା ଆହୁରୀ ବଢି ଯାଇଛି । ତେବେ ଇତିମଧ୍ୟରେ ଏକ ୱେବସାଇଟ୍ ଜିଓ ନାଁରେ କଂପାନୀର ବିଭିନ୍ନ ପ୍ରଡକ୍ଟକୁ ଶସ୍ତାରେ ବିକ୍ରି କରୁଛି । ଯେଉଁଥିରେ ଆପଣ ଲାପଟପ, ଟାବଲେଟ ଏବଂ ସ୍ମାର୍ଟଫୋନ ଭଳି ପ୍ରଡକ୍ଟସ ବହୁତ କମ ଦାମରେ ପାଇପାରିବେ । ହେଲେ ଆପଣ ଜାଣି ଚକିତ ହେବେ କି , ଏହା କୌଣସି ଜିଓର ୱେବସାଇଟ ନୁହେଁ ବରଂ ଏହେ ଏକ ଫେକ୍ ୱେବସାଇଟ୍ । ଏହି ସାଇଟରେ ମାତ୍ର ୫୯୯ଟଙ୍କାରେ ଜିଓର ଲାପଟପ ଏବଂ ୫୪୯ ଟଙ୍କାରେ ଜିଓ ଟାବଲେଟ ମିଳୁଛି । ସେହିପରି ମାତ୍ର ୧୯୯ ଟଙ୍କାରେ ଜିଓ ସ୍ମାର୍ଟୱାଚ ମଧ୍ୟ ମିଳୁଛି ।

ତେବେ ଏହି ଫେକ୍ ୱେବସାଇଟର ନାଁ ହେଲା ji0daily-deals.online । ଯାହାକି ସଂପୂର୍ଣ୍ଣ ଭାବରେ ଫେକ୍ ଅଟେ ଏବଂ ଏଠାରେ ଜିଓ ନାଁରେ ଅନେକ ପ୍ରଡକ୍ଟକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଂଟରେ ବିକ୍ରି କରାଯାଉଛି । ଏହି ୱେବସାଇଟରେ ଜିଓ ଲାପଟପ ଉପରେ ୨୪,୯୯୯ ଟଙ୍କା, ଜିଓ ଟାବଲେଟ ଉପରେ ୧୨,୯୯୯ ଟଙ୍କା, ଜିଓ ସ୍ମାର୍ଟଫୋନ ଉପରେ ୯,୯୯୯ ଟଙ୍କାର ଡିସକାଉଂଟ ମିଳୁଛି ।

ଖାଲି ଏତିକି ନୁହେଁ ଏହି ସାଇଟରେ ନିକଟରେ ଲଂଚ ହୋଇଥିବା ଜିଓ ଫୋନ-୨ ୩,୯୯୯ ଟଙ୍କାର ଡିସକାଉଂଟ ସହିତ ମାତ୍ର ୪୪୯ ଟଙ୍କାରେ ବି ମିଳୁଛି । ହେଲେ ଜିଓ ଫୋନ-୨ର ଦାମ ହେଲା ୨,୯୯୯ ଟଙ୍କା ହିଁ ରହିଛି । ତେବେ ୱେବସାଇଟରେ ଉପଲବ୍ଧ ସୂଚନା ମୁତାବକ, ଏହାର ଲୋକେସନ କାଲିଫର୍ଣ୍ଣିଆ ବୋଲି ଯାହା ଜଣାପଡୁଛି । ତେଣୁ ଆପଣଙ୍କୁ ଆମର ଗୋଟିଏ ଅନୁରୋଧ ଶସ୍ତା ଦେଖି କୌଣସି ବି ସାଇଟରୁ କିଛି ବି ଜିନିଷ ଆଦୌ କିଣନ୍ତୁ ନାହିଁ , ନଚେତ୍ ଆପଣ ଅସୁବିଧାରେ ପଡିପାରନ୍ତି ।