ଆଜି ବିଶ୍ୱ ପରିବେଶ ଦିବସ !

206

ଯେଉଁ ବସୁଧା ଆମକୁ ବଂଚିବାକୁ ସମସ୍ତ ଉପାଦାନ ଦେଉଛି ତାହାକୁ ଓ ତାହାର ପରିବେଶକୁ ସୁରକ୍ଷିତ ରଖିବା ହେଉଛି ଆମର ମୌଳିକ କର୍ତ୍ତବ୍ୟ । ତେଣୁ ତାକୁ ଭୂଲିଗଲେ କିମ୍ବା ତା’ର ଅବହେଳା କଲେ ଏଥିସହିତ ନିଜର ଲାଭ ଓ ଲୋଭ ପାଇଁ ତା’ର ମାତ୍ରାଧିକ ଉପଯୋଗ କରିବାଦ୍ୱାରା ତାହା ଅଧିକ କାଳ ତିଷ୍ଠି ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେହିପରି ପରିବେଶ ସୁରକ୍ଷା ସହିତ ପୃଥିବୀର ସୁରକ୍ଷା ସିଧାସଳଖ ଜଡିତ । ଲୋକଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଂପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ୍ ୫କୁ ‘ବିଶ୍ୱ ପରିବେଶ ଦିବସ’ ଭାବେ ପାଳନ କରାଯାଉଛି ।

୧୯୭୨ରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ବିଶ୍ୱ ପରିବେଶ ଦିବସ ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ପରିବେଶ ପ୍ରଦୂଷିତ ହେବା ପଛରେ ମଣିଷ ସମାଜର ମଧ୍ୟ ଭୂମିକା ରହିଛି-ଏହା ଉପରେ ଜାତିସଂଘ ସଦସ୍ୟମାନେ ସହମତି ପ୍ରକାଶ କରିଥିଲେ । ଠିକ୍ ଏହାର ଦୁଇବର୍ଷ ପରେ ଅର୍ଥାତ୍ ୧୯୭୪ ଜୁନ୍ ୫ରେ ପ୍ରଥମେ ‘ବିଶ୍ୱ ପରିବେଶ ଦିବସ ପାଳିତ’ ହୋଇଥିଲା । ଆଉ ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇ ଆସୁଛି । ତେବେ ଏହି ଅବସରରେ ଆସନ୍ତୁ ଆମେ ସଂକଳ୍ପ ନେବା କି ପ୍ରକୃତ ସହ ସଂପର୍କକୁ ପୁଣିଥରେ ଯୋଡି ପୃଥିବୀକୁ ସରସ ସୁନ୍ଦର କରି ଗଢିି ତୋଳିବା ।