ଯବାନମାନେ ଖାଲିରେ ରଖିନଥାନ୍ତି ଛୋଟ କେଶ, ଏହା ପଛରେ ରହିଛି ୪ଟି ବଡ କାରଣ..

1,114

ସାରା ବିଶ୍ୱରେ ନିୟୋଜିତ ଥିବା ସୈନ୍ୟମାନଙ୍କଠାରେ ଗୋଟିଏ କଥା ସବୁଆଡେ ସମାନ ରହିଥାଏ, ଆଉ ସେ ହେଲା ସେମାନଙ୍କର ହେୟାର ଷ୍ଟାଇଲ । ସାଧାରଣତଃ  ଯବାନଙ୍କୁ ହେୟାର ଷ୍ଟାଇନକୁ ଦେଖିଲେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି , ଯବାନ ମାନେ ସବୁବେଳେ ଏଭଳି ଛୋଟ କେଶ ବାଲା ହେୟାର ଷ୍ଟାଇନ କାହିଁକି କରିଥାନ୍ତି? ଯଦି ଆପଣ ଏହି ପ୍ରଶ୍ନର ଉତର ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଖବରଟିକୁ ସଂପୂର୍ଣ୍ଣ ପଢନ୍ତୁ ..

• ଯୁଦ୍ଧ ସମୟରେ ଯବାନମାନେ ହେଲମେଟ ପିନ୍ଧିବା ସହ ଅନେକ ପ୍ରକାରର ଗ୍ୟାଜେଟ ପରିଧାନ କରିଥାନ୍ତି । ଯେଉଁ କାରଣରୁ ଯବାନମାନଙ୍କୁ ଲମ୍ବା କେଶ ରଖିବାକୁ ମନାକରାଯାଇଥାଏ ।

• ଯବାନମାନେ ସାଧାରଣତଃ ଯୁଦ୍ଧ ସମୟରେ ଗାଧେଇ ପାରିନଥାନ୍ତି । ଏଥିପାଇଁ ଛୋଟ କେଶ ରଖିଥାନ୍ତି , ଯେଉଁ କାରଣରୁ ସେମାନେ କୌଣସି ସଂକ୍ରମଣରୁ ବଂଚି ପାରିବେ ।

• ଯବାନମାନଙ୍କର କାମ ହେଲା ବନ୍ଧୁକ ଚଳାଇବା ଏବଂ ଯେତେବେଳେ ସେମାନେ ବନ୍ଧୁକରେ  ଲକ୍ଷ୍ୟଭେଦ କରିଥାନ୍ତି ସେତେବେଳେ ତାଙ୍କୁ ବହୁତ ଧୈର୍ଯ୍ୟର ଆବଶ୍ୟକତା ରହିଥାଏ । ଏଭଳି ପରିସ୍ଥିତିରେ ଲକ୍ଷ୍ୟଭେଦ ସମୟରେ କେଶ ସେମାନଙ୍କ ପାଇଁ ବାଧା ସୃଷ୍ଟି କରିପାରେ । ଲମ୍ବା କେଶ ସେମାନଙ୍କ ଆଖି ସାମନାକୁ ଚାଲିଆସିବା ଦ୍ୱାରା ସେମାନେ ଲକ୍ଷଚ୍ୟୁତ୍  ହୋଇପାରନ୍ତି ।

• ଛୋଟ କେଶ ଶୀଘ୍ର ଶୁଖିଯାଇଥାଏ । ଯୁଦ୍ଧରେ ଅଧିକାଂଶ ସମୟରେ ଯବାନମାନଙ୍କୁ ନଦୀ-ନାଳ ପାର କରି ଯିବାକୁ ପଡିଥାଏ । ଯେଉଁ କାରଣରୁ ଲମ୍ବା କେଶ ରଖିବା ଦ୍ୱାରା ସେମାନେ ଥଣ୍ଡା ଜ୍ୱର ଆଦି ସଂକ୍ରମଣ ରୋଗର ଶିକାର ହୋଇପାରନ୍ତି ।ତେଣୁ ଏଥିପାଇଁ ଯବାନମାନେ ଛୋଟ କେଶ ରଖିଥାନ୍ତି ।