ଯଦି ଏଭଳି ହୋଇ ନଥାନ୍ତା ତେବେ ଅମ୍ବାନୀଙ୍କଠାରୁ ଧନୀ ହୋଇଥାନ୍ତେ ରତନ ଟାଟା !
ରତନ ଟାଟା ଏବଂ ମୁକେଶ ଅମ୍ବାନୀଙ୍କ ବ୍ୟାକଗ୍ରାଉଣ୍ଡ ଟିକେ ସମାନ ଅଟେ । ତେବେ ଦୁହେଁ ହିଁ ବିଶ୍ୱର ନାମୀଦାମୀ ଏମବିଏ କଲେଜରୁ ନିଜର ପାଠପଢା ଶେଷ କରିଛନ୍ତି । ମୁକେଶ ଷ୍ଟାନଫୋର୍ଡ ୟୁନିଭରର୍ସିଟିରେ ଉଚ୍ଚ ଶିକ୍ଷା ଲାଭ କରିଥିବାବେଳେ ରନତ ହାର୍ଭଡ ବିଜନେସ୍ ସ୍କୁଲରୁ ପାଠପଢା ଶେଷ କରିଛନ୍ତି । ଏଥିସହ ଉଭୟ ମଧ୍ୟ ନିଜ କାରବାରରେ ଅନୁରୂପ ସଫଳତା ହାସଲ କରିପାରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏହା କିପରି ସମ୍ଭବ ହେଲା କି ଆଜିକା ଦିନରେ ବିଶ୍ୱର ଧନୀମାନଙ୍କ ତାରିକାରେ କେବଳ ମୁକେଶଙ୍କର ନାଁ ରହିଛି । ଆଉ ରତନଙ୍କ ନାଁ ଏହି ତାଲିକାରେ ହିଁ ନାହିଁ । ଏଠାରେ ଆମେ କହି ରଖୁଛୁ କି, ୨୦୧୬ ସୁଦ୍ଧା ପ୍ରକାଶ ପାଇଥିବା ଏକ ରିପୋର୍ଟରେ ବିଶ୍ୱର ଧନୀମାନଙ୍କ ତାଲିକାରେ ମୁକେଶଙ୍କ ନାଁ ୩୬ ନମ୍ବରରେ ରହିଥିବାବେଳେ ଭାରତରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ମାତ୍ର ଅନେକ କ୍ଷେତ୍ରରେ ରତନ ଟାଟାଙ୍କ ନାଁ ଯୋଡି ହୋଇଥିବାବେଳେ କିନ୍ତୁ ଏହି ତାଲିକାରେ ରତନଙ୍କ ନାଁ କାହିଁକି ରହିପାରିନି । ତେବେ ଏହାର ମୁଖ୍ୟ କାରଣ ହେଲା ଟାଟା ଗ୍ରୁପ ପ୍ରତି ବର୍ଷ ନିଜ ବାର୍ଷିକ ଲାଭ ବା ରୋଜଗାରର ପାଖାପାଖି ୬୬ ପ୍ରତିଶତ ଦାନ କରିଦିଏ ।
ଆଜ୍ଞା ହଁ ! ଆପଣ ଜାଣି ଚକିତ ହେବେ କି, ଏକ ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ ଟାଟା ଗ୍ରୁପର ୨୦୧୫ରେ ୧୦୮ ମିଲିୟନ ଡୋଲାର୍ସ ରେଭିନ୍ୟୁ ଥିବାବେଳେ ମୁକେଶଙ୍କ ତଥା ରିଲଏନ୍ସ ଗ୍ରୁପର ରହିଛି ମାତ୍ର ୪୪ ମିଲିୟନ ଡୋଲାର୍ସ । ତେବେ ଭାରତରେ ଏଭଳି କୌଣସି ବି କଂପାନୀ ବା ମାଲିକ ନାହାଁନ୍ତି ଯିଏ କି ନିଜ ରୋଜଗାରର ଅଧାରୁ ଅଧିକ ଭାଗ କୌଣସି ସଂସ୍ଥାକୁ ଦାନ କରିଦେବା ଭଳି ବିଶାଳ ହୃଦୟ । କିନ୍ତୁ ଏହା କେବଳ ରତନ ଟାଟାଙ୍କଠାରେ ଦେଖିବାକୁ ମିଳିଛି । ବିଶ୍ୱରେ ଜାଗ୍ୱର କାର ଭଳି ବିଜନେସକୁ ସଫଳ କରି ଦେଖାଇବା ପରେ ସେ ଭାରତୀୟ ବଜାରରେ ଟାଟାନାନୋ ଲଂଚ କରିଥିଲେ । ଏଥିରେ ତାଙ୍କର ଗୋଟିଏ ମାତ୍ର ଉର୍ଦ୍ଦେଶ୍ୟ ଥିଲା କି ଦେଶର ଜଣେ ସାଧାରଣ ବ୍ୟକ୍ତି ମଧ୍ୟ କମ୍ ଦାମରେ ନିଜ ପରିବାର ଲୋକଙ୍କ ମୁହଁରେ ହସ ଦେଇପାରିବ ।
ଅର୍ଥାତ୍ ‘ଟାଟା ସନ୍ସ ଲିମିଡେଟ୍’ ଯାହାକି ଟାଟା ଗ୍ରୁପର ନିୟନ୍ତ୍ରକ କଂପାନୀ , ସେଥିରେ ୬୬ ପ୍ରତିଶତ ଭାଗ ପୁଞ୍ଜି ବିଭିନ୍ନ ପରପୋକାରୀ ଟ୍ରଷ୍ଟ ନାମରେ ଥାଏ । ତେଣୁ କହିବାକୁ ରତନ ଟାଟା ନିଜ ୬୬ ପ୍ରତିଶତ ଧନ ଦାନ କରି ଦେଉଛନ୍ତି ।
ଥରେ ଜଣେ ପତ୍ରକାର ରତନଙ୍କୁ ଏବିଷୟରେ ପଚାରିବାରୁ ସେ କହିଥିଲେ କି, ‘ଅମ୍ବାନୀ ହେଉଛନ୍ତି ବ୍ୟବସାୟୀ , ମୁଁ ଜଣେ ଶିଳ୍ପଦ୍ୟୋଗୀ, ମୁଁ ଭାରତକୁ ଆର୍ଥିକ ମହାଶକ୍ତି ନୁହେଁ ବରଂ ଗୋଟିଏ ସୁଖ ,ସମୃଦ୍ଧି ଭରା ଦେଶ ଭାବରେ ଦେଖିବାକୁ ଚାହେଁ’ ।
ଏହାସହ ମଧ୍ୟ ପଢନ୍ତୁ-ନେହେରୁଙ୍କ ୮ଟି ବଡ ଭୁଲ୍ ! ଯାହାକୁ ଆଜିବି ଭୋଗୁଛି ଭାରତ