ଆତ୍ମହତ୍ୟା ପାଇଁ ପ୍ରଶିକ୍ଷଣ ! ମରିବା ପୂର୍ବରୁ କବର ଭିତରେ ଶୁଅନ୍ତି ମହିଳା

33

ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଜାପାନରେ । ଯେଉଁଠାରେ ଆତ୍ମହତ୍ୟା କରିବା ପୂର୍ବରୁ ମହିଳାମାନଙ୍କୁ ପାଠ ପଢାଯାଇଥାଏ । ଆଉ ଏଠାରେ ଗ୍ରେଭ କ୍ଲାସ ରୁମ ମାଧ୍ୟମରେ ମହିଳାମାନଙ୍କୁ ପ୍ରଥମେ ଭିତରେ ଶୋଇବାର ଅନୁଭୂତି ପ୍ରଦାନ କରାଯାଇଥାଏ ।

ସୂଚନା ମୁତାବକ, ଏହି ଅଜବ ବ୍ୟବସ୍ଥା ଜଣେ ୩୦ ବର୍ଷିୟ ମହିଳା ଲିୟୁ ତେଜି ଆରମ୍ଭ କରିଛନ୍ତି । ତେବେ ତିନି ବର୍ଷ ତଳେ ଲିୟୁଙ୍କୁ ତାଙ୍କ ସ୍ୱାମୀ ଛାଡପତ୍ର ଦେଇଥିଲେ । ମାନସିକ ଭାରସାମ୍ୟ ହରାଇ ସେ ଅ।।ତ୍ମହତ୍ୟା କରିବାକୁ ନିଷ୍ପତି ନେଇଥିଲେ । ହେଲେ ପରେ ଅନୁଭବ କରିଥିଲେ ଯେ, ଖାଲି ସେ ନୁହେଁ ଏପରି ଅନେକ ମହିଳା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ସେମାନଙ୍କୁ ଏଦିଗରେ ସଚେତନ କରାଇବାର ଆବଶ୍ୟକତା ଅଛି । ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ସେ ଗ୍ରେଭ କ୍ଲାସ୍ ରୁମ ଆରମ୍ଭ କରିଛନ୍ତି ।

ତେବେ, ଏଠାକୁ ଆସୁଥିବା ଇଚ୍ଛୁକ ମହିଳାମାନଙ୍କୁ ପ୍ରଥମେ କବର ଭିତରେ ଶୋଇବାକୁ କୁହାଯାଇଥାଏ । ପରେ ତାଙ୍କ ଉପରେ ମାଟି ଫିଙ୍ଗାଯାଏ । ଏହା କରିବାର ଅର୍ଥ ସେମାନଙ୍କୁ ମୃତ୍ୟୁର ଅନୁଭବ ପ୍ରଦାନ କରାଇବା । ମହିଳାମାନେ ଏହି ଅନୁଭବ ପରେ ବେଶ ଡରି ଯାଉଥିବା ଦେଖିବାକୁ ମିଳିଛି । ଏହି କ୍ଲାସ ପରେ ଅନେକ ମହିଳା ଆତ୍ମହତ୍ୟା କରିବାର ଇଚ୍ଛାକୁ ତ୍ୟାଗ କରୁଥିବା ଶୁଣିବାକୁ ମିଳିଛି ।