ଜିନ୍ସ ଚେନରେ କାହିଁକି ଲେଖା ହୋଇଥାଏ ‘ୱାଇକେକେ’ ! ଜାଣନ୍ତୁ ଏହାର କାରଣ

77

କେବେ ଆପଣ ନିଜ ଜିନ୍ସ କିମ୍ବା ପ୍ୟାଂଟର ଚେନକୁ ଧ୍ୟାନ ଦେଇ ଦେଖିଛନ୍ତି । ନିଶ୍ଚୟ ଭାବରେ ଦେଖି ନଥିବେ । କେବଳ ଆପଣ ନୁହଁନ୍ତି ସାଧାରାଣତଃ କେହି ବି ଦେଖିନଥାନ୍ତି । ଗ୍ରାହକ ଜିନ୍ସ କିଣିବା ବେଳେ ଚେନଟି ଠିକ୍ ଭାବରେ ଖୋଲୁଛି ଏବଂ ବନ୍ଦ ହେଉଛି ନା ନାହିଁ ତାହା ଚେକ୍ କରିଥାନ୍ତି । ତେବେ ଯଦି ଆପଣ କେବେ ଧ୍ୟାନ ଦେଇନାହାଁନ୍ତି ତାହେଲେ ଏବେ ଦେଖନ୍ତୁ । ଏହି ଚେନ୍ ଉପରେ ଲେଖା ହୋଇଥିବ ‘ୱାଇକେକେ’ । ଆପଣ କୌଣସି ବି ବ୍ରାଣ୍ଡର ଜିନ୍ସ କିଣନ୍ତୁ ନା କାହିଁକି ପ୍ରାୟ ପ୍ୟାଂଟରେ ‘ୱାଇକେକେ’ ଲେଖା ହୋଇଥାଏ । କିନ୍ତୁ କାହିଁକି ପ୍ରାୟ ଚେନରେ ‘ୱାଇକେକେ’ ଲେଖା ହୋଇଥାଏ ।

ସୌଜନ୍ୟ : ଅମରଉଜାଲା
ସୌଜନ୍ୟ : ଅମରଉଜାଲା

‘ୱାଇକେକେ’ର ପୁରା ନା ହେଉଛି ‘ୟୋସିଦା କୋଗ୍ୟୋ କାବୁଶିକିଗୈସା’ ଯାହାର ଅର୍ଥ ହେଉଛି ‘ୟୋସିଦା ମାନ୍ୟୁଫାକ୍ଚରିଂ ସେୟାରହୋଲଡିଂ କମ୍ପାନୀ’ । ଏହା ଏକ ଜାପାନୀ କମ୍ପାନୀ । ଏହାକୁ ନଦାଓ ୟୋସିଦା ୧୯୩୪ରେ ଟୋକିଓରେ ପ୍ରତିଷ୍ଠା କରିଥିଲେ । ଏହି କମ୍ପାନୀ ମୁଖ୍ୟତଃ ଚେନ୍ ତିଆରି କରୁଥିଲା । କିନ୍ତୁ ଏବେ ଅନ୍ୟାନ୍ୟ ଦ୍ରବ୍ୟ ତିଆରି କରୁଛି ଯେଉଁଥିରେ ଚେନ୍ ତିଆରି କରିବା ମେସିନ୍ ମଧ୍ୟ ସାମିଲ୍ ଅଛି ।

ଆଜି ପ୍ରାୟ ୭୧ଟି ଦେଶରେ ଏହି କମ୍ପାନୀର ନିଜର ଶାଖା ରହିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି କମ୍ପାନୀ ପ୍ରତି ବର୍ଷ ପ୍ରାୟ ୭ ବିଲିୟନ୍ (୭୦୦ କୋଟି) ଚେନ୍ ତିଆରି କରିଥାଏ । ଏହା ସହ ଏହି କମ୍ପାନୀ ବଜାରରେ ନିଜ ବ୍ରାଣ୍ଡ ଏବଂ ଭେରାଇଟି ପାଇଁ ପ୍ରସିଦ୍ଧ ।

ଏହା ସହ ଦେଖନ୍ତୁ ନକଲି ଅଣ୍ଡାକୁ ସାବଧାନ ! କେମିତି ଚିହ୍ନିବେ ଅସଲି ଅଣ୍ଡା