ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ବ୍ଲଡ ଗ୍ରୁପ? ତେବେ ବିନା କୌଣସି ପରୀକ୍ଷାରେ ଘରେ ବସି ଜାଣିପାରିବେ ନିଜ ବ୍ଲଡ ଗ୍ରୁପ

57

ପ୍ରତ୍ୟେକ ମଣିଷର ରକ୍ତର ଏକ ସ୍ୱତନ୍ତ୍ର ଗ୍ରୁପ ରହିଥାଏ । ଯାହା ନିଜ ଭିତରେ ଏକ ବିଶେଷତା ପାଇଁ ହୋଇଥାଏ । ବ୍ୟକ୍ତି ନିଜ ବ୍ଲଡ ଗ୍ରୁପକୁ ଜାଣିବା ପାଇଁ ମେଡିକାଲ କିମ୍ବା କୌଣସି ବ୍ଲଡ କ୍ୟାମ୍ପକୁ ଯାଇଥାଏ ଏବଂ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିବାକୁ ପଡିଥାଏ । ହେଲେ ଥରେ ଚିନ୍ତା କରନ୍ତୁ ତ ବିନା କୌଣସି ଛୁଂଚିରେ ଆପଣଙ୍କ ବ୍ଲଡ ଗ୍ରୁପ କଣ ତାହା ଯଦି ଜାଣି ହୁଏ ତେବେ । ଆପଣ ଭାବୁଥିବେ କି, ଏହା କିଭଳି ସମ୍ଭବ, ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କି କେବଳ ଏକ ନଡିଆରୁ ହିଁ ଆପଣ ଅତି ସହଜରେ ଜାଣିପାରିବେ କି ଆପଣଙ୍କର ବ୍ଲଡ ଗ୍ରୁପ୍ କଣ ? ତେବେ ଏହା କିପରି ସମ୍ଭବ ଜାଣିବା ପାଇଁ ପଢନ୍ତୁ ପୂରା ଖବର ।

ଚିକିତ୍ସା ବିଜ୍ଞାନ ଅନୁସାରେ, ୮ ପ୍ରକାରର ବ୍ଲଡ ଗ୍ରୁପ ତଥା ଏ ପଜିଟିଭ୍, ଏ ନେଗେଟିଭ, ଏବି ନେଗେଟିଭ୍, ବି ପଜିଟିଭ, ବି ନେଗେଟିଭି, ଓ ପଜିଟିଭ ଏବଂ ଓ ନେଗେଟିଭ ହୋଇଥାଏ । ଏକ ରିପୋର୍ଟରେ କୁହାଯାଇଛି କି, ମଣିଷଠାରେ ୫ ପ୍ରକାରର ବ୍ଲଡ ଗ୍ରୁପ ଏ ପଜିଟିଭ୍, ଏବି ପଜିଟିଭ୍, ବି ପଜିଟିଭ୍, ଓ ପଜିଟିଭ୍, ଏବଂ ଓ ନେଗେଟିଭକୁ ନଡିଆରୁ ଚିହ୍ନଟ କରିପାରିବେ । ବାକି ତିନି ପ୍ରକାରର ବ୍ଲଡ ଗ୍ରୁପକୁ ନେଇ ଅଧ୍ୟୟନ ଜାରି ରହିଛି । କାହିକି ନା, ଏହି ୩ ପ୍ରକାରର ବ୍ଲଡ ଗ୍ରୁପର ଲୋକମାନଙ୍କର ସଂଖ୍ୟା ବହୁତ କମ୍ ।

ନଡିଆରୁ ବ୍ଲଡ ଗ୍ରୁପ ଯାଂଚ କରିବା ପାଇଁ ବ୍ୟକ୍ତିର ମୁଣ୍ଡର ସାମାନ୍ୟ ଉପରେ ନଡିଆକୁ ହାତରେ ଧରନ୍ତୁ । ଏହାପରେ ଆପଣ ଦେଖିବେ କି ନଡିଆ ଏକ ଅଲଗା ଦିଗରେ ବୁଲିଯିବ । ତେବେ ଏ ପଜିଟିଭ ବ୍ଲଡ ହୋଇଥିଲେ ନଡିଆର ପୋଜିସନ ରହିବ ୪୫ ଡିଗ୍ରୀ ଏବଂ ସେହିଭଳି ଏବି ପଜିଟିଭର ପୋଜିସନ ୪୫ରୁ ୫୫ ଡିଗ୍ରୀ ରହିବା ସହ ବି ପଜିଟିଭର ପୋଜିସନ ୬୦ ଡିଗ୍ରୀ ଓ ପଜିଟିଭର ପୋଜିସନ ୯୦ ଡିଗ୍ରୀରେ ରହିବ ।