ବିନା କାର୍ଡରେ ବି ଏଟିଏମରୁ ଉଠାଇ ପାରିବେ ଟଙ୍କା ! କିପରି ଜାଣନ୍ତୁ

37

ସାଧାରଣତଃ ବ୍ୟାଙ୍କ ଖାତାରେ ଦରମା ଆସିଛି କି ନାହିଁ ଜାଣିବା ପାଇଁ ହେଉ କିମ୍ବା ଏଟିଏମ ମେସିନରୁ କିଛି ଟଙ୍କା ଉଠାଇବାକୁ ହେଉ . . ଏହି ଦୁଇଟି କାମ ପାଇଁ ଆପଣଙ୍କୁ ଏଣିକି ଏଟିଏମ କାର୍ଡର ଆବଶ୍ୟକତା ପଡିନପାରେ । କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏଟିଏମ ମେସିନରୁ ଆପଣ ବିନା ଏଟିଏମ କାର୍ଡ ସହାୟତାରେ ବି ଟଙ୍କା ଉଠାଇ ପାରିବେ । ତେବେ ଜାଣନ୍ତୁ ପୁରା ପ୍ରକ୍ରିୟା ।

• ଏହି ବିଶେଷ ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ପ୍ରଥମେ ବ୍ୟାଙ୍କକୁ ଯାଇ ରେଜିଷ୍ଟେସନ କରିବାକୁ ପଡିବ । ତେବେ ବ୍ୟାଙ୍କକୁ ଯିବା ବ୍ୟତୀତ ଆପଣ ବ୍ୟାଙ୍କର କଷ୍ଟମର ସର୍ଭିସ ସେଂଟରକୁ ମଧ୍ୟ କଲ କରିପାରିବେ ।

• ରେଜିଷ୍ଟେସନ କରିବା ପରେ ଆପଣଙ୍କୁ ବ୍ୟାଙ୍କ ତରଫରୁ ଏକ ମୋବାଇଲ ପର୍ସନାଲ ଆଇଡିଟିଫିକେସନ ନମ୍ବର ମିଳିବ । ତେବେ ଏହି ନମ୍ବରଟି ଏଟିଏମ ପିନ ନମ୍ବର ଭଳି କାମ କରିଥାଏ ।

• ରେଜିଷ୍ଟେସନ ପରେ ଆପଣଙ୍କୁ ଏଟିଏମ କାର୍ଡ ଭଳି ହିଁ ସମସ୍ତ ସୁବିଧା ଏହି ଏମପିନରୁ ମିଳିବ । ମାତ୍ର ଏହି ସବୁଧା ଜରିଆରେ ଆପଣ ଗୋଟିଏ ଦିନରେ ନିର୍ଦ୍ଧାରିତ ସୀମାରେ ତଥା ୫୦୦୦ ଟଙ୍କା ପ୍ରତିଦିନ ହିଁ ଉଠାଇ ପାରିବେ ।

କିପରି କରିବେ ବ୍ୟବହାର

• ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଏହି ବିଶେଷ ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆପଣଙ୍କର ମୋବାଇଲରେ ବ୍ୟାଙ୍କ ସହ ଜଡିତ ଏକ ଆପ୍ଲିକେସନ ଡାଉନଲୋଡ କରିବାରୁ ପଡିବ ।

• ମୋବାଇଲରେ ଆପ୍ଲିକେସନ ଖୋଲିବା ପରେ ଏମପିନ୍ କାର୍ଡଲେସ ୱିଥଡ୍ରାଲ୍ ବଟନରେ କ୍ଲିକ୍ କରିବାକୁ ପଡିବ । ତେବେ କ୍ଲିକ୍ କରିବା କ୍ଷଣି ହିଁ ଆପଣଙ୍କୁ ମୋବାଇଲରେ ଏକ ଅସ୍ଥାୟୀ ପାସୱାର୍ଡ ମିଳିବ, ଯାହାର ସହାୟତାରେ ଆପଣଙ୍କୁ ନିଜର ସ୍ଥାୟୀ ପାସୱାର୍ଡ ତିଆରି କରିବାକୁ ପଡିବ ।

• ଏହି ପ୍ରକ୍ରିୟା ଶେଷ ହେବା ପରେ ଆପଣଙ୍କୁ ଏଟିଏମ ମେସିନ ନିକଟକୁ ଯିବାକୁ ପଡିବ ଏବଂ ସେଠାରେ ଯାଇ କ୍ୟାସ୍ ଅନ ମୋବାଇଲ ବିକଳ୍ପକୁ ଚୟନ କରିବାକୁ ପଡିବ ।

• ଏହାପରେ ଆପଣ ଯେତେ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତାହା ସେଠାରେ ଦାଖଲ କରିବାକୁ ପଡିବ ।

• ଏପରି କରିବା ପରେ ସେଠାରେ ଏକ ଫର୍ମ ଖୋଲିବ, ଯେଉଁଥିରେ ଆପଣଙ୍କୁ ନିଜର ମୋବାଇଲ ନମ୍ବର, ଆମାଉଂଟ, ନିଜର ଅସ୍ଥାୟୀ ଏବଂ ସ୍ଥାୟୀ ପାସୱାର୍ଡ ଦାଖଲ କରିବାକୁ ପଡିବ ।

• ତେବେ ଆପଣ ଦାଖଲ କରିଥିବା ସମସ୍ତ ସୂଚନା ସେଠାରେ ମ୍ୟାଚ ହେବା ପରେ ଆପଣ ଯେତିକି ଟଙ୍କା ଉଠାଇବାକୁ ଚାହୁଁଥିବେ ତାହା ଆପଣଙ୍କୁ ମିଳିଯିବ । ଏଠାରେ ଆମେ କହି ରଖୁଛୁ କି, ଏହି ସୁବିଧା ବର୍ତ୍ତମାନ ଅଳ୍ପ କେତେକ ବ୍ୟାଙ୍କରେ ଉପଲବ୍ଧ ।

ସୌଜନ୍ୟ: ଦୈନିକ ଜାଗରଣ