ସ୍ୱାମୀଙ୍କ ସହ ରହିବେ କି ନାହିଁ ନିଷ୍ପତି ନେଇପାରିବେ ସ୍ତ୍ରୀ । ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ; ଇଚ୍ଛାକଲେ ନିଜ ବାପାମାଙ୍କ ସହ ରହିପାରିବେ ବିବାହିତା ମହିଳା

298

ଜଣେ ମହିଳା କାହା ସହ ରହିବେ ଏ ସଂପର୍କିତ ନିଷ୍ପତି ସେ ନିଜେ ନେଇ ପାରିବେ । ସ୍ୱାମୀଙ୍କ ସହ ରହିବେ ନା ବାପା ମାଆଙ୍କ ସହ ରହିବେ ଏ ସଂପର୍କିତ ନିଷ୍ପତି ନେବାରେ ଜଣେ ବିବାହିତା ମହିଳାଙ୍କ ନିଜସ୍ୱ ଅଧିକାର ରହିଛି । ଏକ ମାମଲାର ଶୁଣାଣି କରି ଏମିତି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରେମ ବିବାହ କରିଥିଲେ ମଧ୍ୟ ପତ୍ନୀ ତାଙ୍କ ସ୍ୱାମୀଙ୍କ ସହ ନରହି ପିତା ମାତାଙ୍କ ସହ ରହିବାକୁ ଚାହିଁବାରୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ୱାମୀ ।

ଏପରିକି ପ୍ରେମିକାଙ୍କୁ ବିବାହ କରିବା ପାଇଁ ବ୍ୟକ୍ତିଜଣକ ନିଜ ଧର୍ମ ପରିବର୍ତନ କରିଥିଲେ । କିନ୍ତୁ ବିବାହ ପରେ ପ୍ରେମିକା ଜଣକ ସ୍ୱାମୀଙ୍କ ସହ ରହିବାକୁ ମନା କରିବା ସହ ନିଜ ବାପା ମାଆଙ୍କ ସହ ରହିବାକୁ ପସନ୍ଦ କରିଥିଲେ । ମାମଲା କୋର୍ଟକୁ ଆସିବା ପରେ ମହିଳାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ କୋର୍ଟରେ ପତ୍ନୀ ଜଣକ ବିବାହକୁ ସ୍ୱୀକାର କରିଥିଲେ ମଧ୍ୟ ସ୍ୱାମୀଙ୍କ ସହ ନରହି ନିଜ ପିତାମାତାଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଯେଉଁଥି ପାଇଁ ଏହା ଏକ ବିବାହ ସଂପର୍କିତ ପାରିବାରିକ ମାମଲା ବା ମାଟ୍ରିମୋନିଆଲ୍ କେସ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ତେବେ ମହିଳାଙ୍କୁ ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ କରାଯାଇ ପାରିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ନେତୃତ୍ୱରେ ଜଷ୍ଟିସ ଏ.ଏମ. ଖାନୱିଲକର ଓ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୁଡଙ୍କଙ୍କୁ ନେଇ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।