ଅସାମାଜିକ ଯୁବକଙ୍କୁ ପାନେ ଦେବ ‘ଚପଲ’ ! ମହିଳାଙ୍କୁ ଛୁଇଁଲେ ଏବେ ମାରିବ କରେଂଟ୍

36

ଏଣିକି ମହଙ୍ଗା ପଡିବ ମହିଳାଙ୍କ ସହ କୌଣସି ପ୍ରକାରର ବ୍ୟବହାର । ମହିଳାଙ୍କୁ ଅସଦାଚରଣ କଲେ ଅସାମାଜିକ ଯୁବକଙ୍କୁ ମାରିବ ବିଦ୍ୟୁତ୍ ଝଟକା । କାରଣ ବଜାରକୁ ଆସିଲା କରେଂଟ ମାରୁଥିବା ସ୍ୟାଣ୍ଡେଲ । ଯାହାକୁ ମହିଳାଙ୍କର ଆତ୍ମରକ୍ଷା ଉଦ୍ଦେଶ୍ୟରେ ତିଆରି କରାଯାଇଛି । ଏଭଳି ଏକ ସୁରକ୍ଷାଦାୟୀ ସ୍ୟାଣ୍ଡେଲ ବା ଚପଲ ବାହାର କରିଛନ୍ତି ଜଣେ ୧୮ ବର୍ଷୀୟ ଯୁବକ । ସୂଚନା ମୁତାବକ, ହାଇଦ୍ରାବାଦର ୧୮ ବର୍ଷୀୟ ସିଦ୍ଧାର୍ଥ ମଣ୍ଡଳା ମହିଳାଙ୍କର ସୁରକ୍ଷା ନିମନ୍ତେ ଏକ ଚପଲ ତିଆରି କରିଛନ୍ତି । ଯାହାର ନାଁ ରହିଛି ‘ଇଲେକ୍ଟ୍ରି ସୁ’ । ଏହି ସୁର ବିଶେଷତ୍ୱ ହେଲା କି ଏହାକୁ ପିନ୍ଧି ମହିଳାମାନେ ନିଜକୁ ଯୌନ ପିପାଷୁଙ୍କଠାରୁ ରକ୍ଷା କରିପାରିବେ ।

ସିଦ୍ଧାର୍ଥ ମଣ୍ଡଳାଙ୍କ ସୂଚନା ମୁତାବକ, ୨୦୧୨ରେ ନିର୍ଭୟା ଗଣଦୁଷ୍କର୍ମ ପରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନରେ ସାମିଲ ହେବାକୁ ତାଙ୍କୁ ସୁଯୋଗ ମିଳିଥିଲା । ଆଉ ସେହିଦିନଠାରୁ ହିଁ ମହିଳାଙ୍କର ସୁରକ୍ଷା ନେଇ ଏକ ବ୍ୟବହାରିକ ସମାଧାନ ବାହାର କରିବାକୁ ଚିନ୍ତା କରିଥିଲେ ସିଦ୍ଧାର୍ଥ । ସିଦ୍ଧାର୍ଥ ଭାବି ଥିଲେ କି ମହିଳାମାନେ ଘରୁ ବାହାରିବା ସମୟରେ ପେପର ସ୍ପ୍ରେ, ଡିଜର ଭଳି ସୁରକ୍ଷାକବଚ ଭଳି ଉପକରଣ ସାଥିରେ ନେବାକୁ ପ୍ରାୟତଃ ଭୁଲି ଯାଆନ୍ତି । ହେଲେ ଚପଲ ବିନା ତ ସେମାନେ ବାହାରକୁ ବାହାରନ୍ତି ନାହିଁ । ଯେଉଇଥିପାଇଁ ସେ ଏହି ଇଲୋକ୍ଟ୍ରନିକ୍ ସୁ ତିଆରି କରିବାକୁ ସ୍ଥିର କରିଥିଲେ । ଏହି ସୁ ଆକ୍ରମାଣକାରୀଙ୍କୁ ପଏଂଟ ୧ ଏଏମପିର କରେଂଟ ଝଟକା ଦେବ । ଯେଉଁଥିରେ କିଛି ମୁହୂର୍ତ୍ତପାଇଁ ଆକ୍ରମଣକାରୀ ଅଚେତ ହୋଇପଡିବେ । ଆଉ ଏହି ସମୟରେ ହିଁ ମହିଳାମାନେ ସେଠାରୁ ଖସି ଆସିପାରିବାରେ ସଫଳ ହୋଇଯିବେ ।

ଖାଲି ସେତିକି ନୁହେଁ ଏହି ଚପଲ ଉଭୟ ପୁଲିସ୍ ଏବଂ ମହିଳାଙ୍କର ପରିବାରଲୋକଙ୍କୁ ତାଙ୍କର ଲୋକେସନ ସଂପର୍କିତ ସୂଚନା ବି ପଠାଇବ । ସିଦ୍ଧାର୍ଥଙ୍କ କହିବା ମୁତାବକ, ଏହି ଚପଲ ପିଜୋଇଲୋଟ୍ରନିକ ଟେକନିକ ଉପରେ ଆଧାରିତ । ଏଥିରେ ଚାର୍ଜିଂ କିମ୍ବା କୌଣସି ବ୍ୟାଟେରୀର ଆବଶ୍ୟକତା ପଡିନଥାଏ । ବରଂ ମହିଳାମାନେ ଯେତେବେଳେ ଏହାକୁ ପିନ୍ଧି ଚାଲିବେ ସେହି ସମୟରେ ହିଁ ଚପଲଟି ଆପଣାଛାଏଁ ଚାର୍ଜ ହୋଇଯିବ । ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କୁ ଖରାପ ଉଦ୍ଦେଶ୍ୟରେ ଛୁଇଁବାକୁ ଚେଷ୍ଟା କରିବେ ତେବେ ଆପଣଙ୍କୁ ମାତ୍ର ମାତ୍ର ୫ ସେକେଣ୍ଡ ପାଇଁ ପାଦର ଆଙ୍ଗୁଠି ଜରିଆରେ ପିନ୍ଧିଥିବା ଏହି ଚପଲକୁ ଦବାଇବାକୁ ପଡିବ ଆଉ କିକ୍ ମାରିବା କ୍ଷଣି ହିଁ ଏହା କରେଂଟ ଝଟକା ଭଳି ଆକ୍ରମଣକାରୀଙ୍କ ତଳେ ପକାଇଦେବ ବୋଲି ସିଦ୍ଧାର୍ଥ ଦାବି କରିଛନ୍ତି ।