ପରିବାର ଲୋକଙ୍କ ନିଷ୍ଠୁରତା ! ୪୨ ବର୍ଷୀୟ ମହିଳାଙ୍କୁ ୧୦ ବର୍ଷ ହେଲା ଛାଡି ଦେଇଥିଲେ ଜଙ୍ଗଲରେ

31

ସାଧାରଣତଃ ନିଜ ପରିବାର ପାଇଁ ମଣିଷ କଣ ବା କରି ନପାରେ ମାତ୍ର ନିକଟରେ ଚୀନରେ ଏକ ପରିବାରର ଏଭଳି କିଛି ହୃଦୟବିଦାରକ ଘଟଣା ସାମନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବା ସହ ରୁମମୂଳ ଟାଙ୍କୁରି ଉଠିବ । କାରଣ କାହାଣୀଟି ହେଉଛି ଜଣେ ୪୨ ବର୍ଷୀୟ ମହିଳାଙ୍କ । ଯାହାଙ୍କୁ ବଂଚିବାକୁ ଦିଆଯାଇଛି ସତ ମାତ୍ର ସେ ପୁଣି ଘଂଚ ଜଙ୍ଗଲ ମଧ୍ୟରେ ।

ସୂଚନାଯୋଗ୍ୟ, ଚୀନରେ ବାସ କରୁଥିବା ଜଣେ ୪୨ ବର୍ଷୀୟ ମହିଳା ସିଙ୍ଗଜଙ୍ଗ ସିମେଇଙ୍କୁ ତାଙ୍କ ନିଜ ପରିବାର ଲୋକେ ଦୀର୍ଘ ୧୦ ବର୍ଷ ହେଲା ଏକ ଜଙ୍ଗଲ ମଧ୍ୟରେ ଛାଡିଦେଇଥିଲେ । କୌଣସି ଉପାୟ ନପାଇ ମହିଳା ଜଣକ ସେହି ଜଙ୍ଗଲରେ ଏକ କୁଡିଆ କରି ଜୀବନ ବିତାଇବାକୁ ବାଧ୍ୟ ହୋଇଥିଲେ । ଖାଲି ସେତିକି ନୁହେଁ ଏପରିକି ତାଙ୍କୁ ଖାଇବା ଓ ପିନ୍ଧିବାର ମଧ୍ୟ କୌଁଣସି ସୁବିଧା ମଧ୍ୟ ଦିଆଯାଇ ନଥିଲା । ଏପରିକି ସେ ଅଧିକାଂଶ ସମୟରେ ଜଙ୍ଗଲି ଜୀବଜନ୍ତୁଙ୍କ ହାବୁଡରେ ମଧ୍ୟ ପଡି ଅନେକ ଥର ଆହତ ହୋଇଥିଲେ ମାତ୍ର ତାଙ୍କର ଚିକିତ୍ସା କରିବାକୁ ମଧ୍ୟ ତାଙ୍କ ନିକଟରେ କାହାର ହାତ ନଥିଲା । ତେବେ ସିଙ୍ଗଜଙ୍ଗଙ୍କ ଏଭଳି ଅବସ୍ଥାର କାରଣ ଜାଣିବାକୁ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଉଠୁଥିବ । କାରଣ ଥିଲା ସେ ଜଣେ ମାନସିକ ବିକୃତି । ଅର୍ଥାତ୍ ତାଙ୍କୁ ଏଭଳି ଘଂଚ ଜଙ୍ଗଲରେ ଛାଡିବା ପଛରେ ହାତ ରହିଛି ତାଙ୍କ ନିଜ ଭାଇଙ୍କର ।

ସିଙ୍ଗଜଙ୍ଗଙ୍କ ଭାଇଙ୍କ କହିବା କଥାହେଲା, ‘ସିଙ୍ଗଜଙ୍ଗ ଯେବେଠାରୁ ତାଙ୍କ ସ୍ୱାମୀଠୁ ଅଗଲା ହୋଇଛନ୍ତି ସେବେଠାରୁ ତାଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖା ଦେଇଥିଲା । ଆଉ ସେ ଏତେ ମାତ୍ରାରେ ଡିପ୍ରେସନକୁ ପଳାଇଯାଇଥିଲେ କି ସେ ସମସ୍ତଙ୍କୁ ମାରି ଗୋଡାଉ ଥିଲେ ।’ ତେବେ ନିକଟରେ ଜଣେ ଯୁବତୀ ସିଙ୍ଗଜଙ୍ଗଙ୍କୁ ଉଦ୍ଧାର କରିବା ପରେ ଏସଂପର୍କରେ ସୂଚନା ମିଳିଥିଲା ।