କ୍ଷେତରୁ ମିଳିଲା ପରୀର ମୃତ ଦେହ : ଏହାକୁ ନେଇ ଚାରିଆଡେ ଚର୍ଚ୍ଚା

34

ପରୀମାନଙ୍କ କାହାଣୀ କେବଳ ପିଲା ନୁହେଁ ବଡ ମାନଙ୍କୁ ମଧ୍ୟ ଶୁଣିବାକୁ ଭଲ ଲାଗିଥାଏ । ସେଥିପାଇଁ ବିଭିନ୍ନ ବହିଠାରୁ ଆରମ୍ଭ କରି ଦୂରଦର୍ଶନ ଓ ସିନେମା ଯାଏଁ ପରୀମାନଙ୍କ କଥାବସ୍ତୁକୁ ବ୍ୟବହାର କରାଯାଇଥିବାର ଦେଖିବାକୁ ମିଳିଥାଏ । ତେବେ କଳ୍ପନା ରାଇଜର ରାଣୀ କହୁଥିବା ଏକ ପରୀର ମୃତଦେହ ଇଂଲଣ୍ଡର ଏକ ବସ୍ତି ଅଂଚଳରୁ ଠାବ କରାଯାଇଛି । ଯାହା ଆଜି ମଧ୍ୟ ସଭିଙ୍କ ପାଇଁ ରହସ୍ୟମୟ ପାଲଟି ଯାଇଛି ।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ଇଂଲଣ୍ଡ ଡବିଶାୟର ଅଂଚଳରେ ଏକ ବିସ୍ମୟକର ଜୀବର ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ଦେଖିବାକୁ ଅବିକଳ ପରୀ ସଦୃଶ୍ୟ ହୋଇଥିଲା । ୨ ଇଂଚର ବିଶିଷ୍ଟ ଏହି ମୃତଦେହଟିରେ ଡେଣା, ଦାନ୍ତ , ଚର୍ମ ଓ ମୁଣ୍ଡ ଥିଲା । ଏହା ଦେଖିବାକୁ ମନୁଷ୍ୟ ସଦୃଶ୍ୟ ମାତ୍ର ପିଠିରେ ଲାଗିଥିବା ଡେଣା ହେତୁ ଏହା ମଣିଷଠାରୁ ସାମାନ୍ୟ ଭିନ୍ନ ଲାଗୁଥିଲା । ମାନବବିଜ୍ଞାନୀ ଓ ବିଶେଷଜ୍ଞମାନେ ମଧ୍ୟ ଏହାର ବାସ୍ତବିକତା ଉପରେ ମୋହର ଲଗାଇଛନ୍ତି ।

ଅନ୍ୟପଟେ, ଏହାର ଏକ୍ସ-ରେ ରିପୋର୍ଟ ମୁତାବକ ଏହା ଏକ ଛୋଟ ଶିଶୁର ମୃତଦେହ ବୋଲି ଜଣାପଡିଛି । ଯଦିଓ ଏହା ସଂପୂର୍ଣ୍ଣ ରୂପେ ବିକଶିତ ହୋଇ ନଥିଲା । ବର୍ତ୍ତମାନ ଏହି ଘଟଣା ଉପରେ କୌଣସି ସ୍ପଷ୍ଟ ରିପୋର୍ଟ ମିଳିପାରି ନାହିଁ । ମାତ୍ର ବିଶ୍ୱ ପାଇଁ ଏହା ଏକ ରହସ୍ୟ ହୋଇ ରହିଯାଇଛି ଯାହା ପରୀମାନଙ୍କ ଅସ୍ତିତ୍ୱକୁ ଦର୍ଶାଉଛି ।

ଏହା ସହ ଦେଖନ୍ତୁ ବିସ୍ମୟ ବୃକ୍ଷ ! ଯାହାର ଚେର ଦେଖିବାକୁ ମଣିଷ ମୂର୍ତ୍ତୀ ଆକୃତିର