ଯୋଗୀ କଲେ ଘୋଷଣା ! କନ୍ୟା ଭ୍ରୁଣ ହତ୍ୟା ସଂପର୍କରେ ସୂଚନା ଦେଲେ ମିଳିବ ୨ ଲକ୍ଷ ଟଙ୍କା

106

ଉତ୍ତରପ୍ରେଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାରକୁ ରାଜ୍ୟରେ ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯାହାର ନାଁ ରହିଛି ‘ମୁଖବୀର’ ଯୋଜନା । ଏହି ଯୋଜନା ଆଧାରରେ ଏବେ କନ୍ୟା ଭ୍ରୁଣ ହତ୍ୟା ଜନିତ ସୂଚନା ଦେବା ବ୍ୟକ୍ତିବିଶେଷଙ୍କୁ ସରକାରଙ୍କ ପକ୍ଷରୁ ଦୁଇ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ । ଖାଲି ସେତିକି ନୁହେଁ ଏହି ଯୋଜନାରେ ଜିଲ୍ଲାରେ ପାଖାପାଖି ୬୪ଟି ରେସକ୍ୟୁ ଭ୍ୟାନ୍ ଗଡିିବ । ଯାହା ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବ । ତେବେ ଏହି ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ କରିଛନ୍ତି ।

‘ମୁଖବୀର’ ଯୋଜନାର ଅର୍ଥ

ୟୁପି ସରକାର କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ଉଦ୍ଦେଶ୍ୟରେ ମୁଖବୀର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଆଧାରରେ ଭ୍ରୁଣ ତଥା ଲିଙ୍ଗ ଚିହ୍ନଟ କରୁଥିବା ନସିଂ ହୋମ୍ କିମ୍ବା ଅଲଟ୍ରାସାଉଣ୍ଡ ସେଂଟରମାନଙ୍କରେ ନିଶାଣ ଲଗାଯିବ । ଏସଂପର୍କରେ ସୂଚନା ଦେବା କିମ୍ବା ଧରାଇ ଦେବା ବ୍ୟକ୍ତିବିଶେଷ ତଥା ସୂଚନାଦାତାଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ପାଖିପାଖି ଦୁଇ ଲକ୍ଷ ଟଙ୍କାର ପୁରସ୍କାର । ତେବେ ଏହି ଯୋଜନାଟି ପିସିସିଏନଡିଟି ଆକ୍ଟ ଆଧାରରେ ଆରମ୍ଭ କରାଯାଇଛି ।

ତେବେ ଏହି ଅବସରରେ ଯୋଗୀ କହିଛନ୍ତି, ‘ସମାଜରେ ଅନେକ ବାଧାବିଘ୍ନ ଥିବା ସତ୍ୱେ ଆଜିକା ଦିନରେ ଝିଅମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି । ଆମେ ପରିବାରରେ ଝିଅମାନଙ୍କୁ ସମାନ ଅଧିକାର ଦେବା ଉଚିତ’ ।

ସୌଜନ୍ୟ: ଅମର ଉଜାଲା

ଏହାସହ ମଧ୍ୟ ପଢନ୍ତୁ- ରେଳ ଯାତ୍ରୀଙ୍କ ପାଇଁ ବିଶେଷ ସୂଚନା ! ଜାଣି ରଖନ୍ତୁ ସରକାରଙ୍କ ୫ଟି ବଡ ନିଷ୍ପତି