ବିନା ନାକ ଏବଂ ଆଖିରେ ବଂଚିଥିବା ମହିଳା ! ବିଶ୍ୱରେ ସୃଷ୍ଟି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ

42

ସାଧାରଣତଃ ବିନା ନାକ ଏବଂ ଆଖିରେ ବଂଚିବା କଷ୍ଟକର ହୋଇଥାଏ । କିନ୍ତୁ ବିନା ଆଖି ଓ ନାକରେ ଜନ୍ମ ନେଇଥିବା କେସିଡି ହୁପର ଏହି ସବୁକଥାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି । ସେ ପୁଣି ସ୍ୱଳ୍ପ ସମୟ ନୁହେଁ ବରଂ ଦୀର୍ଘ ୧୯ ବର୍ଷ ହେଲା କେସିଡି ଏପରି ଜୀବନ ବିତାଇ ଆସୁଛନ୍ତି ।

କେସିଡି ବନା ଆଖି ଓ ନାକରେ ଜନ୍ମ ହୋଇଥିଲେ ଯାହାକି ଏକ ବର୍ଥ ଡିସାର୍ଡର କାରଣରୁ ହୋଇଥିଲା । ମାତ୍ର ଡାକ୍ତରଙ୍କ ପ୍ରଚେଷ୍ଟା କାରଣରୁ ସେ ଧିରେ ଧିରେ ସୁସ୍ଥ ହେବାକୁ ଯାଉଛନ୍ତି । ଏଥିପାଇଁ ତାଙ୍କ ମୁହଁକୁ ଠିକ୍ କରିବାକୁ ଓ ତାଙ୍କଠାରେ ନକଲି ନାକ ଲଗାଇବାକୁ ଡାକ୍ତରଙ୍କୁ ଲାଗିଥିଲା ପାଖାପାଖି ୬ ବର୍ଷ । ଏହି ୬ ବର୍ଷ ମଧ୍ୟରେ ତାଙ୍କର ପାଖାପାଖି ୧୧ ଥର ସର୍ଜରୀ ହୋଇସାରିଛି । ୫ ବର୍ଷ କେବଳ ତାଙ୍କର ଚେହେରାକୁ ବିସ୍ତାର କରିବାକୁ ଲାଗିଥିଲା । ତାଙ୍କଠାରେ ପ୍ରୋସ୍ଥେଟିକ୍ ନାକ ବା ନକଲି ନାକ ରୋପଣ କରାଯାଇଛି ।

ଯଦିଓ ତାଙ୍କର ନକଲି ନାକ ଲଗାଯାଇଛି ମାତ୍ର ସେ ଏବେ ମଧ୍ୟ ଦେଖି ପାରନ୍ତି ନାହିଁ । ଡାକ୍ତରଙ୍କ କହିବା କଥା ହେଲା, କେତେକ ଲୋକଙ୍କ ନାକ ନଥାଇଁ ମଧ୍ୟ ସେମାନେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରନ୍ତି କିନ୍ତୁ କାସିଡିଙ୍କଠାରେ ସେଭଳି ଲକ୍ଷଣ ଦେଖାଯାଇ ନଥିଲା ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅତ୍ୟନ୍ତ କଷ୍ଟ ଅନୁଭବ କରୁଥିଲେ । ମାତ୍ର ନକଲି ନାକ ଲଗାଇବା ଦ୍ୱାରା ତାଙ୍କ ଚେହେରା ପରିପୂର୍ଣ୍ଣ ଦେଖାଯିବା ସହ ସେ ଏଭଳି ସମସ୍ୟାରୁ ମୁକ୍ତି ପାଇଥିଲେ । ଏଥି ପାଇଁ ଡାକ୍ତରଙ୍କୁ କଠିନ ପରିଶ୍ରମ କରିବାକୁ ପଜଡିଥିଲା ।

କେସିଡିଙ୍କୁ ବର୍ତ୍ତମାନ ୧୯ ବର୍ଷ । ଆଉ ସେ କଲେଜ ମଧ୍ୟ ଯାଉଛନ୍ତି । ଦେଖା ନ ଯିବା ସତ୍ୱେ ମଧ୍ୟ ସେ ଜଣେ ସାଧାରଣ ଲୋକଙ୍କ ପରି ଜୀବନ ବିତାଇପାରିଛନ୍ତି । ନିଜର ଏକ ଅଭିନ୍ନ ତଥା ଅଲଗା ଚେହେରା କାରଣରୁ ତାଙ୍କୁ ଅଧିକାଂଶ ସମୟରେ ତାଙ୍କୁ ବିଭିନ୍ନ ଲୋକଙ୍କ ଥଟ୍ଟା ମଜାର ଶିକାର ହେବାକୁ ମଧ୍ୟ ପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-