ଜୋମାଟୋରୁ ଖାଦ୍ୟ ଅର୍ଡର କରୁଛନ୍ତି କି? ସାବଧାନ୍, ଆପଣ ବି ହୋଇପାରନ୍ତି ଠକେଇର ଶିକାର

523

ଜୋମାଟୋରୁ ଖାଦ୍ୟ ଅର୍ଡର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, କାରଣ ଆପଣ ବି ହୋଇପାରନ୍ତି ଠକାମୀର ଶିକାର । ତେବେ ଏକଥା ଆମେ କହୁନାହିଁ ବରଂ ଠକାମୀର ଶିକାର ହୋଇଥିବା ଜଣେ ଗ୍ରାହକଙ୍କର ଏଭଳି ଅଭିଯୋଗ ରହିଛି ।

ସୂଚନା ମୁତାବକ, ଔରଙ୍ଗାବାଦରେ ରହୁଥିବା ଜଣେ ବ୍ୟକ୍ତି ନିଜ ପରିବାର ଲୋକଙ୍କ ପାଇଁ ଜୋମାଟୋରୁ ପନିର ଚିଲି ମଗାଇଥିଲେ । ଆଉ ନିର୍ଧାରିତ ସମୟ ସୁଦ୍ଧା ମଧ୍ୟ ଡେଲିଭରୀ ବଏ ଅର୍ଡର ଆଣିଦେଇଯାଇଥିଲା । ହେଲେ ଯେତେବେଳେ ବ୍ୟକ୍ତି ଏବଂ ତାଙ୍କ ପରିବାର ଲୋକେ ପ୍ୟାକେଟ ଖୋଲି ପନିର ଖାଇବାକୁ ଆରମ୍ଭ କରିଥିଲେ ସେତେବେଳେ ସେ ଯାହା ଅନୁଭବ କଲେ ତାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ପ୍ୟାକେଟରୁ ଖାଦ୍ୟ ବାହାର କରି ସେମାନେ ଖାଇବା ଆରମ୍ଭ କରିଥିଲେ , ହେଲେ ପରିବାରର ଜଣେ ସଦସ୍ୟ ଖାଦ୍ୟ ଚୋବାଇବାରେ ଅସୁବିଧା ଅନୁଭବ କଲେ । ଆଉ ଯେତେବେଳେ ସେ ଅଧା ଚୋବା ହୋଇଥିବା ଖାଦ୍ୟକୁ ଗିଳି ନପାରି ବାହାରକୁ ବାହାର କରିଦେଇଥିଲେ ସେତେବେଳେ ସେ ଦେଖିବାକୁ ପାଇଲେ କି ସେ ଯାହାକୁ ପନିର ଭାବି ଚୋବାଇ ଚାଲିଥିଲେ ତାହା ବାସ୍ତବରେ ଚିଲ୍ଲି ପନିର ନଥିଲା ବରଂ ପ୍ଲାଷ୍ଟିକ୍ ଥିଲା ।

ଅଭିଯୋଗକାରୀଙ୍କ କହିବା ଅନୁସାରେ, ଖାଦ୍ୟ ଖାଇବା ସମୟରେ ତାଙ୍କ ଘର ଲୋକ ଅଭିଯୋଗ କରିଥିଲେ କି ଏହା ବହୁତ ଟାଣ ଲାଗୁଛି । ଆଉ ଯେତେବେଳେ ସେ ତାକୁ ଭଲ କରି ଦେଖିଥିଲେ ତେବେ ସେ ଜାଣିବାକୁ ପାଇଥିଲେ କି ସେଥିରେ ଫାଇବର ଥିଲା । ଯେଉଁ ହୋଟେଲରୁ ସେ ଖାଦ୍ୟ ଅର୍ଡର କରିଥିଲେ , ତାର ମାଲିକଙ୍କର କହିବା କଥା ହେଲା କି, ଏଭଳି କାମ ନିଶ୍ଚୟ ଡେଲିଭରୀ ବଏର ହିଁ ହୋଇପାରେ । କାରଣ ହୋଟେଲରୁ ଯେତେବେଳେ ଖାଦ୍ୟ ପାର୍ସଲ ହୋଇଯାଇଥିଲା ସେତେବେଳେ ତାହା ପୂରା ଠିକ୍ ଠାକ୍ ଥିଲା । ଏନେଇ ବ୍ୟକ୍ତି ଜଣକ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗକୁ ଭିତ୍ତି କରି ପୁଲିସ ଏବେ ତଦନ୍ତ ଚଳାଇଛି ।

ଏଠାରେ ଆମେ କହି ରଖୁଛୁ କି, ଗତ କିଛି ଦିନ ତଳେ ଜୋମାଟୋ ଡେଲିଭରି ବଏର ଏକ ଭିଡିଓ ସୋସିଆଲ ମଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଜଣେ ଯୁବକ ଜୋମାଟର ପୋଷକ ପିନ୍ଧି ବାଇକ୍ ଉପରେ ବସି ବ୍ୟାଗରୁ ପାର୍ସଲ ବାହାର କରି ତାକୁ ଖୋଲି ସେଥିରେ ଥିବା ଖାଦ୍ୟକୁ ଅଧା ଖାଇ ପୁଣି ଥରେ ସିଲ୍ କରି ବ୍ୟାଗରେ ଭର୍ତ୍ତି କରିଦେଉଥିବାର ଦୃଶ୍ୟ ରହିଥିଲା ।

Comments are closed.