ରଜପାନର ବିଶେଷତ୍ୱ କ’ଣ ?

696

ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।

ରଜରେ ପାନଖିଆ ଏକ ପୁରୁଣା ଓଡିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ଭୋଜନ ଶେଷରେ ତାମ୍ବୁଳ ବ୍ୟବସ୍ଥା ଏକ ପାରମ୍ପରିକ ପ୍ରଥା । ରଜରେ ବନ୍ଧୁବାନ୍ଧବଙ୍କ ଘରକୁ ବୁଲି ଗଲାବେଳେ ଯେଉଁ ଦ୍ରବ୍ୟ ଖୋଜାପଡେ, ତା’ ହେଲା ପାନ । ଆୟୁର୍ବେଦ ଶାସ୍ତ୍ରରେ ପାନ କୃମିନାଶକ ରୂପେ ପରିଚିତ । ପାନରେ ଦିଆ ଯାଉଥିବା ଖଇର ଓ ଚୂନ ଦାନ୍ତୁକୁ ମଜଭୁତ କରିଥାଏ । ପାନ ଖାଇବା ବେଲେ ପାନ ପତ୍ରରୁ ଶିରାକୁ କାଢ଼ିଦିଆଯାଏ । କାରଣ ପାନ ଶିରା ହେଉଚି ବୁଦ୍ଧିନାଶକ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି ।

କେବେ ପାନ ଖାଇ ନଥିବା ଝିଅମାନେ ରଜ ଆସିଲେ ଏଇ ମଉକାରେ ରଜ ପାନ ଖଣ୍ଡେ ନିଶ୍ଚେ କଳରେ ଯାକିବେ । ଚଳିତ ବର୍ଷ ରଜରେ ରାଜଧାନୀର ସହିଦନଗରସ୍ଥିତ ରମାକାନ୍ତ ସେନାପତିଙ୍କ ‘ବନାରସୀ ପାନ ଭଣ୍ଡାର’ରେ ୯ଟି ‘ଫ୍ଲେଭର୍‌’ର ପାନ ଉପଲବ୍ଧ ହେଉଥିବା ବେଳେ ଫ୍ଲେଭର୍‌ ଚଟଣି, ଲିକୁଇଡ୍‌ ମସଲା, ଲିଚି ଓ ଚକୋଲେଟ୍‌ ଫ୍ଲେଭର୍‌ର ପାନର ଦାମ୍‌ ୩୦ଟଙ୍କା ରହିଛି । ସେହିଭଳି ଲୋକଙ୍କ ଡାଏଟ୍‌କୁ ଦୃଷ୍ଟରେ ରଖି ‘ଡ୍ରାଏଫ୍ରୁଟ’ ପାନ ମଧ୍ୟ ଉପଲବ୍ଧ ହେଉଛି । କାଜୁ, ବାଦାମ, ଖିସମିସ୍‌, ପେସ୍ତାକୁ ନେଇ ପ୍ରସ୍ତୁତ ପାନ  ୬୦ଟଙ୍କାରୁ ଆରମ୍ଭ ହୋଇ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

ଏଥରେ ରଜରେ ରମାକାନ୍ତ ପ୍ରାୟ ୫୦ ପ୍ରକାର ମିଠା ପାନ ମସଲା ଓ ମିଠା କଡ଼ା ମିଶାଇ ୨୦୦ ପ୍ରକାର ମସଲାରେ ପାନ ତିଆର କରିିବେ । ପାନ ପାଇଁ ନବରତ୍ନମସଲା, କେଶର ଓ ଗିଲା  ପରି ଅନେକ ପ୍ରକାରର ମସଲା ସୁରତ, ପଶ୍ଚିମବଙ୍ଗ, ବେଙ୍ଗାଲୁରୁ ଓ ଦିଲ୍ଲୀରୁ ମଗାଉଛି । ଏଥର ରଜ ପାନ ଅନ୍‌ଲାଇନରେ କିପରି ସହଜରେ ମିଳି ପାରିବ ସେହି ବ୍ୟବସ୍ଥା ମଧ୍ୟ କରିଛନ୍ତି । ଭୁବନେଶ୍ୱରର ଯେକୌଣସି ସ୍ଥାନରୁ ଫୋନ୍‌ କରି ପାନ ଅର୍ଡର ଦେଲେ ୪ଘଣ୍ଟା ଭିତରେ ଘରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।