ଗୋଟିଏ ଜୀବନରେ ଦୁଇ ଥର ମୃତ୍ୟୁବରଣ କରିଥିବା ମହିଳା !

29

ମୃତ୍ୟୁପରେ ପୁଣି ଥରେ ଜୀବିତ ହେବା ଘଟଣା ସାଧାରଣତଃ ଆପଣ କୌଣସି ସିନେମାରେ ଦେଖିବାକୁ ପାଇଥିବେ । କିନ୍ତୁ ବାସ୍ତବରେ ଏଭଳି ଘଟଣା ଦେଖିବାକୁ ମିଳିଛି ଋଷର ଏକ ସହରରେ । ଫଗିଲ୍ୟୁ ମୁଖମେଟଜ୍ୟାନୋଭ ନାମକ ଜଣେ ମହିଳା ପୁଣି ଥରେ ଉଠି ବସିଛନ୍ତି ଯେତେବେଳେ ତାଙ୍କ ପରିବାର ଲୋକ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିଲେ ।

ଘରର ଜଣେ ସଦସ୍ୟକୁ ସବୁ ଦିନ ପାଇଁ ହରାଇଥିବା ଦୁଃଖରେ ପରିବାର ଲୋକେ ଏକ ପ୍ରକାରର ମର୍ମାହତ ହୋଇ ଯାଇଥିଲେ । ଆଉ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମଧ୍ୟ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଦେଇଥିଲେ ମାତ୍ର ଠିକ୍ ଏହି ସମୟରେ ଆରପାରିକି ଚାଲି ଯାଇଥିବା ଫଗିଲ୍ୟୁ ପୁଣି ଉଠି ବିଛଣାରେ ବସି ପଡିଥିଲେ ।

ତେବେ ଫଗିଲ୍ୟୁଙ୍କ ସ୍ୱାମୀ ନିଜ ପତ୍ନୀଙ୍କୁ ଜୀବିତ ଦେଖି ଖୁସି ହୋଇଯାଇଥିଲେ । ଆଉ ତାଙ୍କୁ ନେଇ ଡାକ୍ରରଖାନାକୁ ଦୌଡି ଥିଲେ । କିନ୍ତୁ ଭଗବାନଙ୍କ ଇଚ୍ଛା କିଛି ଅଲଗା ଥିଲା । କାରଣ ଫଗିଲ୍ୟୁ ଡାକ୍ତରଖାନାର ଆଇସିୟୁ ରେ କେବଳ ମାତ୍ର ୧୨ ମିନିଟ୍ ପାଇଁ ଜୀବିତ ରହିଥିଲେ । ନିଜର ଅନ୍ତିମ ସଂସ୍କାର ଦୃଶ୍ୟ ତାଙ୍କ ହୃଦୟକୁ ଏପରି ଧକ୍କା ଦେଇଥିଲା କି ହୃଦ୍ ଘାତରେ ତାଙ୍କର ପ୍ରାଣବାୟୁ ଛାଡି ଚାଲି ଯାଇଥିଲା ।

ପ୍ରକୃତ ଘଟଣାଟି ହେଲା, ଫଗିଲ୍ୟୁ ଛାତିରେ ଯନ୍ତ୍ରଣା କାରଣରୁ ଘରେ ପଡି ଅଚେତ୍ ହୋଇଯାଇଥିଲେ । ଯେଉଁଥି ପାଇଁ ଫଗିଲ୍ୟୁଙ୍କ ସ୍ୱାମୀ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବା କଥା ହେଲା ,ହୃଦ୍ ଘାତରୁ ହିଁ ଫଗିଲ୍ୟୁଙ୍କ ମୃତ୍ୟୁ ଘଟିଛି । ତେବେ ଲୋକମାନେ ଏହି ଘଟଣାକୁ ଚମକ୍ରାର ମାନୁ ଥିବାବେଳେ ଫଗିଲ୍ୟୁଙ୍କ ସ୍ୱାମୀ ଡାକ୍ତରଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।