ସଚ୍ଚା ଦେଶଭକ୍ତ ଭାବେ ଧୋନି ପରିଚିତ ହେଲେ କାହିଁକି ମାହିଙ୍କ ହେଲମେଟରେ ନଥାଏ ଭାରତୀୟ ତ୍ରିରଙ୍ଗା ? କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ

56

ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଟି-ଟ୍ୱେଂଟି ମ୍ୟାଚରେ ଭାରତ ବଡ ବିଜୟ ହାସଲ କରିଛି । ଆୟାରଲ୍ୟାଣ୍ଡକୁ ହରାଇ ୨-୦ରେ ସିରିଜ୍ କବଜା କରିଥିଲା ଟିମ୍ ଇଣ୍ଡିଆ । ଗତ ଶୁକ୍ରବାର ପ୍ରଥମେ ବ୍ୟାଟିଂ କରି ଭାରତ ୨୧୩ ରନ୍ କରିବା ପରେ ଘରୋଇ ଦଳ ମାତ୍ର ୭୦ ରନରେ ସୀମିତ ରହିଥିଲା । ଯାହାକି ଭାରତର ଜଣେ ମାତ୍ର ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ବ୍ୟକ୍ତିଗତ ସ୍କୋର ସହ ସମାନ ଥିଲା । ତେବେ ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ପ୍ରଶ୍ନ ଦ୍ରୁତବେଗରେ ଘୂରି ବୁଲୁଛି । ଯାହାକି ମାହି ତଥା ଚର୍ଚ୍ଚା ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ । ଧୋନିଙ୍କ ହେଲମେଟରେ କାହିଁକି ଭାରତୀୟ ତ୍ରିରଙ୍ଗାର ଛବି ନଥାଏ ବୋଲି ସୋସିଆଲ ମିଡିଆରେ ଲୋକେ ପ୍ରଶ୍ନ କରିଛନ୍ତି । ଯାହାର ଉତର ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ବଳି ରହିଛି ।

ତେବେ ପ୍ରଶ୍ନଟି ନିତାହି ଯୁକ୍ତି ଯୁକ୍ତ । କାରଣ ଯେବେଠାରୁ ଧୋନୀ ଭାରତ ପକ୍ଷରୁ ଖେଳିବା ଆରମ୍ଭ କରିଛନ୍ତି , ସେବେଠାରୁ ମାହି କେବେବି ନିଜ ହେଲମେଟରେ ଭାରତୀୟ ତ୍ରିରଙ୍ଗା ଲଗାଇ ନାହାଁନ୍ତି । ମହେନ୍ଦ୍ର ସିଂ ଧୋନୀ ନିଜ ହେଲମେଟରେ ତ୍ରିରଙ୍ଗା ନ ଲଗାଇବାର ମଧ୍ୟ ଏକ ଖାସ୍ କାରଣ ରହିଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ବି କରିପାରେ । ସୂଚନା ମୁତାବକ, ଯେବେଠାରୁ କ୍ରିକେଟରେ ରଙ୍ଗିନ କପଡା ଏବଂ ହେଲମେଟ ଇତ୍ୟାଦି ବ୍ୟବହାର କରାଗଲାଣି ସେବେଠାରୁ ସମସ୍ତ ଖେଳାଳୀମାନେ ନିଜ ହେଲମେଟରେ ନିଜ ନିଜ ଦେଶର ତ୍ରିରଙ୍ଗା ଲଗାଉଛନ୍ତି । ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡି ଦେଲା ପରେ ବାକି ସମସ୍ତ ଭାରତୀୟ ଦଳର ଅନ୍ୟ ଖେଳାଳିମାନେ ନିଜ ନିଜ ହେଲମେଟରେ ବିସିସିଆଇର ଅଫିସିଆଲ ଲୋଗୋ ସହିତ ଭାରତୀୟ ତ୍ରିରଙ୍ଗା ଲଗାଉଛନ୍ତି । କିନ୍ତୁ ମାହିଙ୍କ ହେଲମେଟର କେବଳ ବିସିସିଆଇର ଲୋଗୋ ହିଁ ଲଗାଯାଇଥାଏ ।

କାରଣ

ମହେନ୍ଦ୍ର ସିଂହ ଧୋନି ନିଜ ହେଲମେଟରେ ଭାରତୀୟ ତ୍ରିରଙ୍ଗା ନଲଗାଇବାର ମୁଖ୍ୟ କାରଣ ହେଲା, ସେ ଜଣେ ୱିକେଟକିପର ବ୍ୟାଟସମ୍ୟାନ ଅଟନ୍ତି । ଆଜ୍ଞା ହଁ ! ଆଉ ଏହି କାରଣରୁ ହିଁ ସେ ନିଜ ହେଲମେଟରେ ତ୍ରିରଙ୍ଗା ଲଗାଇ ନଥାନ୍ତି । ଆପଣମାନଙ୍କୁ ଜଣାଥିବ କି, କ୍ରିକେଟ ଗ୍ରାଉଣ୍ଡରେ ଓିକେଟକିପର ସବୁବେଳେ ହେଲମେଟ ପିନ୍ଧିୁଥିବାର ନଜର ଆସନ୍ତି । ଖାଲି ଏତିକି ନୁହେଁ ଆପଣ ଦେଖିଥିବେ କି, ଅନେକ ଥରେ ଓିକେଟକିପରଙ୍କ ହେଲମେଟ ତଳେ ମଧ୍ୟ ରଖାଯାଇଥାଏ । ଏପରିକି ଏହି ହେଲମେଟକୁ ଏଣେତେଣ ଫିଙ୍ଗି ମଧ୍ୟ ଦିଆଯାଇଥାଏ । ଏକ ସାକ୍ଷାତାକାରରେ ଧୋନି କହିଥିଲେ କି, ସେ କେବେ ଚାହଁନ୍ତିନି କି ଦେଶର ତ୍ରିରଙ୍ଗା ଏଭଳି ତଳେ ପଡିରହୁ, କେହି ତାକୁ ଏଣେତେଣେ ଫିଙ୍ଗି ନଦିଅନ୍ତୁ । ଆପଣଙ୍କୁ ଜଣା ଥିବ କି ଧୋନି ଜଣେ ସଚ୍ଚା ଦେଶଭକ୍ତ ଅଟନ୍ତି , ଯାହାର ଉଦାହରଣ ମଧ୍ୟ ଅନେକ ଥର ସାମ୍ନାକୁ ଆସିଛି ।