ସାବଧାନ୍ ! କଂପାନୀକୁ ନଜଣାଇ ଛୁଟିରେ ଗଲେ ଚାଲିଯାଇପାରେ ଚାକିରି….

କଂପାନୀକୁ ନଜଣାଇ ଛୁଟିରେ ଚାଲିଗଲେ ବୋଲି ଚାକିରି ହରାଇଲେ ୨୩୬ କର୍ମଚାରୀ

129

ଆଜ୍ଞା ହଁ ! ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ନଜଣାଇ ଛୁଟିରେ ଚାଲିଯାଇଥିବା କାରଣରୁ ଏକ କଂପାନୀ ନିଜର ୨୩୬ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି ।

ସୂଚନା ମୁତାବକ, auto analyst company ZF stairing gear ନିଜର ୨୩୬ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କ୍ୃତ କରିଛି । ଏସଂପର୍କରେ ସୂଚନା ଖୋଦ୍ କଂପାନୀ ବମ୍ବେ ଷ୍ଟକ ଏକ୍ସଚେଂଜକୁ ଦେଇଛି । କଂପାନୀ ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କି, ଛଟେଇ ହୋଇଥିବା ସମସ୍ତ କର୍ମଚାରୀ ବିନା ପୂର୍ବ ସୂଚନା ଦେଇ ଛୁଟିରେ ଚାଲିଯାଇଥିଲେ । ତେବେ କର୍ମଚାରୀଙ୍କ ଅଚାନକ ଛୁଟିରେ ଯିବାର କାରଣ ଖୋଜା ଗଲା ପରେ ଜଣାପଡିଥିଲା କି, ଆନ୍ଦୋଳନରେ ସାମିଲ ହୋଇଥିବା କର୍ମଚାରୀଙ୍କ ଖରାପ ଆଚରଣ କାରଣରୁ ସେମାନଙ୍କୁ କଂପାନୀରୁ ବାହାର କରିଦିଆଯାଇଛି ।

କଂପାନୀର କହିବା ଅନୁସାରେ, କଂପାନୀରୁ ବାହାର କରାଯାଇଥିବା ସମସ୍ତ ଇଂଜିନିୟରମାନଙ୍କୁ ଆଇନ ଅନୁସାରେ, ବକେୟା ପାଉଣା ଦେଇଦିଆଯାଇଛି । କଂପାନୀର ଉତ୍ପାଦନ ଉପରେ ଯେପରି କୌଣସି ପ୍ରଭାବ ନପଡିବ ଏଥିପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଉଛି । କଂପାନୀର ସୂଚନା ମୁତାବକ, ଇଂଜିନିୟରମାନଙ୍କୁ ଏକ ସମୁହ ପୂର୍ବକ ସୂଚନା ଏବଂ ପର୍ଯ୍ୟାପ୍ତ କାରଣ ବିନା ୨ ଡିସେମ୍ବର ୨୦୧୭ରୁ ୧୯ ଜାନୁଆରୀ ୨୦୧୮ ପର୍ଯ୍ୟନ୍ତ ସାମୂହିକ ଅବକାଶ ଉପରେ ଚାଲି ଯିବାର ସୂଚନା ପୂର୍ବରୁ ଦିଆଯାଇଥିଲା । ଆନ୍ଦୋଳନରେ ସାମିଲ ହୋଇଥିବା କର୍ମଚାରୀଙ୍କ ଖରାପ ଆଚରଣ ପରେ କଂପାନୀ ତଦନ୍ତ ଆରମ୍ଭ କରିଥିଲା ଏବଂ ସମସ୍ତ କରମଚାରୀଙ୍କ ବିରୋଧରେ ଲାଗିଥିବା  ଅଭିଯୋଗର ଯାଂଚ ପାଇଁ ଜଣେ ଇନକ୍ୱାରି ଅଫିସର ନିଯୁକ୍ତ କରିଥିଲା ।

କଂପାନୀ ଆହୁରୀ ମଧ୍ୟ କହିଛି କି, ଯାଂଚର କାମ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ତରିକାରେ ସମସ୍ତ ସିଦ୍ଧାନ୍ତକୁ ଦୃଷ୍ଟିରେ ରଖି କରାଯାଇଥିଲା, ଯେଉଁଥିରେ କର୍ମଚାରୀମାନେ ନିଜର ଖରାପ ଆଚରଣ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ କଂପାନୀ ସେମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ କରିଥିଲା, ହେଲେ କୌଣସି ସମାଧାନର ବାଟ ବାହାରି ପାରିନଥିଲା । ଶେଷରେ ବାଧ୍ୟ ହୋଇ କଂପାନୀକୁ ଏହି ୨୩୬ ଜଣ କର୍ମଚାରୀଙ୍କୁ ଚାକିରିୁ ବାହାର କରିବାକୁ ପଡିଥିଲା ।