ନଖରୁ ଜାଣନ୍ତୁ ରୋଗର ପ୍ରାଥମିକ ଲକ୍ଷଣ

82

ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ନଖ, ଯାହା ପ୍ରତି ବିଶେଷ ଧ୍ୟାନ ଦିଆଯାଇ ନଥାଏ । ଅନେକ ଲୋକଙ୍କ ନଖ ଜନ୍ମରୁ ହିଁ ନରମ ଥାଏ। ଶରୀରରେ ପ୍ରୋଟିନର ଅଭାବତା ଥିଲେ ଏଭଳି ହୋଇଥାଏ । ଏତଦବ୍ୟତୀତ ପୋଟାସିୟମ୍, ସୋଡ଼ିୟମ୍ ହାଇଡ୍ରେକ୍ ସାଇଡ଼୍ ସଂପର୍କରେ ଆସିଲେ ମଧ୍ୟ ନଖ ନରମ ହୋଇଥାଏ ।

ସବୁଠୁ ମଜାଦାର କଥା ହେଲାଯେ,ସବୁ ଆଙ୍ଗୁଳିର ବୃଦ୍ଧି ଏକାଭଳି ହୋଇ ନଥାଏ । ମଝି ଆଙ୍ଗୁଳି ଓ ଛୋଟ ଆଙ୍ଗୁଳିର ନଖ ଅନ୍ୟ ଆଙ୍ଗୁଳିର ନଖ ତୁଳନାରେ ଡ଼ାହାଣ ହାତର ନଖ ଅତି ଶୀଘ୍ର ହିଁ ବଢ଼ିଥାଏ । ମହିଳାମାନଙ୍କ ଅପେକ୍ଷା ପୁରୁଷ ମାନଙ୍କ ନଖ ଅଧିକ ବଢ଼ିଥାଏ । ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ,ଶୀତ ଋତୁ ତୁଳନାରେ ଗ୍ରୀଷ୍ମ କାଳରେ ନଖ ଅଧିକ ବଢ଼ିଥାଏ ।

ମନେ ରଖନ୍ତୁ ନଖରେ କୌଣସି ପ୍ରକାରର ବିକୃତି ଦେଖାଗଲେ,ତାହା ରୋଗର ପ୍ରାରମ୍ଭିକ ସୂଚନା ହୋଇପାରେ ! ଯଦି ନଖ ହଳଦିଆ ରଙ୍ଗ ଦିଶେ,ତେବେ ତୁରନ୍ତ ହିଁ ଆପଣ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ । ଖାଲି ସେତିକି ନୁହେଁ, ନଖରୁ ବ୍ୟକ୍ତିକୁ ଏନିମିଆ,ପୋଲିଓ ଆଦି ରୋଗର ମଧ୍ୟ ସୂଚନ ମିଳିଯାଏ । ହୃଦ୍ରୋଗ ,କର୍କଟ ରୋଗଏବଂ ଥାଇରଏଡ଼୍ ଆଦିର ମଧ୍ୟ ସୂଚନା ମିଳିଥାଏ ।