ମୋବାଇଲ ସାଜିଲା ହତ୍ୟାକାରୀ ! ଉଜୁଡି ଗଲା ସୁନାର ସଂସାର

58

ବର୍ତ୍ତମାନ ସମୟରେ ମୋବାଇଲ୍ ଯେପରି ଲୋକଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ସେଥିପାଇଁ ତ ପଲିଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ପାଇଁ ବାଇ । ସେହିପରି ବଜାରରେ ମୋବାଇଲର ଚାହିଦା ଯେଭଳି ଭାବରେ ବୃଦ୍ଧି ପାଇଛି ସେଭଳି ଭାବେ ଏହାକୁ ନେଇ ଅନେକ ଅପରାଧୀକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଇତି ମଧ୍ୟ ଏକ ଏଭଳି ହୃଦୟବିଦାରକ ଘଟଣା ଘଟିଯାଇଛି ଯାହା ବିଷୟରେ ଜାଣିଲେ ଆପଣ ପ୍ରଥମେ ବିଶ୍ୱାସ ବି କରିପାରିବେ ନାହିଁ । ଆଉ ଭାବି ପାରିବେ ନି କି ସାମାନ୍ୟ ଗୋଟିଏ ମୋବାଇଲ ଫୋନ ପାଇଁ କିଏ କେବେ ଏତେ ବଡ ଭୁଲ କରିପାରେ ବୋଲି ।

ନିକଟରେ ବିହାରର ଏକ ଜନବହୁତ ସହରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଯେଉଁଠି ସାମାମ୍ୟ ଗୋଟିଏ ମୋବାଇଲ ପାଇଁ ଏକ ହସଖୁସିର ସଂସାର ଭାଙ୍ଗି ଚୁରମାର ହୋଇଯାଇଛି । ମୋବାଇଲକୁ ନେଇ ଏକ ଦଂପତିଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା ଆଉ ଏଥିରେ ରାଗି ଯାଇ ସ୍ୱାମୀ ଜଣକ ପତ୍ନୀଙ୍କର ମୋବାଇଲ ନେଇ ଚାଲିଯାଇଥିଲେ । ବାସ୍ , କଥା ଏତିକି ଆଉ ଏଥିରେ ମର୍ମାହତ ହୋଇ ପତ୍ନୀ ଜଣକ ନିଜର ବର୍ଷକର ଶିଶୁକୁ ଏକା କରି ବିଷପିଇ ଆତ୍ମହତ୍ୟା କରିପକାଇଥିଲେ ।

ସୂଚନା ମୁତାବକ, ଅମ୍ବିକା ବିହାରର ଏକ କଲୋଲିରେ ରହୁଥିବା ପ୍ରେମ ସିଂଙ୍କ ପତ୍ନୀ ନେହା ସିଂଙ୍କର ପୁଅ ରବିବାର ଅପରାହ୍ମରେ ନିଜ ଜେଜେବାପା ଏବଂ ଜେଜେମାଆଙ୍କ ସହିତ ଖେଳୁଥିଲା । ଏହି ସମୟରେ ନେହା ନିଜ ରୁମରେ ଥିଲେ । ଯେତେବେଳେ ନେହା ନିଜ ରୁମରୁ ଦୀର୍ଘ ସମୟ ଧରି ବାହାରି ନଥିଲେ ସେତେବେଳେ ଘର ଲୋକେ ତାକୁ ଦେଖିବାକୁ ଯାଇଥିଲେ । ହେଲେ ନେହା ନିଜକୁ ଘର ଭିତରେ ବନ୍ଦ କରିଦେଇଥିଲେ । ଘରଲୋକେ ବାରମ୍ବାର ଡାକିଥିଲେ ସୁଦ୍ଧା ନେହା ନା ହିଁ କୌଣସି ଉତ୍ତର ଦେଇଥିଲେ, ନା ହିଁ କବାଟ ଖୋଲି ଥିଲେ । ଏହାପରେ ବାଧ୍ୟହୋଇ ନେହାଙ୍କ ରୁମ କବାଟ ଭାଙ୍ଗି ବାକୁ ପଡିଥିଲା । ଆଉ ନେହାଙ୍କୁ ଅତ୍ୟନ୍ତ ମୂମୁଶ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା ଅର୍ଥାତ୍ ନେହାଙ୍କର ବାଟରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ପୁଲିସ ମାମଲାର ଯାଂଚ କରିବା ପରେ ଜଣାପଡିଥିଲା କି, ଗତ ଶୁକ୍ରବାର ନେହାଙ୍କ ପୁଅଙ୍କର ପ୍ରଥମ ଜନ୍ମଦିନ ପାଳନ କରାଯାଇଥିଲା ଆଉ ପୁଅର ଏହି ଜନ୍ମ ଉତ୍ସବରେ ସାମିଲ ହେବାକୁ ଅଂବାଲାରେ ଚାକିରି କରୁଥିବା ସ୍ୱାମୀ ପ୍ରେମ ସିଂ ମଧ୍ୟ ଛୁଟି ନେଇ ଘରକୁ ଆସିଥିଲେ । ପୁଲିସ ସୁଚନା ଅନୁସାରେ, ଜନ୍ମଦିନ ପରେ ପତି-ପତ୍ନି ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଯେଉଁଥିରେ ପ୍ରେମ ନେହାଙ୍କର ମୋବାଇଲ ନେଇଯାଇଥିଲେ । ଯାହାକୁ ନେହା ସହ୍ୟ କରିପାରି ନଥିଲେ ଏବଂ ବିଷପିଇ ଆତ୍ମହତ୍ୟା କରିଥିଲେ ।