ଜିରୋ ବାଲାନ୍ସ ଖାତା ସହ ଧାରକଙ୍କୁ ମିଳିଥାଏ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା । ଖାତାରେ ଅର୍ଥ ଥାଉ କି ନଥାଉ ଯେକୌଣସି ସମୟରେ ଉଠାଇ ପାରିବେ ଟଙ୍କା

609

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନୁଯାୟୀ ଦେଶର କୌଣସି ବି ନାଗରିକ କୌଣସି ବି ରାଷ୍ଟ୍ରୀୟକୃତ(ସରକାରୀ ମାନ୍ୟତା ପ୍ରାପ୍ତ) ବ୍ୟାଙ୍କରେ ଜିରୋ ବାଲାନ୍ସ ଆକାଉଂଟ ଖୋଲିପାରିବେ । ଏହି ଖାତାରେ ଧାରକଙ୍କୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମାରାଶି ମିଳିଥାଏ । ତେବେ ଏଥିପାଇଁ ଉକ୍ତ ଖାତାରେ ଆର୍ଥିକ କାରବାର ଜାରି ରହିଥିବା ନିହାତି ଜରୁରୀ । ଏହାଛଡା ଖାତାଧାରକଙ୍କୁ ଜୀବନ ବୀମାରାଶିର ସୁବିଧା ବି ପ୍ରଦାନ କରାଯାଇଥାଏ, ଯାହା ଅନୁଯାୟୀ ଖାତାଧାରକଙ୍କର ମୃତ୍ୟୁ ହେବା ଦ୍ୱାରା ନୋମିନକୁ ୩୦ ହଜାର ଦିଆଯାଇଥାଏ । ସେହିପରି ଖାତାଧାରକଙ୍କୁ ଓଭର ଡ୍ରାଫ୍ଟର ସୁବିଧା ବି ମିଳିଥାଏ ।

ଏହି ଖାତାରେ ଖାତାଧାରକ ଯାହା ବି ଟଙ୍କା ଜମା କରିବେ ତା ଉପରେ ବ୍ୟାଙ୍କ ସାଧାରଣ ସଂଚୟ ଖାତା ଭଳି ସୁଧ ପ୍ରଦାନ କରିଥାଏ । ଜନଧନ ଖାତା ମାଧ୍ୟମରେ ଖାତା ଧାରକ ଦେଶ ଭିତରେ କେଉଁଠାରୁ ବି ଟଙ୍କା ପଠାଇବା ପାରିବେ କିମ୍ବା ମଗାଇପାରିବେ । ଖାତା ଧାରକ ଡିଜିଟାଲ ପେମେଂଟ ବି କରିପାରିବେ । ତେବେ ଏହି ଯୋଜନା ପରିସରରେ ଦୁଇ କିମ୍ବା ଦୁଇରୁ ଅଧିକ ବ୍ୟକ୍ତି ଜଏଂଟ ଆକାଉଂଟ ବି ଖୋଲି ପାରିବେ ।
ଓଭର ଡ୍ରାଫ୍ଟ ସୁବିଧାର ବ୍ୟବହାର କରିବା ଉପରେ ଲାଗିଥାଏ ଅଧିକ ସୁଧ

କିଭଳି ଖୋଲିବା ଖାତା

• କୌଣସି ବି ସରକାରୀ ବ୍ୟାଙ୍କରେ ଜନଧନ ଯୋଜନାର ଖାତା ଖୋଲିବା ପାଇଁ ଫର୍ମ ମିଳିପାରେ ।

• ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ଫର୍ମରେ ଆବେଦକଙ୍କର ପୂରା ନାଁ, ଫଟୋ, ବୈବାହିତ ସ୍ଥିତି, ଆଡ୍ରେସ, ଫୋନ ନମ୍ବର, ବ୍ୟବସାୟ ବା ରୋଜଗାର ଏବଂ ବାର୍ଷିକ ଆୟ, ଆଶ୍ରିତଙ୍କ ସଂଖ୍ୟା ଏବଂ ଯଦି ପୂର୍ବରୁ କୌଣସି ବ୍ୟାଙ୍କ ଖାତା ଥିବ ତେବେ ତାର ସୂଚନା ଦେବାକୁ ପଡିଥାଏ ।

• ସେହିପରି ଯଦି ଆପଣଙ୍କ ନିକଟରେ ଆଧାର କାର୍ଡ ଅଛି ତେବେ ଆଇଡି ପ୍ରୁଫର ଅନ୍ୟ କୌଣସି ପ୍ରମାଣପତ୍ର ଆପଣଙ୍କୁ ଆଉ ଦେବାକୁ ପଡିବନି ।

ଦୁର୍ଘଟଣା ବୀମାରାଶି

ପ୍ରତ୍ୟେକ ଖାତାଧାରକଙ୍କୁ ଦୁର୍ଘଟଣା ବୀମାରାଶି ମିଳିଥାଏ । ଯଦି ଗୋଟିଏ ପରିବାରର ଅନେକ ସଦସ୍ୟ ଦୁର୍ଘଟଣାର ଶିକାର ହୁଅନ୍ତି । ତେବେ ଏଭଳି ପରିସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ସମସ୍ତ ସଦସ୍ୟଙ୍କୁ ଏହାର ଲାଭ ମିଳିବ । ଏଥିପାଇଁ ଆପଣଙ୍କୁ ଅଲଗା କୌଣସି ପ୍ରକାରର ପ୍ରିମିୟମ ଭରିବାକୁ ପଡିବ ନାହିଁ ।

ଏହାବ୍ୟତୀତ ୩୦ ହାଜର ଟଙ୍କାର ଜୀବମ ବୀମାରାଶି ଖାତାଧାରକଙ୍କର ମୃତ୍ୟୁ ପରେ ତାଙ୍କ ନୋମିନିକୁ ମିଳିବ । ତେବେ ବେନିଫିଟ୍ ପରିବାର ଜଣେ ସଦସ୍ୟଙ୍କୁ ହିଁ ମିଳିପାରେ ।

ଓଭର ଡ୍ରାଫ୍ଟ

ଯଦି କୌଣସି ଜନଧନ ଖାତାଧାରକଙ୍କ ଖାତାର ରେକର୍ଡ ବହୁତ ଭଲ ରହିଛି । ତେବେ ସେ ନିଜ ଖାତାରୁ ଟଙ୍କା ନଥିଲେ ବି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଉଠାଇ ପାରିବେ । ହେଲେ ଏହା ଉପରେ ଖାତାଧାରକଙ୍କୁ କିଛି ସୁଧ ଦେବାକୁ ପଡିଥାଏ । ତେବେ ଏହି ସୁବିଧା ପରିବାରର କେବଳ ଜଣିଏ ସଦସ୍ୟଙ୍କୁ ହିଁ ମିଳିବ ।

ଜନଧନ ଯୋଜନା ସଂପର୍କରେ କିଛି ଖାସ୍ କଥା

• ଜିରୋ ବାଲାନ୍ସରେ ଖାତା ଖୋଲିପାରିବେ । ପରିବାରର ଦୁଇ ଜଣ ସଦସ୍ୟ ଜଏଂଟ ଆକାଉଂଟ ଖୋଲିପାରିବେ ।

• ପିଲାଙ୍କ ନାଁରେ ଖାତା ଖୋଲିଥିଲେ ସେମାନେ ବାଲିଙ୍ଗ ହେବା ପର୍ଯ୍ୟନ୍ତ ବାପାମାଆ ସଂରକ୍ଷକ ରହିବେ ।

• ଖାତା ଖୋଲିବାର ୬ ମାସ ପରେ ୧୦ ହଜାର ଟଙ୍କା ଲୋନ ବାବଦକୁ ନେଇପାରିବେ । ତେବେ ଆପଣଙ୍କ ଖାତାରେ ଟଙ୍କା ଥାଉ କି ନଥାଉ ।

• ଏଭଳି ଖାତାରେ ଗୋଟିଏ ବର୍ଷ ମଧ୍ୟରେ ମୋଟ ଜମା ୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରଖିପାରିବେ ନାହିଁ । ଗୋଟିଏ ମାସରେ ୧୦ ହଜାରରୁ ଅଧିକ ଟଙ୍କା ଆର୍ଥିକ କାରବାର କରିପାରିବେ ନାହିଁ ।

• ଯଦି ଆପଣ ଏହି ଖାତା ପାଇଁ ନିର୍ଧାରିତ ବାଲାନ୍ସ ଏବଂ ଆର୍ଥିକ କାରବାରର ସୀମାକୁ ପାର କରି ଦିଅନ୍ତି ତେବେ ବ୍ୟାଙ୍କ ଆପଣା ଛାଏଁ ଏହାକୁ ସାଧାରଣ ସଂଚୟ ଖାତାକୁ ପରିବର୍ତ୍ତନ କରିଦେବ । ଏହାପରେ ଆପଣ ଏହି ଯୋଜନାର ସୁବିଧାରୁ ବଂଚିତ ହୋଇଯିବେ ।

• ଟଙ୍କା ଉଠାଣ, ଜମା ,ଫଣ୍ଡ ଟ୍ରାନ୍ସଫର, ମୋବାଇଲ ବ୍ୟାଙ୍କିଂ ଭଳି ସୁବିଧା ଏହି ଯୋଜନାରେ ସଂପୂର୍ଣ୍ଣ ଭାବରେ ମାଗଣା ଅଟେ ।

ଜନଧନ ଖାତା ସଂପର୍କରେ କୌଣସି ଅଭିଯୋଗ କିମ୍ବା ପରାମର୍ଶ ପାଇଁ ଆପଣ ଏହାର ହେଲପ ଲାଇନ ନମ୍ବର ୧୮୦୦-୧୮୦-୧୧୧୧ ତଥା ୧୮୦୦-୧୧-୦୦୦୧ ରେ କଲ କରି ଅଭିଯୋଗ କରିପାରିବେ ।

Comments are closed.