କାହିଁକି ଧଳା ରଙ୍ଗର ପୋଷାକ ପିନ୍ଧନ୍ତି କୋଲକତା ପୋଲିସ୍ ? ଜାଣନ୍ତୁ ଏହାର ଇତିହାସ

106

ପୋଲିସ୍ ସଂପର୍କରେ ଯଦି କୌଣସି କଥା ଉଠେ ତେବେ ଆମ ମନରେ ଖାକି ପୋଷାକର ଚିତ୍ର ଉଙ୍କି ମାରି ଥାଏ । କିନ୍ତୁ ଯଦି କେବେ କୋଲକତା ଯାନ୍ତି ତେବେ ଆପଣ ସେଠାକାର ପୋଲିସଙ୍କ ପୋଷାକ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେଠାକାର ପୋଲିସ୍ ଖାକି ପୋଷାକ ପରିବର୍ତ୍ତେ ଧଳା ପୋଷାକ ପରିଧାନ କରିଥାନ୍ତି । ଯାହାକୁ କେବଳ ନାଭି ଅଧିକାରୀମାନେ ହିଁ ପରିଧାନ କରିଥିବାର ଆପଣ ଦେଖିଥିବେ ।

ତେବେ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି, କୋଲକତା ପୋଲିସଙ୍କ ଡ୍ରେସକୋଡ଼ ଧଳା ରଙ୍ଗର କାହିଁକି? ଏହାର ଉଦ୍ଦେଶ୍ୟ କଣ ଏବଂ ଏହାର ଇତିହାସ କଣ ? ତେବେ ଆସନ୍ତୁ ଜାଣିବା ।

ଏହାର ଗୋଟିଏ ମୁଖ୍ୟ କାରଣ ହେଲା, କୋଲକତା ପୋଲିସଙ୍କ ସ୍ଥାପନା ବ୍ରିଟିଶ ସାମ୍ରାଜ୍ୟ ସମୟରେ ତଥା ୧୮୪୫ରେ ହୋଇଥିଲା । ଯଦିଓ ୧୯୪୭ ମସିହା ପରଠାରୁ ଭାରତରେ ଗୋରାସରକାରଙ୍କ ହୁକୁମ ସବୁଦିନ ପାଇଁ ଚାଲି ଯାଇଥିଲା କିନ୍ତୁ ତାଙ୍କ ଶାସନର କିଛି ଛାପ ଭାରତରେ ରହିଯାଇଥିଲା । ଯାହାର ବଡ ଉଦାହରଣ ଥିଲା କୋଲକତା ପୋଲିସଙ୍କ ଧଳା ରଙ୍ଗର ପୋଷାକ ।

ତେବେ ଇଂରେଜମାନେ ପୋଲିସମାନଙ୍କ ପୋଷାକର ରଙ୍ଗ ଧଳା ରଖିବା ପଛରେ ଏକ ବଡ ଉଦ୍ଦେଶ୍ୟ ରହିଛି । ତାହା ଥିଲା ଭରାତର ଜଳବାୟୁ । ଅର୍ଥାତ୍ ସମୁଦ୍ର ନିକଟବର୍ତ୍ତୀ ହୋଇଥିବା କାରଣରୁ ଏଠାରେ ଅତ୍ୟଧିକ ଗରମ ଏବଂ ଥଣ୍ଡା ବର୍ଷସାରା ଲାଗି ରହିଥାଏ । ଯେଉଁଥିପାଇଁ ସେମାନେ ଧଳା ରଙ୍ଗକୁ ହିଁ ଏଥିପାଇଁ ଉପଯୁକ୍ତ ବୋଲି ଚିନ୍ତା କରିଥିଲେ । କାରଣ ଧଳା ରଙ୍ଗ ସୂର୍ଯ୍ୟଙ୍କ ପ୍ରଖର କିରଣକୁ ପ୍ରତିଫଳିତ କରିଥାଏ ଏବଂ ଶରୀରକୁ ରକ୍ଷା କରିଥାଏ ।