ଆଜିଠୁ ବଦଳିଗଲା ବ୍ୟାଙ୍କିଂ ସହ ଜଡିତ ୫ଟି ବଡ ନିୟମ ! ଆପଣ ବି ଜାଣିନିଅନ୍ତୁ ନଚେତ୍ ପଡିପାରନ୍ତି ଅସୁବିଧାରେ

1,420

ବିଦାୟ ନେଇଛି ୨୦୧୮ । ନୂଆ ଆଶା ଓ ସମ୍ଭାବନା ସହ ଆସିଛି ୨୦୧୯ । ଏଥି ସହିତ ହିଁ ଆପଣଙ୍କ ଜୀବନ ସହ ଜଡିତ ବହୁତ ସାରା ଜିନିଷ ପୁରୁଣା ହୋଇଯବ ଏବଂ ବହୁତ କିଛି ନୂଆ ହେବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ୫ଟି ଏଭଳି ଜିନିଷ ସଂପର୍କରେ ଜଣାଇବୁ ଯାହା ଆଜିଠାରୁ ଅର୍ଥାତ୍ ୧ ଜାନୁଆରୀ ୨୦୧୯ରୁ ବଦଳିଯିବ ।

୧ .ଅଚଳ ହେବ ସମସ୍ତ ବ୍ୟାଙ୍କର ଏଟିଏମ କାର୍ଡ । ମେସିନରେ କାମ କରିବନି ଆପଣଙ୍କ କାର୍ଡ । କେବଳ ଏସବିଆଇର ଡେବିଟ୍ କାର୍ଡ ନୁହେଁ ବରଂ ସବୁ ବ୍ୟାଙ୍କର ଏଟିଏମ କାର୍ଡ ତଥା ମ୍ୟାଗଷ୍ଟ୍ରିପ୍ ବାଲା ସମସ୍ତ ଏଟିଏମ କାର୍ଡ ଏବେ ହୋଇଯିବ ଅଚଳ । ପୂର୍ବରୁ ଆପଣ କେବଳ ଏସବିଆଇର ଡେବିଟ୍ କାର୍ଡ ୩୧ ଡିସେମ୍ବର ପରେ ବନ୍ଦ ହୋଇଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇ କହିଥିଲା କି, ସେମାନେ ନିଜ ନିଜ ଗ୍ରାହକମାନଙ୍କୁ ମ୍ୟାଗଷ୍ଟ୍ରିପ ଆଧାରିତ ଏଟିଏମ ଡେବିଟ୍ କାର୍ଡକୁ ଇଏମବି ଚିପ୍ ବିଶିଷ୍ଟ କାର୍ଡ ସହ ରିପ୍ଲେସ କରିବାକୁ । ଆଉ ଏହାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୧୮ । ତେବେ ନିର୍ଧାରିତ ତାରିଖ ପରେ ଏହି କାର୍ଡ ସଂପୂର୍ଣ୍ଣ ଭାବରେ ଅଚଳ ହୋଇଯିବ । ଅର୍ଥାତ୍ ଆଜିଠୁ ଆଉ ଏଟିଏମ ମେସିନରେ କାମ କରିବନି ନନଚିପ୍ ବାଲା ଏଟିଏମ କାର୍ଡ ।

୨.୧ ଜାନୁଆରୀ ତଥା ଆଜିଠାରୁ ନନ-ସିଟିଏସ ଚେକ୍ ବୁକ ବେକାର ହୋଇଯିବ । ଆରବିଆଇ ପାଖାପାଖି ୩ ମାସ ପୂର୍ବରୁ ହିଁ ଏସଂପର୍କରେ ସମସ୍ତ ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲା । ଯେଉଁ କାରଣରୁ ବ୍ୟାଙ୍କ ଲଗାତର ଭାବରେ ନିଜ ଗ୍ରାହକଙ୍କଠାରୁ ପୁରୁଣା ଚେକ୍ ବୁକ ସରେଣ୍ଡର କରିବାକୁ ଏବଂ ସିଟିଏସ (Cheque Truncation System)ର ନୂଆ ଚେକ୍ ବୁକ ଜାରି କରିବାକୁ ଅପିଲ କରୁଛନ୍ତି । ତେବେ ସିଟିଏସ ଅନୁସାରେ ଚେକର ଏକ ଇଲେକ୍ଟ୍ରୋନିକ ଇମେଜ କ୍ୟାପଚର ହୋଇଯାଇଥାଏ । ଏବଂ ଫିଜିକାଲ ଚେକକୁ ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କରେ କ୍ଲିୟରାନ୍ସ ପାଇଁ ପଠାଇବାକୁ ଆବଶ୍ୟକତା ପଡିନଥାଏ । ଯେବେକି ନନ- ସିଟିଏସ ଚେକକୁ କମ୍ପ୍ୟୁଟର ଦ୍ୱାରା ରିଡ କରାଯାଇପାରିନଥାଏ । ଯେଉଁ କାରଣରୁ ସେଗୁଡିକୁ ଫିଜିକାଲ ହିଁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ କ୍ଲିୟରାନ୍ସ ପାଇଁ ପଠାଯାଇଥାଏ । ଏବଂ କ୍ଲିୟରାନ୍ସରେ ବି ବହୁତ ସମୟ ଲାଗିଥାଏ ।

୩.ନୂଆ ବର୍ଷରେ ଆପଣଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଖାସ୍ ଅଫରର ଫାଇଦା ମିଳିବ ନାହିଁ । ଏସବିଆଇ ଅଫର ଅନୁୁସାରେ ୩୧ ଡିସେମ୍ବର ସୁଦ୍ଧା ହୋମ ଲୋନ ପାଇଁ ଆବେଦନ କରୁଥିବା ଲୋକଙ୍କୁ ବିନା ପ୍ରୋସେସିଂ ଫିସର ହୋମ ଲେନ ଦେଉଛି । ଏହି ଅଫର ଜରିଆରେ ହୋମ ଲୋନ ନେଉଥିବା ଲୋକଙ୍କର ୧ ହଜାର ଟଙ୍କାର ପ୍ରୋସେସିଂ ଫିସ ବଂଚି ଯିବ ।

୪.ଯଦି ଆପଣ ଆର୍ଥିକ ବର୍ଷ ୨୦୧୭-୧୮ ପାଇଁ ଲେଟ ଫିସ୍ ସହିତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିନାହାନ୍ତି ତେବେ ଆପଣଙ୍କୁ ଏଥିପାଇଁ ଦୁଇଗୁଣା ଟଙ୍କା ପରିଶୋଧ କରିବାକୁ ପଡିପାରେ । ୩୧ ଅଗଷ୍ଟ ସୁଦ୍ଧା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ଥିଲା ହେଲେ ଅଧିକାଂଶ ଲୋକେ ଇନକମ ଟ୍ୟାକ୍ସ ଭରି ନାହାଁନ୍ତି । ତେଣୁ ଯଦି ଆପଣ ବି ଏଥିରେ ସାମିଲ ଅଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଜରିମାନାର ନୂଆ ରାଶି ଅନୁସାରେ ୧୦ ହଜାର ଟଙ୍କା ଦେବାକୁ ପଡିପାରେ । ଅର୍ଥାତ୍ ଆପଣଙ୍କର ପକେଟରୁ ଅତିରିକ୍ତ ୫ ହଜାର ଟଙ୍କା ଯିବ ।

୫. ନୂଆ ବର୍ଷ ତଥା ଆଜିଠୁ ଆପଣଙ୍କୁ ଆଉ ପ୍ରି-ଜିଏସଟି ବାଲା ଜିନିଷ ଉପରେ ମିଳୁଥିବା ଡିସକାଉଂଟର ଫାଇଦା ମିଳିବ ନାହିଁ । ଜିଏସଟି ଲାଗୁ ହେବାର ପୂର୍ବ ବାଲା ଜିନିଷକୁ ବିକ୍ରି କରିବାର ଶେଷ ତାରିଖ ଗତକାଲି ଅର୍ଥାତ୍ ୩୧ ଡିସେମ୍ବର ୨୦୧୮ ଥିଲା ।