‘ଓ’ ବ୍ଲଡ୍ ଗ୍ରୁପ’ର ବ୍ୟକ୍ତିମାନେ ହେଉଛନ୍ତି ବହୁତ ଖାସ୍ ! ଜାଣନ୍ତୁ ଏହାର କିଛି ବୈଜ୍ଞାନିକ ବିଶ୍ଳେଷଣ

47

ବିଶ୍ୱରେ ‘ଓ’ ବର୍ଗର ରକ୍ତଧାରୀ ବ୍ୟକ୍ତିମାନଙ୍କ ଅବଦାନ ସବୁଠାରୁ ଅଧିକ । ଯାହା ନିକଟରେ କରାଯାଇଥିବା ଏକ ବୈଜ୍ଞାନିକ ବିଶ୍ଳେଷଣରୁ ଜଣାପଡିଛି । ତେବେ ଏହି ବର୍ଗର ରକ୍ତ ସବୁଠାରୁ ଆଦିମ ତଥା ଆମ ପୂର୍ବଜମାନଙ୍କ ରକ୍ତ ବର୍ଗ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଅନ୍ୟ ସମସ୍ତ ବର୍ଗର ରକ୍ତ ଏହାର ହିଁ ଗୁଣସୂତ୍ର ଅଟେ । ସେଥିପାଇଁ ଏହି ରକ୍ତଧାରୀ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଖରେ ଆଶ୍ଚର୍ଯ୍ୟଜନକ ଗୁଣ, ଶକ୍ତି,ଧ୍ୟାନ, ନେତୃତ୍ୱ ଆଦିର ନେବାଭଳି ଗୁଣମାନ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଥାଏ ।

ଯେହେତୁ ଆମ ପୂର୍ବଜମାନେ ବିନା ପ୍ରଯୁକ୍ତି ବିଦ୍ୟା ସାହାର୍ଯ୍ୟରେ ପରିବେଶ ଏବଂ ତାର ଅର୍ନ୍ତନିହିତ ଗୁଣକୁ ଭଲଭାବେ ପରଖି ପାରୁଥିଲେ । ତେବେ ସେମାନଙ୍କ ପାଖରେ ଏହିପ୍ରକାର ଗୁଣଗୁଡକ ଅଧିକମାତ୍ରାରେ ପରିଲକ୍ଷିତ ହୋଇଥାଏ । ଆଉ ଏହା ଆଜି ମଧ୍ୟ ମନୁଷ୍ୟ ଜାତିରେ ସବୁଠାରୁ ବେଶି ପରିମାଣରେ ଏହି ବର୍ଗର ରକ୍ତଧାରୀ ବ୍ୟକ୍ତିମାନେ ଦେଖିବାକୁ ମିଳିଛି ।

ତେବେ ଏମାନେ ବହୁତ ସମର୍ପିତ, ଶୃଂଖଳିତ,ଦାୟିତ୍ୱବାନ୍, ଜ୍ଞାନୀ ଓ ନିଆରା ଅଟନ୍ତି । ଏଥିସହ ଅଧିକ ରାଗି,ସମ୍ବେଦନଶୀଳ,ଅଧିକ ଚାପରେ ରହିବା ଆଦି ଭଳି ଅନେକ ର୍ଦୁଗୁଣମାନ ମଧ୍ୟ ରହିଛି ।