ଭଡା ଘରେ ରହୁଛନ୍ତି କି ? ତେବେ ଆପଣଙ୍କ କବାଟ ପିଟିବେ ଥାନାଧିକାରୀ, ଜାଣନ୍ତୁ କାହିଁକି

51

ଯଦି ଆପଣ ଆପଣଙ୍କର ଘର ଭଡା ଦେଇଛନ୍ତି ତେବେ ଏଥିପାଇଁ ଆପଣ ଏକ ବିରାଟ ଅସୁବିଧାରେ ପଡିପାରନ୍ତି । ଆଉ ଯଦି ଆପଣ ଏହି ବିପଦରୁ ବର୍ତ୍ତିବାକୁ ଚାହୁଁଥିଲେ ତେବେ ନିମ୍ନରେ ଆଲୋଚନା କରାଯାଇଥିବା ବିଷୟ ବସ୍ତୁ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

ସୂଚନା ମୁତାବକ, ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡୋର ଟୁ ଡୋର ଅଭିଯାନ । ଆଉ ଏହି ଅଭିଯାନକୁ ଆରମ୍ଭ କରିବେ ପୁଲିସ୍ ଅଧିକାରୀ । ତେବେ ଏହି ଅଭିଯାନ ଆଧାରରେ ପୁଲିସ ଅଧିକାରୀ ଘର ଘର ବୁଲି ତଦନ୍ତ କରିବେ ଭଡାଟିଆଙ୍କ ପରିଚୟ ପତ୍ର । ସେହିପରି ଘର ମାଲିକଙ୍କର ଯାଂଚ ମଧ୍ୟ କରାଯିବ । ଯେଉଁ ଘରମାଲିକ ମାନେ ନିଜ ଘର ଭଡାଦେଇ ଥିବା ବ୍ୟକ୍ତିବିଶେଷଙ୍କଠାରୁ ପରିଚୟ ପତ୍ର ରଖି ନଥିବେ ସେମାନଙ୍କଠାରୁ ଜରିମାନା ଆଦୟ କରାଯିବ । କାରଣ ନିକଟରେ ପୁଲିସ ଭଡାଟିଆଙ୍କର ଭେରିଫିକେସନ ଅଭିଯାନ ଆରମ୍ଭ କରିଥିଲା, ଯେଉଁଥିରେ ଘର ମାଲିକମାନଙ୍କ ଉପରେ ଦଶ ହଜାର ଲେଖାଏଁ ଜରିମାନା ଲାଗୁ କରିଥିଲା ।

ପୁଲିସ ସୂଚନା ମୁତାବକ, ସମସ୍ତ ଘରମାଲିକ ନିଜ ଭଡାଟିଆମାନଙ୍କର ଭେରିଫିକେସନ କରିବାରେ ପୁଲିସକୁ ସହଯୋଗ କରିବେ । ଯାହାକି ସେମାନଙ୍କର ସୁରକ୍ଷା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ଏହାପରେ ପୁଲିସ ଡୋର ଟୁ ଡୋର ଭେରିଫିକେସନ ଅଭିଯାନ ମଧ୍ୟ ଆରମ୍ଭ କରିବ । ତେବେ ଯେଉଁ ସବୁ ଘର ମାଲିକ ନିଜର ଭଡାଟିଆ ଏବଂ ଠିକାଦାର ମାନେ ନିଜ ଶ୍ରମିକମାନଙ୍କର ଭେରିଫିକେସନ କରିନାହାଁନ୍ତି ସେମାନଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ କରାଯିବ ବୋଲି ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।