ସିବିଆଇର ଖୁଲାସା ! ଜାଣନ୍ତୁ କାହିଁକି ଯାତ୍ରୀଙ୍କୁ ମିଳିପାରୁନି ତତ୍କାଳ ଟିକେଟ୍

78

ଯାତ୍ରା ତ ସମସ୍ତେ କରନ୍ତି କିନ୍ତୁ ତାହା ପୂର୍ବ ଚିନ୍ତିତ ଥାଏ, ଆଉ କେବେ କେବେ ହଠାତ କୌଣସି କାମ ପଡ଼ିଯାଏ ଏବଂ ତକ୍ରାଳ ଟିକେଟ କରିବାକୁ ପଡ଼ିଥାଏ । କିନ୍ତୁ ତାହା ସହଜରେ ହୋଇପାରେ ନାହିଁ ଓ ଯେଉଁଥି ପାଇଁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଏଭଳି ସମସ୍ୟାର ଉପୁଜିବାର ମୁଖ୍ୟ କାରଣର ପର୍ଦ୍ଦାଫାସ କରିଛି ସିବିଆର ।

ସୂଚନା ମୁତାବକ, ନିକଟରେ ତତ୍କାଳ ଟିକେଟ ବୁକିଂ ବ୍ୟବସ୍ଥାରେ ହେରଫେର ମାମଲାରେ ସିବିଆଇ ଅଜୟ ଗର୍ଗ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେବେ ଅଜୟଙ୍କ ବିରୋଧରେ ରେଲୱେ ଟିକେଟ ବୁକ ପାଇଁ ଅବୈଧ ସଫ୍ଟୱୟାର ତିଆରି କରିବା ଅଭିଯୋଗ ରହିଛି । ଯେଉଁ ସଫ୍ଟୱେୟାର ଜରିଆରେ ଏକକାଳୀନ ପାଖାପାଖି ୮୦୦ରୁ ୧୦୦୦ ଟିକେଟ ବୁକିଂ କରିବା ସମ୍ଭବ ହୋଇପାରୁଥିଲା । ୩୫ ବର୍ଷୀୟ ଅଜୟ ଗର୍ଗଙ୍କୁ ହେଉଛନ୍ତି ସିବିଆଇର ଜଣେ ଅଧିକାରୀ । ଯିଏକି ଅନିଲ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ସହାୟତାରେ ବର୍ଷେ ହେଲା ଏହି ରାକେଟକୁ ଚଳାଉଥିଲେ ।

ଅଜୟଙ୍କୁ ୫ ଦିନ ପାଇଁ ସିବିଆଇ କଷ୍ଟୋଡିରେ ପଠାଯାଇଛି । ସିବିଆଇ ପ୍ରବକ୍ତା ଅଭିଷେକ ଦୟାଲଙ୍କ କହିବା ଅନୁସାରେ, ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲା ସ୍ଥିତ ବାସଭବନରୁ ଗିରଫ କରାଯାଇଛି ଏବଂ ଟ୍ରାଂଜିଟ୍ ରିମାଣ୍ଡରେ ଦିଲ୍ଲୀ ନିଆଯାଇଛି । ଏହି ଅପରେସନ ଦ୍ୱାରା ସିବିଆଇ ଦିଲ୍ଲୀ, ମୁମ୍ବାଇ, ଜୌନପୁର ସମେତ ୧୪ଟି ସ୍ଥାନରେ ଚଢାଉ କରିଥିଲା । ଯେଉଁଠୁ ନଗତ ୮୯.୪୨ ଲକ୍ଷ ଟଙ୍କା, ୬୧.୨୯ ଲକ୍ଷ ଟଙ୍କାର ସୁନାଗହଣା ( ୧ କିଲୋର ୨ଟି ସୁନା ଛଡ଼ି),୧୫ଟି ଲ୍ୟାପଟପ, ୧୫ଟି ହାର୍ଡ ଡିସ୍କ,୫୨ଟି ମୋବାଇଲ ଫୋନ, ୨୪ଟି ସିମ କାର୍ଡ଼,୧୦ଟି ନୋଟ ବୁକ, ୬ଟି ରାଉଟର, ୪ଟି ଡଙ୍ଗଲ ଏବଂ ୧୦ଟି ପେନଡ୍ରାଇଭ ଜବତ କରିବା ସହିତ ଆପତ୍ତିଜନକ ସାମଗ୍ରୀ ଜବତ କରିଥିଲା ପୁଲିସ ।