କାହିଁକି ବଙ୍ଗୋପସାଗରରେ ବାରମ୍ବାର ଆସିଥାଏ ବାତ୍ୟା ? କେଉଁ ପରିବେଶ ଯୋଗୁଁ ଲଘୁଚାପ ପ୍ରଥମେ ବାତ୍ୟା ଓ ପରେ ପରିଣତ ହୋଇଥାଏ ସାମୁଦ୍ରିକ ଝଡରେ

77

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ବଙ୍ଗୋପସାଗରରେ ଅଧିକ ସମୟରେ ଲଘୁଚାପ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି ହୁଏ ଏବଂ ପରବର୍ତୀ ପରିସ୍ଥିତିରେ ଏହି ଲଘୁଚାପ ବାତ୍ୟାରେ ପରିଣତ ହେବା ପାଇଁ ମଧ୍ୟ ଅନୁକୁଳ ବାତାବରଣ ସୃଷ୍ଟି ହୋଇଥାଏ । ଫଳରେ ବଙ୍ଗୋପସାଗରରେ ଅନ୍ୟ ସମୁଦ୍ର ଅପେକ୍ଷା ଅନେକ ସମୟରେ ଲଘୁଚାପ ବାତ୍ୟାରେ ପରିଣତ ହୋଇଥାଏ । ଏହି ପରିସ୍ଥିତି ଗୁଡିକ ବଙ୍ଗୋପସାଗରରେ ସୁହାଇଲା ଭଳି ଥିବା ଯୋଗୁଁ ଏଥିରେ ସୃଷ୍ଟି ହେଉଥିବା ଲଘୁଚାପ ପ୍ରାୟତଃ ବାତ୍ୟାରେ ପରିଣତ ହୋଇଥାଏ ।

କେଉଁ ପରିବେଶ ଯୋଗୁଁ ଲଘୁଚାପ ପ୍ରଥମେ ବାତ୍ୟା ଓ ପରେ ସାମୁଦ୍ରିକ ଝଡରେ ପରିଣତ ହୋଇଥାଏ ? ଏଥିପାଇଁ ସମୁଦ୍ର ପୃଷ୍ଠଭୂମିରେ ତାପମାତ୍ରା ୨୫ରୁ ୨୭ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ଆବଶ୍ୟକ ପଡିଥାଏ । ଏହି ତାପମାତ୍ରା ଆଦ୍ରତା ବଢାଇବା ସହ ବାତ୍ୟାକୁ ବଳ ଯୋଗାଇଥାଏ । ଆରବ ସାଗର ଅପେକ୍ଷା ବଙ୍ଗୋପସାଗର ଅଧିକ ଉଷ୍ମ ଏବଂ ଏହାର ସମୁଦ୍ର ପୃଷ୍ଠଭୂମିର ତାପମାତ୍ରା ମଧ୍ୟ ସାମାନ୍ୟ ଅଧିକ ରହିଥାଏ । ଏହାସହ ବାତ୍ୟା ସୃଷ୍ଟି ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ପବନର ବେଗ ଓ ଗତି । ଏବଂ ବଙ୍ଗୋପସାଗରର ଏହି ଅନୁକୁଳ ପରିବେଶ ଥାଏ ଯାହା ବାତ୍ୟା ସୃଷ୍ଟି କରିବାରେ ସହାୟକ ହୁଏ ।