ହୁସିଆର ! କୌଣସି ବି ସମୟରେ ରଦ୍ଦ ହୋଇପାରେ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ, ସୁପ୍ରିମକୋର୍ଟ ଦେଲା ନିର୍ଦ୍ଦେଶ

29

ବିନା ଲାଇସେନ୍ସରେ ଆପଣ ରାସ୍ତାରେ ଗଡାଇ ପାରିବେ ନାହିଁ ଗାଡି । ଡ୍ରାଇଭିଂ କରିବାକୁ ହେଲେ ଆପଣଙ୍କ ନିକଟରେ ଲାଇସେନ୍ସ ଥିବା ନିହାତି ଜରୁରୀ । ସେହିପରି ଆପଣଙ୍କର ସାମାନ୍ୟ ଭୁଲ ପାଇଁ ଆପଣଙ୍କର ଡିଏଲ ତଥା ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ମଧ୍ୟ ହୋଇପାରେ । ଯାହା ସଂପର୍କରେ ଆମେ ତଳେ ଆଲୋଚନା କରିଛୁ । ତେବେ ଆସନ୍ତୁ ଜାଣିବା ସେସଂପର୍କରେ ।

ସୁପ୍ରିମକୋର୍ଟର ନିର୍ଦ୍ଦେଶାନୁସାରେ, ମୋଟର ଭେଇକିଲ୍ ଆକ୍ଟ-୧୯୯୮ର ଧାରା ୧୯ ଅନୁସାରେ, ଯଦି କୌଣସି ବ୍ୟକ୍ତି କୌଣସି ନିୟମର ଉଲ୍ଲଘଂନ କରନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କର ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିଦିଆଯିବ ।

• ଯଦି ଆପଣ ଓଭର ସାଇଡିଂ କରିବେ ତେବେ ଆପଣଙ୍କର ଲାଇସେନ୍ସ ରଦ୍ଦ ହୋଇପାରେ ।

• ସେହିପରି ଯଦି କୌଣସି ବ୍ୟକ୍ତି ଓଭର ଟେକ କରନ୍ତି ତେବେ ତାଙ୍କଠାରୁ ଜରିମାନା ଆଦାୟ କରାଯାଇପାରିବ ।

• ଗାଡି ଚଲାଇବା ସମୟରେ ଯଦି ଆପଣ ମୋବାଇଲରେ କଥା ହୁଅନ୍ତି ତେବେ ଏହା ଆପଣଙ୍କ ପାଇଁ ଭାରି ପଡିପାରେ । କାରଣ ଏହାଦ୍ୱାରା ଆପଣଙ୍କ ଉପରେ ଜରିମାନା ଲାଗୁ କରାଯିବା ସହିତ ଆପଣଙ୍କର ଲାଇସେନ୍ସକୁ ମଧ୍ୟ ରଦ୍ଦ କରିଦିଆଯାଇପାରେ ।

• ସେହିପରି ମଦ ପିଇ ଡ୍ରାଇଭିଂ କରିବା ଏବଂ ବିନା ହେଲମେଂଟରେ ଗାଡି ଚଲାଇବା ମଧ୍ୟ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

• ସୂଚନା ମୁତାବକ, ଯେଉଁ ବ୍ୟକ୍ତି ଏସମସ୍ତ ନିୟମଗୁଡିକୁ ପାଳନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗାଡିର ନମ୍ବର ପ୍ଲେଟ ନଲଗାଇବା ଏବଂ ଟ୍ରିପଲିଂ କରିବା ଦ୍ୱାରା ମଧ୍ୟ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । କାରଣ ଏହାଦ୍ୱାରା ଆପଣଙ୍କୁ ଏକ ମୋଟା ରକମର ଜରିମାନା ଦେବା ସହିତ ଆପଣଙ୍କର ଜୀବନ ପ୍ରତି ବିପଦ ମଧ୍ୟ ହୋଇପାରେ ।