ଆପଣ ବି ପାଇପାରିବେ ପତଂଜଳୀ ସିମ୍ ! ୧୪୪ ଟଙ୍କାରେ ଅସୀମ କଲ ସାଙ୍ଗକୁ ୨ଜିବି ଡାଟା । ମିଳିବ ଜୀବନ ବୀମା ଓ ମେଡିକାଲ ଇନସ୍ୟୁରାନ୍ସ । କିଣିବା ପାଇଁ ଏଭଳି କରନ୍ତୁ ଆବେଦନ

36

ନିକଟରେ ଯୋଗଗୁରୁ ବାବା ରାମବେଦ ଲଂଚ କରିଛନ୍ତି ପତଂଜଳି ସିମ୍ । ବିଏସଏନଏଲ ସହ ମିଶି ବାବା ରାମଦେବ ଲଂଚ କରିଛନ୍ତି ସ୍ୱଦେଶୀ ସମୃଦ୍ଧି ସିମକାର୍ଡ । ଯାହାକି କେବଳ ପତଂଜଳୀ କଂପାନୀର କର୍ମଚାରୀମାନଙ୍କ ପାଇଁ ହିଁ ଉପଲବ୍ଧ ଥିଲା, ଏଥିରେ ସେମାନେ ମାତ୍ର ୧୪୪ ଟଙ୍କା ରିଚାର୍ଜ କରାଇ ୨ଜିବି ଡାଟା ସମେତ ମାଗଣା ଭଏସ କଲିଂ ସୁବିଧାର ଲାଭ ଉଠାଇପାରିବେ । ତେବେ ବର୍ତ୍ତମାନ ଏହି ପ୍ଲାନର ଲାଭ ସାଧାରଣ ୟୁଜର୍ସ ବି ଉଠାଇପାରିବେ । ତେବେ କିପରି , ଜାଣିବା ପାଇଁ ପଢନ୍ତୁ ପୂରା ଖବର…

କିପରି ଲାଭ ଉଠାଇବେ

ଯଦି ଆପଣ ପତଂଜଳୀର ମେମ୍ବର ନୁହଁନ୍ତି ଏବଂ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଆପଣଙ୍କୁ ଏହି ୧୦୦ଟଙ୍କାରେ ପତଂଜଳୀ ସ୍ୱଦେଶୀ ସମୃଦ୍ଧି କାର୍ଡ କିଣିବାକୁ ହେବ । ଯାହାକୁ କୁହାଯାଇଛି ପତଂଜଳୀ ସପିଂ କାର୍ଡ । ଏଥିରେ ପତଂଜଳୀ ପ୍ରଡକ୍ଟସ କିଣିବା ଉପରେ ୧୦ ପ୍ରତିଶତ ଡିସକାଉଂଟ ମିଳିଥାଏ । ପତଂଜଳୀର ପିଆରଓଙ୍କ ସୂଚନା ମୁତାବକ, ଯେତେବେଳେ ଆପଣ ଏହା କରିଦେବେ ସେତେବେଳେ ଆପଣ ପତଂଜଳୀର ଗ୍ରାହକ ହୋଇଯିବେ ଏବଂ କଂପାନୀର ଏହି ତଥା ୧୪୪ ଟଙ୍କିଆ ପ୍ଲାନ ନେଇପାରିବେ । ଆପଣ ଏହି କାର୍ଡକୁ ନେଇ ବିଏସଏନଏଲ ଆଉଟଲେଟରେ ଦେଖାଇବା ମାତ୍ରକେ ଆପଣଙ୍କୁ ଏହି ସିମ ଅତି ସହଜରେ ମିଳିଯିବ ।

ମିଳିବ ୫ ଲକ୍ଷ ଟଙ୍କାର ଜୀବନବୀମା

ରାମଦେବଙ୍କ ଏହି ସ୍ୱଦେଶୀ ସମୃଦ୍ଧି ସିମରେ ୧୪୪ ଟଙ୍କା ରିଚାର୍ଜ କରିବା ଦ୍ୱାରା ୟୁଜର୍ସଙ୍କୁ ୨ ଜିବି ଡାଟା ସହ ଅନଲିମିଟେଡ଼ କଲିଙ୍ଗର ସୁବିଧା ମିଳିବ । ଏବଂ ୧୦୦ ଏସଏମଏସର ଫାଇଦା ମଧ୍ୟ ଉଠାଇ ପାରିବେ ୟୁଜର୍ସ । ଏହାଛଡ଼ା ଏହି ସିମ ଜରିଆରେ ପତଞ୍ଜଳି କମ୍ପାନିର ସାମଗ୍ରୀ ଉପରେ ୧୦ ପ୍ରତିଶତ ରିହାତି ମଧ୍ୟ ମିଳିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସିମ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡ଼ିକାଲ ଇନସ୍ୟୁରାନ୍ସ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ମଧ୍ୟ ଦିଆଯିବ ।

ସିମର ବଜାର ପ୍ରବେଶ ବେଳେ ବାବା ରାମଦେବ କହିଛନ୍ତି, ବିଏସଏନଏଲ ଏକ ସ୍ୱଦେଶୀ ନେଟୱର୍କ କମ୍ପାନି । ପତଞ୍ଜଳି ଓ ବିଏସଏନଏଲର ଲକ୍ଷ୍ୟ ସମାନ, ଲୋକଙ୍କ ସେବା କରିବା । ଏହାଛଡ଼ା ବାବା କହିଛନ୍ତି ଆମର ଲକ୍ଷ୍ୟ ଯେ, କେବଳ ଲୋକଙ୍କୁ ଶସ୍ତା ଡାଟା ଓ କଲ ପ୍ୟାକେଜ ଦେବା ତାହା ନୁହେଁ ବରଂ ଲୋକଙ୍କୁ ସ୍ୱାସ୍ଥ୍ୟ ଓ ଜୀବନବୀମା ମଧ୍ୟ ଯୋଗାଇ ଦେବା ମଧ୍ୟ ଆମର ପ୍ରାଥମିକତା । ତେବେ ରାମଦେବଙ୍କ କହିବା ଅନୁଯାୟୀ ଏହି ବୀମା କେବଳ ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଲାଗୁ କରାଯିବ ।