ଆପଣଙ୍କ ଗାଡି ପଛରେ ନମ୍ବର ବ୍ୟତୀତ ଅନ୍ୟ କିଛି ଲେଖିଛନ୍ତି କି ? ତେବେ ତୁରନ୍ତ ହଟାଇ ଦିଅନ୍ତୁ ନଚେତ୍ ଉଠାଇ ନେବ ପୁଲିସ୍

88

ଗାଡି ଚଳକଙ୍କ ପାଇଁ ଏଣିକି ବଢିପାରେ ସମସ୍ୟା । କାରଣ ଖୁବ୍ ଶୀଘ୍ର ଗାଡ଼ିରେ ଲେଖାଯାଉଥିବା ଆପତ୍ତିଜନକ ସ୍ଲୋଗାନକୁ ନେଇ ଟ୍ରାଫିକ ନିର୍ଦ୍ଦେଶଳାୟ ପକ୍ଷରୁ ଚାଲୁ ହେବ ଅଭିଯୋନ । ଯାହାଦ୍ୱାରା ଯଦି କୌଣସି ଗାଡି ପଛରେ ନମ୍ବର ପ୍ଲେଟ୍ ବ୍ୟତୀତ ଅନ୍ୟ କୌଣସି ଲେଖା ଲେଖାଯାଏ ତେବେ ଉକ୍ତ ଗାଡି ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କବାଣୀ ଶୁଣାଇଛି ସଡକ ପରିବହନ ମନ୍ତ୍ରାଳୟ । ତେବେ ଗାଡିରେ ଆପଣ କଣ ଲେଖିପାରିବେ ଆଉ କଣ ଲେଖିପାରିବେ ନାହିଁ ସେ ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଯଦି ଆପଣ ଆପଣଙ୍କ ( ବସ, ଟ୍ରକ, କାର, ଅଟୋ) ଆଦି ପଛରେ କୌଣସି ଆପତ୍ତିଜନକ ସ୍ଲୋଗାନ ଲେଖୁଛନ୍ତି, ତେବେ ଉଭୟ ଚେକିଂ ପୁଲିସ ଓ ଏଆରଟିଓ ଅଧିକାରୀ ଆପଣଙ୍କଠାରୁ ଚାଲାଣ କାଟିପାରନ୍ତି । ଅର୍ଥାତ୍ ଏଥିପାଇଁ ଆପଣଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିପାରେ । ଅଧିକାଂଶ ସମୟରେ ଆପଣ ଦେଖିଥିବେ କି ଅନେକ ଅଟୋ ଏବଂ ଟ୍ରକ ପଛରେ କିଛି ଆପତିଜନକ ସ୍ଲୋଗାନ ଲେଖାଯାଇଥାଏ । ଯେପରି ହସ୍ ମତ୍ ପଗଲୀ ପ୍ୟାର ହୋ ଜାଏଗା, ତେରା ଆସିକ୍ ଆ ଗୟା, ହମ ହେଁ ରାହି ପ୍ୟାର କେ ଆଦି । ତେବେ ଏହିସବୁ ସ୍ଲୋଗାନ ଲେଖିବା ଦ୍ୱାରା ମଧ୍ୟ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ ।

ଏଠାରେ ଆମେ କହିରଖୁଛୁ ବିଭିନ୍ନ ଯାନବାହନ ପଛରେ ଲେଖାଯାଇଥିବା ଏଭଳି ଧରଣର ସ୍ଲୋଗାନକୁ ନେଇ କିଛି ଲୋକ ପରିବହନ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଯାହାକୁ ଆଧାର କରି ପରିବହନ ନିର୍ଦ୍ଦେଶକ ସମସ୍ତ ଆରଟିଓ ଏବଂ ପରିବହନ ନିରୀକ୍ଷକଙ୍କୁ ଏଭଳି ଲେଖାଯାଇଥିବା ଗାଡିଗୁଡିକରୁ ଉକ୍ତ ଲାଇନ୍ ହଟାଇବା ସହିତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିବହନ ବିଭାଗ ମଧ୍ୟ ଏଭଳି ଗାଡିଗୁଡିକ ବିରୋଧରେ ଖୁବ୍ ଶୀଘ୍ର ଅଭିଯାନ ଚଳାଇବାକୁ ଆଲୋଚନା ଜାରି ରଖିଛି ।

ତେବେ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ, ଗାଡିର ନମ୍ବର ପ୍ଲେଟ ଉପରେ ବି ନମ୍ବର ବ୍ୟତୀତ ଅନ୍ୟ କୌଣସି ସ୍ଲୋଗାନ କିମ୍ବା ସରନେମ୍ ଲେଖିଯିବା ଉପରେ ପରିବହନ ବିଭାଗ ଏବଂ ଚେକିଂ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାପାଇଁ । କାରଣ ଅଧିକାଂଶ ଗାଡିଗୁଡିକର ମାଲିକମାନେ ନିଜ ଗାଡି ପଛରେ ତାଙ୍କର ସରନେମ୍ ଲେଖିପକାନ୍ତି, ଯାହା ଏବେ ଆଉ ଚଳିବ ନାହିଁ । କାରଣ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶାମାନା ଆଧାରରେ ଯଦି କୌଣସି ଗାଡି ପଛରେ ଏଭଳି କିଛି ଲେଖାଯାଇଥିବାର ନଜର ଆସେ ତେବେ ଉକ୍ତ ଗାଡି ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।