ଟାୟରର ରଙ୍ଗ କେବଳ କଳା କାହିଁକି ? ଜାଣନ୍ତୁ ଏହା ପଛରେ ଲୁଚି ରହିଥିବା ସତ୍ୟତା

77

ଆପଣ କେବେ ଧ୍ୟାନ ଦେଇଛନ୍ତି, ବିଭିନ୍ନ ଗାଡିମାନଙ୍କର ଚକ ବା ଟାୟରଗୁଡିକର ରଙ୍ଗ ସାଧାରଣତଃ କଳା ରଙ୍ଗର ହିଁ ହୋଇଥାଏ । ଅନ୍ୟ କୌଣସି ରଙ୍ଗର ହୋଇ ନଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଟାୟର ତିଆରି କରୁଥିବା ବିଶ୍ୱର ସମସ୍ତ କଂପାନୀଗୁଡିକ ମଧ୍ୟ ଟାୟର ରଙ୍ଗ କଳା ହିଁ ରଖିଥାନ୍ତି । କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଟାୟାରର ରଙ୍ଗ କଳା ହୋଇଥାଏ । ତେବେ ଏପରି କାହିଁକି ହୋଇଥାଏ ? ଆଜି ଆମେ ଆପଣଙ୍କୁ ଏହାର ଉଦ୍ଦେଶ୍ୟ ସଂପର୍କରେ ଜଣାଇବୁ ତେବେ ଆସନ୍ତୁ ଜାଣିବା ।

ଆପଣଙ୍କୁ ଜଣାଥିବ କି ଟାୟର ମୁଖ୍ୟତଃ ରବରରେ ତିଆରି ହୋଇଥାଏ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ରବରର ରଙ୍ଗ ତ ପାଉଁଶିଆ ତେବେ ଟାୟରର ରଙ୍ଗ କଳା କାହିଁକି ? ପ୍ରକୃତ ମାମଲାଟି ହେଲା, ତିଆରି କରିବା ସମୟରେ ହିଁ ଟାୟରର ରଙ୍ଗ ବଦଳି ଯାଇଥାଏ ଏବଂ ପାଉଁଶିଆ ରଙ୍ଗରୁ ତାହା କଳା ରଙ୍ଗକୁ ପରିବର୍ତ୍ତିତ ହୋଇଯାଇଥାଏ । ଟାୟର ତିଆରି କରିବାର ପ୍ରକ୍ରିୟାକୁ ସାଧାରଣତଃ ‘ବଲ୍କନାଇଜେସନ୍’ ବୋଲି କୁହାଯାଇଥାଏ ।

ସାଧାରଣତଃ ପ୍ରାକୃତିକ ତଥା ପ୍ରକୃତିଗତ ରବର ଅଧିକ ମଜଭୁତ ତଥା ଶକ୍ତ ହୋଇନଥାଏ । ଏବଂ ଏହା ଶୀଘ୍ର ଘୋରି ହୋଇ ନଷ୍ଟ ହୋଇଯାଇଥାଏ । ଏଥିସହ ଏହାକୁ ଦୀର୍ଘ ଦିନ ଧରି ବ୍ୟବହାର କରିବା ମଧ୍ୟ କଷ୍ଟକର ହୋଇପଡିଥାଏ । ତେଣୁ ଏଥିରେ କାର୍ବନ ବ୍ଲାକ୍ ମିଶ୍ରଣ କରାଯାଇଥାଏ । ଯାହାଦ୍ୱାରା ଟାୟରଗୁଡିକ ମଜଭୁତ ହେବାସହ କମ୍ ଘୋରି ହୋଇଥାଏ ।

କାର୍ବନ ବ୍ଲାକ୍ କାରଣରୁ ଏହାର ରଙ୍ଗ କଳା ହୋଇ ଯାଇଥାଏ । ଯାହା ଟାୟରକୁ ମୁଖ୍ୟତଃ ଅଲଟ୍ରା ଭାଓଲେଟ୍ ରଶ୍ମୀରୁ ରକ୍ଷା କରିଥାଏ । ଆପଣ ଦେଖିଥିବେ କ, ପିଲାମାନଙ୍କ ସାଇକେଲର ଟାୟରଗୁଡିକ ରଙ୍ଗ ବେରଙ୍ଗର ହୋଇଥାଏ । ଏହା ଏଥିପାଇଁ ହୋଇଥାଏ କି, ସେଥିରେ କାର୍ବନ ବ୍ଲାକ୍ ମିଶା ଯାଇ ନଥାଏ ଏବଂ ଏଥିରେ ବ୍ୟବହୃତ ରବର୍ ନିମ୍ନମାନର ହୋଇଥାଏ । ଯେଉଁଥି ପାଇଁ ସେଗୁଡିକ ରାସ୍ତାରେ ଅଧିକ ରେସରେ ଗଡି ନପାରିବା ସହ ପିଲାମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିଥାଏ ।

ଏହାସହ ମଧ୍ୟ ପଢନ୍ତୁ-ଭାରତୀୟ ମୁଦ୍ରା ସହ ଜଡିତ କିଛି ରୋଚକ ତଥ୍ୟ ! ଯାହା ଆପଣଙ୍କୁ କରିଦେବ ଚକିତ