ସାବଧାନ ! ଆପଣ ବ୍ୟବହାର କରୁଥିବା ସିମକାର୍ଡ ନେଇପାରେ ଆପଣଙ୍କର ଜୀବନ, ଜାଣନ୍ତୁ କିପରି

37

ବର୍ତ୍ତମାନ ଯୁଗ ହେଉଛି ସ୍ମାର୍ଟଫୋନର ଯୁଗ । ଯାହାକୁ ଦେଖିବ ଖାଲି ମୋବାଇଲରେ ବ୍ୟସ୍ତ । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତ ମୋବାଇଲ ମାୟାରେ ବାୟା । ହେଲେ ଏହି ସବୁ ଫୋନକୁ ବ୍ୟବହାର କରିବାକୁ ହେଲେ ସିମର ଆବଶ୍ୟକତା ରହିଛି । ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ମୋବାଇଲ ଫୋନରେ ବ୍ୟବହାର କରାଯାଉଥିବା ଛୋଟିଆ ସିମ କାର୍ଡରେ କିଛି ଏଭଳି କଥା ବି ରହିଛି ଯାହା ସଂପର୍କରେ ଆପଣ ଜାଣି ରଖିବା ନିହାତି ଜରୁରୀ । କାରଣ, ଯଦି ଆପଣ ଏକଥାକୁ ଅଣଦେଖା କରନ୍ତି ତେବେ ଏଥିପାଇଁ ଆପଣଙ୍କୁ ଭବିଷ୍ୟତରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ତେବେ ଜାଣିବା ପାଇଁ ପଢନ୍ତୁ ସଂପୂର୍ଣ୍ଣ ରିପୋର୍ଟ ।

ସିମକାର୍ଡ ଆପଣଙ୍କ ମୋବାଇଲର ମେମୋରୀ ସର୍କିଟ ହୋଇଥାଏ , ଯାହାକି ନେଟୱର୍କ ସହିତ ଯୋଡି ହୋଇଥିବା ସମସ୍ତ ତଥ୍ୟକୁ ଗଚ୍ଛିତ କରି ରଖିଥାଏ । ଏଥିସହିତ ହିଁ ସିମକାର୍ଡରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ମଧ୍ୟ ଗଚ୍ଛିତ ହୋଇ ରହିଥାଏ । ସିମ କାର୍ଡ ଆପଣଙ୍କ ଘରର ଠିକଣା, ବ୍ୟାଙ୍କ ଆକାଉଂଟ ନମ୍ବର, ଆପଣଙ୍କ ବନ୍ଧୁ ପରିଜନଙ୍କ ନମ୍ବର କିମ୍ବା ଠିକଣା ରଖି ନଥାଏ ମାତ୍ର ଯଦି ଆପଣ କୌଣସି ମେସେଜରେ ଏସମସ୍ତ ସୂଚନା ପଠାଇଥାନ୍ତି ତେବେ ଏସମସ୍ତ ସିମକାର୍ଡରେ ସେଭ ହୋଇଯାଇଥାଏ ।

ଯାହାଦ୍ୱାରା ମେସେଜ ଡିଲିଟ କରିବା ପରେ ବି ସିମରେ ସେଭ ରହିଯାଇଥାଏ । ଆଉ ଯେପର୍ଯ୍ୟନ୍ତ ଆପଣ କୌଣସି ନୂଆ ଡାଟାରୁ ତାକୁ ଓଭରରାଇଟିଂ ନକରନ୍ତି ତାହା ସେପର୍ଯ୍ୟନ୍ତ ସେଭ ହୋଇ ରହିଥାଏ । କଂଟାକ୍ଟ ନମ୍ବର ସହିତ ଆକାଉଂଟ ନମ୍ବର ଏବଂ ପିନ ଭଳି ସୂଚନା ମଧ୍ୟ ସିମରେ ସେଭ ହୋଇ ରହିଯାଇଥାଏ । ଏଥିସହିତ ହିଁ କଲ ହିଷ୍ଟ୍ରି ବି ସିମକାର୍ଡରେ ସେଭ ରହିଯାଇଥାଏ । ଫୋନର ଲାଷ୍ଟ ଲୋକେସନ ସିମ କାର୍ଡରେ ସେଭ ହୋଇଥାଏ ଯାହାଦ୍ୱାରା ନିଖୋଜ ହୋଇଯାଇଥିବା ବ୍ୟକ୍ତି ବିଶେଷଙ୍କୁ ବି ଠାବ କରାଯାଇପାରିବ ।