କାହିଁକି କଳାକୋଟ ପରିଧାନ କରନ୍ତି ଓକିଲ ? ଜାଣନ୍ତୁ ଏହାର ଇତିହାସ

59

ଗୋଟିଏ ଓକିଲର ପରିଚୟ ତାର କଳାକୋଟ ଅଟେ । କିନ୍ତୁ ଆପଣ ଜାଣିଛନ୍ତି କି ଓକିଲମାନେ କେବଳ କଳାକୋଟ କାହିଁକି ପରିଧାନ କରିଥାନ୍ତି ଅନ୍ୟ କୌଣସି ରଙ୍ଗର କାହିଁକି ନୁହେଁ । ତେବେ ଆସନ୍ତୁ ଜାଣିବା ଏହାର ବାସ୍ତବତା ।

କଳାକୋଟର ଇତିହାସ

• ଓକିଲମାନେ ପରିଧାନ କରୁଥିବା ଏହି କଳାକୋଟର କାହାଣୀଟି ଖୁବ୍ ପୁରୁଣା । ଯାହାର ଆରମ୍ଭ ହୋଇଥିଲା ବ୍ରିଟେନରୁ । ୧୩୨୭ରେ ସେତେବେଳ ବ୍ରିଟେନରେ ଏଡୱର୍ଡ ଦ୍ୱିତୀୟଙ୍କ ଶାସନ ଚାଲିଥାଏ । ଆଉ ସେହି ସମୟରେ ହିଁ ଓକିଲାତି ଆରମ୍ଭ ହୋଇଥିଲା ଓ ଓକିଲଙ୍କ ଡ୍ରେସକୋଡ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ସେତେବେଳେ ଓକିଲଙ୍କ ଡ୍ରେସକୋଡ କଳା ରଙ୍ଗର ନଥିଲା ବରଂ ସୁନେଲୀ ରଙ୍ଗ ମିଶା ଲାଲ୍ ରଙ୍ଗର ଥିଲା । ଯାହା ଉପରେ ପାଉଁଶିଆ ରଙ୍ଗର ଗାଉନ୍ ବ୍ୟବହାର କରା ଯାଉଥିଲା ।

• ସେତେବେଳେ ଓକିଲଙ୍କୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଷ୍ଟୁଡେଂଟ, ପ୍ଲିଡର,ବେଂଚର ଏବଂ ବାରିଷ୍ଟର ।

•୧୬୦୦ ଶତାଦ୍ଦୀରେ ବ୍ରିଟେନର ବାର କାଉଂସିଲ ନିଷ୍ପତି ନେଇଥିଲେ କି ଓକିଲଙ୍କ ଡ୍ରେସ ଜନତାଙ୍କ ମତ ତଥା ପସନ୍ଦରେ ତିଆରି ହେବ । ତେବେ ଦୀର୍ଘଦିନ ଧରି ଏହା ଉପରେ ବହୁ ତର୍କ ବିତର୍କ ପରେ ଓକିଲଙ୍କ ୟୁନିଫର୍ମ ତିଆରି କରା ଯାଇଥିଲା । ଆଉ ସେହି ଦିନଠାରୁ କଳାକୋଟ ହିଁ ଓକିଲ ମାନଙ୍କର ପେଶାର ପରିଚୟ ସାଜିଥିଲା ।

ଅନ୍ୟ କାହାଣୀ

• ଏହା ବ୍ୟତୀତ ଓକିଲଙ୍କ କଳାକୋଟକୁ ନେଇ ଅନ୍ୟ ଏକ କାହାଣୀ ମଧ୍ୟ ଶୁଣିବାକୁ ମିଳିଛି । ୧୬୯୪ରେ ଯେତେବେଳେ କୁଇନ ମେରିଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ରାଜା ବିଲିୟନ୍ସ ସମସ୍ତ ଓକିଲ ଏବଂ ଜଜଙ୍କୁ କଳା ରଙ୍ଗର ପୋଷାକ ପିନ୍ଧି ଶୋକ ପାଳିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ କେବେ ରଦ୍ଦ କରାଯାଇ ନଥିଲା । ଯେଉଁ କାରଣରୁ ଆଜି ମଧ୍ୟ ଓକିଲ ଏବଂ ଜଜମାନେ କଳାକୋଟ ପରିଧାନ କରି ଆସୁଛନ୍ତି ।

• ଭାରତରେ ଆଡଭୋକେଟ୍ ଆକ୍ଟ ୧୯୬୧ ଆଧାରରେ ଅଦାଲତରେ ଓକିଲମାନେ ଧଳା ରଙ୍ଗର ଡାଇ ଏବଂ କଳା ରଙ୍ଗର କୋଟ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

• ତେବେ କଳାକୋଟ ନା କେବଳ ଓକିଲଙ୍କ ପରିଚୟ ଅଟେ ତାହା ନୁହେଁ ବରଂ ଏହା ପ୍ରାଧୀକରଣ ଏବଂ ଶକ୍ତିର ପ୍ରତୀକ ହୋଇଥାଏ । ଏହା ବ୍ୟତୀତ ଓକିଲଙ୍କ ଗଳାରେ ଝୁଲିଥିବା ଧଳା ରଙ୍ଗର ଟାଇଟିକୁ ନିର୍ଦ୍ଦୋଷୀ ଏବଂ ଶୁଦ୍ଧତାର ପ୍ରତୀକ ଭାବରେ ଦେଖା ଯାଇଥାଏ ।