ଏଣିକି ପିଏଫ ଆକାଉଂଟରୁ ଟଙ୍କା ଉଠାଇପାରିବେ ନାହିଁ କର୍ମଚାରୀ: ନୂଆ କଟକଣା ଜାରି କଲେ ସରକାର

33

ଇପିଏଫଓ ଆଧାରରେ ଖୁବ ଶୀଘ୍ର ଆପଣ ଆପଣଙ୍କର ସଂପୂର୍ଣ୍ଣ ଜମା ରାଶିରୁ ମାତ୍ର ୬୦ ପ୍ରତିଶତର ଟଙ୍କା ହିଁ ଉଠାଇ ପାରିବେ । ତେବେ ଯେଉଁ କର୍ମଚାରୀଙ୍କ ଚାକିରି ଚାଲିଯାଇଥିବ ତାଙ୍କ ଉପରେ ବି ଏହି ଏହି ନିୟମ ଲାଗୁ କରାଯିବ । ଅର୍ଥାତ୍ ଚାକିରି ଯିବା ପରେ ମଧ୍ୟ ଆପଣ ଆପଣଙ୍କର ପିଏଫ ଆକାଉଂଟରୁ ସଂପୂର୍ଣ୍ଣ ଟଙ୍କା ଉଠାଇପାରିବେ ନାହିଁ । ଏହାଦ୍ୱାରା ଲୋକଙ୍କର ସମସ୍ୟା ବେଶି ବଢିପାରେ ।

ସରକାରଙ୍କର ଏହି ନିୟମ ସେହି ସମସ୍ତ ବ୍ୟକ୍ତିଙ୍କ ପାଇଁ ଖରାପ ଖବର ହେବ, ଯେଉଁମାନେ କି ପିଏଫର ସବୁଯାକ ଟଙ୍କା ଉଠାଇ ଘର, ଗାଡି କିଣିବା ସମେତ ଅନ୍ୟାନ୍ୟ ବଡ କାମରେ ନିବେଶ କରିବାକୁ ଚିନ୍ତା କରିଛନ୍ତି । ଇପିଏଫଓ ଲାଗୁହେଲେ ଖୁବ୍ ଶୀଘ୍ର ଆପଣ ଆପଣଙ୍କର ମୋଟ ଜମା ରାଶିରୁ ମାତ୍ର ୬୦ ପ୍ରତିଶତର ରକମ ହିଁ ଉଠାଇପାରିବେ । ଏହି ନିୟମ ଯେଉଁମାନଙ୍କର ଚାକିରି ଚାଲି ଯାଇଥିବ, ତାଙ୍କ ଉପରେ ବି ଲାଗୁ ହେବ । ଅର୍ଥାତ୍ ଚାକିରି ଚାଲିଗଲା ପରେ ବି ଆପଣ ଆପଣଙ୍କର ପିଏଫ ଆକାଉଂଟରୁ ପୂରା ଟଙ୍କା ଉଠାଇପାରିବେ ନାହିଁ ।

କାରଣ

ନିକଟରେ ଅଧିକ ସଂଖ୍ୟାରେ ଇପିଏଫଓ ସବ୍ସକ୍ରାଇବର୍ସଙ୍କ ଦ୍ୱାରା ଖୋଲା ଯାଇଥିବା ପିଏଫ ଆକାଉଂଟର ପୂରା ରକମ ଉଠାଇବା କାରଣରୁ ସଂଗଠନର ଚିନ୍ତା ବଢି ଯାଇଥିଲା । ଏଥିପାଇଁ ଇପିଏଫଓ ପ୍ରସ୍ତାବ ଦେଇଥିଲା କି, ଯେଉଁ ଲୋକ ପ୍ରାଇଭେଟ ସେକ୍ଟରରେ କାମ କରୁଛନ୍ତି ଏବଂ ଫର୍ମାଲ ସେକ୍ଟରରେ ଅଂଶଦାର ଅଟନ୍ତି । ତାଙ୍କୁ ତାଙ୍କର ମୋଟ ଜମାରାଶିରୁ ମାତ୍ର ୬୦ ପ୍ରତିଶତ ଟଙ୍କା ଉଠାଇବାର ଅନୁମତି ଦିଆଯାଉ ବୋଲି । ଏହି ପ୍ରସ୍ତାବର ଉଦ୍ଦେଶ୍ୟ ହେଲା, ପିଏଫ ସବ୍ସକ୍ରାଇବର୍ସଙ୍କ ସଦସ୍ୟତା ବଜାୟ ରଖିବା ଏବଂ ବେରୋଜଗାରୀ ସମୟରେ ସୋସିଆଲ ସିକ୍ୟୁରିଟି ସହ ଜଡିତ ତାଙ୍କର ଆବଶ୍ୟକତାତୁ ପୂରଣ କରିବା ।

ଏକ୍ସପର୍ଟଙ୍କ ରାୟ

ଆଇନ ଏକ୍ସପର୍ଟସଙ୍କ କଥା ଅନୁସାରେ, ଇପିଏଇଓର ଏହି ପ୍ରସ୍ତାବ ଉପରେ ଆଇନଗତ ବିବାଦ ଉପୁଜିପାରେ, କାହିଁକି ନା ବଡ ସଂଖ୍ୟାରେ ଲୋକେ ସେମାନଙ୍କର ପୂରା ଟଙ୍କାକୁ ଉଠାଇବାକୁ ଚାହୁଁଛନ୍ତି । କିଛି ମାମଲାରେ କର୍ମଚାରୀଙ୍କୁ ଗତ ସଂଗଠନର ତିନି ମାସର ଦରମାର ବରାବର ରକମ ହିଁ ପିଏଫ ଆକାଉଂଟରୁ ଉଠାଇବାର ଅନୁମତି ଦିଆଯାଇପାରେ । ନିକଟରେ ଏଥିପାଇଁ ଆବେଦନ ସେମାନେ ଚାକିରି ଯିବାର ପାଖାପାଖି ମାସକ ପରେ ହିଁ କରିପାରିବେ । ଏହି ଅବସରରେ ଇପିଏଫଓ ସବ୍ସକ୍ରାଇବର୍ସଙ୍କୁ ନିଜ ଚାକିରି ଛାଡିବାର ୨ ମାସ ପରେ ପିଏଫ ସେଭିଂର ପୂରା ରକମ ଉଠାଇବାର ଅନୁମତି ରହିଛି । ତେବେ କଂପାନୀ ବନ୍ଦ ହୋଇଗଲେ, ବିବାହ, ପିଲାଙ୍କ ପାଠପଢା କିମ୍ବା ମେଡିକାଲ ଖର୍ଚ୍ଚ ପାଇଁ ମଧ୍ୟ ସବ୍ସକ୍ରାଇବର୍ସଙ୍କୁ ନିଜ ପିଏଫ ସେଭିଂର ଏକ ଭାଗ ଅଂଶ ଉଠାଇବାର ଅନୁମତି ରହିଛି ।