ସ୍ୱାମୀଙ୍କ ସଂପତିରେ ରହିଛି ମହିଳାଙ୍କ ବରାବର ଅଧିକାର । ପୈତୃକ ସଂପତିରେ ବି ରହିଛି ପୂରା ଅଂଶୀଦାର,ସ୍ୱାମୀଠାରୁ ଅଲଗା ରହିଲେ ବି ପ୍ରପୋର୍ଟିରେ ରହିବ ସଂପୂର୍ଣ୍ଣ ହକ୍

3,491

ବିବାହିତା ହୋଇଥାଆନ୍ତୁ କିମ୍ବା ଅବିବାହିତା, ମହିଳାଙ୍କୁ ନିଜର ପୈତୃକ ସଂପତିରେ ବରାବର ହକ୍ ପାଇବାର ଅଧିକାର ରହିଛି । ଆଇନ୍ ଅନୁଯାଇ କୌଣସି ବି ମହିଳାଙ୍କୁ ନିଜ ବାପାଙ୍କର ପୈତୃକ ତଥା ପୁସ୍ତାନୀ ସଂପତିରେ ପୂରା ଅଧିକାର ଦିଆଯାଇଛି । ଯଦି ବାପା ନିଜସ୍ୱ ଗଚ୍ଛିତ ସଂପତିର କୌଣସି କାଗଜପତ୍ର କରିନାହାଁନ୍ତି ତେବେ ତାଙ୍କର ମୃତ୍ୟୁ ପରେ ସଂପତିରେ ଝିଅଙ୍କୁ ବି ଭାଇ ଏବଂ ମାଆଙ୍କ ଭଳି ବରାବର ଅଂଶ ମିଳିବ । ଏପରିକି ବିବାହ ପରେ ବି ଏହି ଅଧିକାର କାଏମ ରହିବ । ଏହାଛଡା ବିଧବା ବୋହୂ ବି ଶ୍ୱଶୂରଘରଠାରୁ ଭରଣପୋଷଣ ଭତା ଏବଂ ସଂପତିରେ ଭାଗ ପାଇବାର ହକଦାର ଅଟନ୍ତି । ଖାଲି ଏତିକି ହିଁ ନୁହେଁ ସର୍ବୋଚ୍ଚ ନ୍ୟାୟାଳୟ ପୈତୃକ ସଂପତିରେ ବିବାହିତା ଝିଅକୁ ଭାଗ ଦେବାକୁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ସେଥିରେ ସେ ବି ବାପା ଦ୍ୱାରା ଝିଅକୁ ତାର ଭାଇ ଏବଂ ମାଆକୁ ଅଣଦେଖା କରି ସଂପତିର ଉତରାଧିକାରୀ ଏବଂ ମାଲିକ ଘୋଷିତ କରିପାରନ୍ତି ।

ମିଳିପାରେ ମାଲିକାନା ହକ୍

ଉତରାଧିକାରୀର ନିୟମରେ ସଂପତିର ଭାଗବଂଟା ଦ୍ୱାରା କୌଣସି ବି ବ୍ୟକ୍ତି ସ୍ୱଂୟ ଅର୍ଜିତ ସଂପତିକୁ ହସ୍ତାନ୍ତରିତ କରିବାର ଅଧିକାର ବି ସ୍ପଷ୍ଟ ବ୍ୟାଖ୍ୟା କରିଥାଏ । ଖାସ କରି ସୋସାଇଟି ଆକ୍ଟ ଆଧାରରେ ଜଣେ ବାପା ନିଜର ବିବାହିତ ଝିଅକୁ ପତ୍ନୀ ଏବଂ ପୁଅକୁ ଅଣଦେଖା କରି ଘରର ମାଲିକାନା ହକ୍ ବଂଚି ଥାଉ ଥାଉ ବି ନ୍ୟସ୍ତ କରିପାରିବେ ।

ମାଗି ପାରିବେ ଭରଣପୋଷଣ ଭତା

ସଂପତି ଉପରେ ହକ୍ ବିବାହ ପରେ ସ୍ୱାମୀର ସଂପତିରେ ମହିଳାଙ୍କର ମାଲିକାନା ହକ୍ ନଥାଏ . ହେଲେ ସିଆରପିସି, ହିନ୍ଦୁ ମ୍ୟାରେଜ ଆକ୍ଟ, ହିନ୍ଦୁ ଆଡପ୍ସନ ଆଣ୍ଡ ମେଂଟେନାନ୍ସ ଆକ୍ଟ ଏବଂ ଘରୋଇ ହିଂସା ଆଇନ ଅନୁସାରେ ଭରଣପୋଷଣ ଭତା ଦାବି କରିପାରିବ । ଯଦି ସ୍ୱାମୀ କୌଣସି ବସିୟତ ବନାଇ ନାହାଁନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ପତ୍ନୀଙ୍କୁ ତାଙ୍କ ପତୀଙ୍କର ଅର୍ଜିତ ସଂପତିରେ ଭାଗ ମିଳିବ, ହେଲେ ପୈତୃକ ସଂପତିରେ ସେ ଦାବି କରିପାରିବେ ନାହିଁ ।

ମିଳିବ ଅନେକ ଅଧିକାର

ଛାଡପତ୍ର ପରେ ମହିଳାଙ୍କୁ ସ୍ୱାମୀର ପୈତୃକ ଏବଂ ବସିୟତ ଯୋଗ୍ୟ ସଂପତିରୁ ବି ଅନୁକମ୍ପା ଭାଗୀଦାରୀ ମିଳିବ । ପୈତୃକ ସଂପତିରେ ହକ ମିଳିବା ଦ୍ୱାରା ଛାଡପତ୍ର ସମୟରେ ଯେତେବେଳେ ଅନୁକମ୍ପା ରାଶି ଧାର୍ଯ୍ୟ କରାଯିବ, ସେତେବେଳେ ସ୍ୱାମୀଙ୍କ ଦରମା ଓ ତାଙ୍କର ଅର୍ଜିତ ସଂପତି ଏବଂ ପୈତୃକ ସଂପତି ଆଧାରରେ ଭରଣପୋଷଣ ଭତା ଏବଂ ଅନକମ୍ପା ସ୍ଥିର କରାଯିବ ।

କଣ ରହିଛି ମହିଳାଙ୍କ ଅଧିକାର

କୌଣସି ବି ମହିଳା ନିଜ ଅଂଶରେ ଆସିଥିବା ପୈତୃକ ସଂପତି ଏବଂ ନିଜସ୍ୱ ଅର୍ଜିତ ସଂପତିକୁ ଚାହିଁଲେ ବିକ୍ରି କରିପାରିବେ । ଏଥିରେ କୌଣସି ବି ବ୍ୟକ୍ତି ହସ୍ତକ୍ଷେପ କରିପାରିବେ ନାହିଁ । ମହିଳା ଏହି ସଂପତିର ବସିୟତ କରିପାରିବେ ଏବଂ ଚାହିଁଲେ ମହିଳା ସେହି ସଂପତିରୁ ନିଜ ପିଲାମାନଙ୍କର ଲାଳନପାଳନ କରିପାରିବେ । ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୫୫ର ସେକସନ ୨୭ ଅନୁସାରେ ପତି ଏବଂ ପତ୍ନୀ ଉଭୟଙ୍କ ଯେତିକି ବି ସଂପତି ରହିଥିବ, ତାର ଭାଗବଂଟାକୁ ବି ନେଇ ପତ୍ନୀ ଦାବି କରିପାରିବେ । ଏହାଛଡା ପତ୍ନୀକୁ ତାଙ୍କର ସ୍ତ୍ରୀ ଧନ ଉପରେ ବି ତାଙ୍କର ପୂରା ଅଧିକାର ରହିଛି ।

ପୂର୍ବଜଙ୍କ ସଂପତିରେ ଭାଗ

ହିନ୍ଦୁ ମ୍ୟାରେଜ ଆକ୍ଟ.୧୯୫୪ ଅନୁସାରେ ମହିଳାମାନେ ସଂପତିରେ ଭାଗବଂଟାକୁ ନେଇ ଦାବି କରିପାରିବେ । ହେଲେ କୋପାର୍ସିନରୀ ରାଇଟ୍ ଅନୁସାରେ ତାଙ୍କୁ ନିଜ ଜେଜେ ବାପା କିମ୍ବା ନିଜର ପୁରୁଖଙ୍କ ଦ୍ୱାରା ଅର୍ଜିତ ସଂପତିରୁ ବି ନିଜର ଅଂଶ ପାଇବାର ପୂରା ଅଧିକାର ରହିଛି । ଏହି ନିୟମ ସମସ୍ତ ରାଜ୍ୟମାନଙ୍କରେ ଲାଗୁ ହୋଇସାରିଛି ।

ସ୍ୱାମୀଙ୍କ କୌଣସି ଝଗଡା ହୋଇଥିଲେ

ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ମନମାଳିନ୍ୟ ରହିଛି । ତେବେ ପତ୍ନୀ ସିଆରପିସିର ଧାରା .୧୨୫ ଅନୁସାରେ ଭରଣପୋଷଣା ଭତା ପାଇଁ ଆବେଦନ କରିପାରିବେ । ଯଦି ପତୀ ଏବଂ ପତ୍ନୀ ମଧ୍ୟରେ ଛାଡପତ୍ର ମାମଲା ଚାଲିଥାଏ ତେବେ ସେ ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା .୨୪ ଅନୁାସରେ ଭରଣପୋଷଣା ଭତା ଦାବି କରିପାରିବେ । ପତୀ-ପତ୍ନୀରେ ଛାଡପତ୍ର ହୋଇଗଲେ ଛାଡପତ୍ର ସମୟରେ ଯେଉଁ ଅନୁକମ୍ପା ରାଶି ସ୍ଥିର ହୋଇଥାଏ, ତାହା ବି ପତୀଙ୍କର ଦରମା ଏବଂ ତାଙ୍କର ଅର୍ଜିତ ସଂପତି ଆଧାରରେ ହହିଁ ଧାର୍ଯ୍ୟ ହୋଇଥାଏ ।

ଲିଭ୍ଇନ ରିଲେସନରେ ଅଧିକାର

ଲିଭ-ଇନରେ ରହୁଥିବା ମହିଳାଙ୍କୁ ଭରଣପୋଷଣ ଭତା ପାଇବାର ବି ଅଧିକାର ରହିଛି । ଯଦିଓ ପାର୍ଟନରଙ୍କ ମୃତ୍ୟୁ ପରେ ତାଙ୍କ ସଂପତିରେ ଅଧିକାର ମିଳିନଥାଏ , ତେବେ ଯଦି ପାର୍ଟନରଙ୍କ ନିକଟରେ ବହୁତ ଅଧିକ ସଂପତି ରହିଛି ଏବଂ ପୂର୍ବରୁ ଭରଣପୋଷଣ ଭତା ସ୍ଥିର ହୋଇରହିଛି ତେବେ ଉକ୍ତ ଭତା ଜାରି ରହିପାରେ । ଯଦି ଲିଭ-ଇନରେ ରହି ପାର୍ଟନର ବସିୟତ ଜରିଆରେ ସଂପତି ଲିଭ-ଇନ ପାର୍ଟନରଙ୍କୁ ଲେଖି ଦିଅନ୍ତି ତେବେ ମୃତ୍ୟୁ ପରେ ତାଙ୍କର ସଂପତି ପାର୍ଟନରଙ୍କୁ ମିଳିଯିବ ।

ନିଜ ସଂପତି ସହ ଜଡିତ ନିଷ୍ପତି

କୌଣସି ବି ମହିଳା ନିଜ ଭାଗରେ ଆସିଥିବା ପୈତୃକ ସଂପତି ଏବଂ ନିଜସ୍ୱ ଅର୍ଜିତ ସଂପତିକୁ ଯାହା ଚାହିଁବେ ତାହା କରିପାରିବେ । ଯଦି ମହିଳା ତାକୁ ବିକିବାକୁ ଚାହିଁବେ ତେବେ ତାକୁ ବିକ୍ରି ବି କରିପାରିବେ ।

Comments are closed.